-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
18-Apr-2022
ଲୋଇସିଂହା(ବିନୋଦ ଦ୍ୀପ)- ଲୋଇସିଂହା ସ୍ଥିତ ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ସରକାରୀ ହାଇସ୍କୁଲ ଏନ୍ପିଏସ୍ ଶିକ୍ଷକ ସଂଘ ଲୋଇସିଂହା ବ୍ଲକ ପକ୍ଷରୁ ଏନ୍ପିଏସ୍ ଶିକ୍ଷକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ନରେଶ ଦ୍ୱାରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଏନ.ପି.ଏସ ସଭାପତି ରାଜ କୁମାର ଭୋଇ ଯୋଗ ଦେଇ ଗତ ୦୧.୦୪.୨୦୨୨ରେ ଭୁବନେଶ୍ୱର ଠାରେ ହୋଇଥିବା ରାଜ୍ୟ ସ୍ତରୀୟ ବୈଠକର ଆଲୋଚନା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ଓ ବ୍ଲକ ସ୍ତରରୁ ସଙ୍ଗଠନକୁ ସୁଦୃଢ କରିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ । ଶିକ୍ଷକ ଡୋଲାମଣୀ ସାହୁ ପୁରୁଣା ପେନସନ ଯୋଜନା ଓ ନୂତନ ପେନସନ ଯୋଜନା ମଧ୍ୟରେ ଥିବା ତାରତମ୍ୟ କୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ନୂତନ ପେନସନ ଯୋଜନା କର୍ମଚାରୀ ମାନଙ୍କର ବୃଦ୍ଧ କାଳରେ ଆଦୌ ହିତକର ହେବ ନାହିଁ ବୋଲି ମତ ପ୍ରକାଶ କରିଥିଲେ । ଶିକ୍ଷକ ଭକ୍ତ ଚରଣ ନାଏକ ସଙ୍ଗଠିତ ହେବା ଦ୍ୱାରା ବର୍ତ୍ତମାନର ‘ଏନପିଏସ ହଟାଓ ଓ ଓପିଏସ ଲାଓ’ ଆନ୍ଦୋଳନକୁ ଗଣ ଆନ୍ଦୋଳନରେ ପରିଣତ କରିବାକୁ ଶିକ୍ଷକ ସମାଜ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଲୋଇସିଂହା ବ୍ଲକର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ସଭାପତି ଭାବେ ଗଣନାଥ ସାହୁ, ଉପସଭାପତି ଡିଲେଶ୍ୱରୀ କୁଅଁର, ସମ୍ପାଦକ ସର୍ଜନ ନେଗୀ, ସହ ସମ୍ପାଦକ ଦୀପିକା ମଟାରୀ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ଭୋଇ, ଇନିସିଆଲ ଏପଏଣ୍ଟି ସଭ୍ୟ ବିକ୍ରମ କୁମାର ସାହୁ ପ୍ରମୁଖ ଚୟନ ହୋଇଥିଲେ । ପର୍ଯ୍ୟବେକ୍ଷକ ଭାବେ ସେବଦତ୍ତ ପଧାନ ଯୋଗ ଦେଇଥିଲେ । । ଶିକ୍ଷୟିତ୍ରୀ ପଦ୍ମିନୀ ନାଏକ, ଚେତାବନୀ ସାହୁ, ଜ୍ୟୋତ୍ସ୍ନାମୟୀ ମିଶ୍ର, ମୀନାକ୍ଷୀରାଣୀ ମିଶ୍ର, ଡିଲେଶ୍ୱରୀ କୁଅଁର, ପ୍ରିୟଙ୍କା ମହାନନ୍ଦ, ଦୀପିକା ମଟାରୀ, କଲ୍ୟାଣୀ ନାଏକ, ଶିକ୍ଷକ କପିଳେଶ୍ୱର କୁମ୍ଭାର, ବିମଲ କିଶୋର ମିଶ୍ର, ପ୍ରଶାନ୍ତ ଭୋଇ, ବିକ୍ରମ ସାହୁ, ବିରେନ୍ଦ୍ର ବାଙ୍କ, କୃଷ୍ଣ କୁମାର ପୁଝାରୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ହେମନ୍ତ କୁମାର ବାରିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ