-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
18-Apr-2022
ଖୋର୍ଦ୍ଧା: (ପ୍ରେରଣା ଖବର) ଖୋର୍ଦ୍ଧା ଉପକଣ୍ଠ ପାଇକ ତିଗିରିଆ ଫୁଟବଲ ପଡ଼ିଆରେ ଏ.ଜେ କ୍ଲବ ଫୁଟବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଛି । ଏହି ଫୁଟବଲ ଟୁର୍ଣ୍ଣାମେଂଟରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ୧.ଅରୁଗୁଳ ୧. ଏ.ଜେ କ୍ଲବ ପାଇକ ତିଗିରିଆ ୩. ଗଡ଼ମାଣତିରି ୪. ବି.ବି.ଜି କ୍ଲବ କୁମ୍ଭିଲୋ ୫. ପଣ୍ଡାଳମ ୬. ତଳଖେତା ୭. ବିଧର କ୍ଲବ ଦଳୁଆ ୮. ୭୨ କ୍ଲବ ଠଣାପଲ୍ଲୀ .
ଏହି ଟୁର୍ଣ୍ଣାମେଂଟର ଅନ୍ତିମ ଦିବସରେ ଫାଇନାଲ ମ୍ୟାଚ ତଳଖେତା ସହ ବି.ବି.ଜି କ୍ଲବ କୁମ୍ଭିଲୋ ଅନୁଷ୍ଠିତ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ ମାରିପାରି ନଥିଲେ । ଦ୍ୱିତୀୟାଦ୍ଧ ଖେଳର ୩୯
ମିନିଟ ସମୟରେ ପ୍ରକାଶ ନାୟକ ଗୋଟିଏ ସୁନ୍ଦର ଗୋଲ ମାରି ଦଳକୁ ବିଜୟୀ କରାଇଥିଲେ । ଏହି ଫାଇନାଲ ଖେଳକୁ ମୁଖ୍ୟ ରେଫେରି ଅଶୋକ କୁମାର କଅଁର ପରିଚାଳନା କରିଥିବା ବେଳେ ତାଙ୍କ ସହ ବିଜୟ କୁମାର ମଙ୍ଗରାଜ, ସାକଲିଲ ଖାଁ ଏବଂ ୪ର୍ଥ ରେଫେରି ଭାବେ ସ୍ୟାମ ଦେଉରା ସହଯୋଗା କରିଥିଲେ ।
ଏହି ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ କୁମାରବସ୍ତର ଅଣ ସରପଂଚ ସଞ୍ଜୟ ପାଇକରା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଉପାଧ୍ୟକ ରାମଚନ୍ଦ୍ର ସାମନ୍ତରାୟ ଯୋଗଦେଇ ପୁରଷ୍କାର ବିତରଣ କରିଥିଲେ । ବିଜୟୀ ଦଳକୁ ୪୦୦୦ ଟଙ୍କାର ନଗଦ ରାଶି ଏବଂ ରନର୍ସ ଦଳକୁ ୩୦୦୦ ଟଙ୍କାର ନଗଦ ରାଶି ପୁରଷ୍କାର ଦିଆ ଯାଇଛି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କେଦାର ବେହେରା ସହଯୋଗ କରିଥିଲେ