-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
18-Apr-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଗତ ରବିବାର ଦିନ ଲୋଇସିଂହା ବ୍ଲକର ସମସ୍ତ ସରପଞ୍ଚ ମାନଙ୍କୁ ନେଇ ଲୋଇସିଂହା ପଂଚାୟତ ଅଫିସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ବାଦୀବାହାଲ ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀ ସଭାରେ ସଭାପତିତ୍ୱ କରିଥିଲେ l ସେ କହିଥିଲେ ଯେ ସରପଞ୍ଚ ମାନଙ୍କୁ ନେଇ ଏକ କମିଟି ଗଠନ କରିବା ପାଇଁ, ଏଥିରେ ଲୋଇସିଂହା ସରପଞ୍ଚ ନବକିଶୋର ନାଏକ ମାଗୁରବେଡ଼l ସରପଞ୍ଚ ସଞ୍ଜୟ ଗଡ଼ତ୍ୟାଙ୍କୁ ସଭାପତି ଲାଗି ପ୍ରସ୍ତାବ ଦେଇଥିଲେ ଓ ଗ. ଶ ଡୁଙ୍ଗୁରିପାଲି ସରପଞ୍ଚ ଶ୍ରୀଯୁକ୍ତ ସଦାଶିବ କହେଁର ସମର୍ଥନ କରିଥିଲେ l ଏହାପରେ ବୁର୍ଡl ସରପଞ୍ଚ ଶ୍ରୀଯୁକ୍ତ ସୁଦିପ ସାଙ୍କୁ ଉପ ସଭାପତି କରିବା ପାଇଁ କାନ୍ଦାଜୁରୀ ସରପଞ୍ଚ ଶ୍ରୀମତୀ ଯାମିନୀ ମହାନନ୍ଦ ପ୍ରସ୍ତାବ ଦେଇଥିଵା ବେଳେ କୁସମେଲ ସରପଞ୍ଚ ଶ୍ରୀ କସ୍ତୁଭ ସାହୁ ସମର୍ଥନ କରିଥିଲେ l କୁସମେଲ ସରପଞ୍ଚ ଶ୍ରୀ କସ୍ତୁଭ ସାହୁଙ୍କୁ ସମ୍ପାଦକ ହିସାବରେ ସରଗାଡ଼ ସରପଞ୍ଚ ଶ୍ରୀ ସରୋଜ ବେହେରା ପ୍ରସ୍ତାବ ଦେଇଥିବା ବେଳେ ବାଦିବାହାଲ ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀ ସମର୍ଥନ କରିଥିଲେ l ରତାଖଣ୍ଡି ସରପଞ୍ଚ
ଶ୍ରୀଯୁକ୍ତ ହିମାଞ୍ଚଳ ମେହେରଙ୍କୁ ସହ ସମ୍ପାଦକ ହିସାବରେ ମାଗୁରବେଡ଼l ସରପଞ୍ଚ ସଞ୍ଜୟ ଗଡ଼ତ୍ୟା ପ୍ରସ୍ତାବ ଦେଇଥିବା ବେଳେ ଯୋଗୀସର୍ଡ଼l ସରପଞ୍ଚ ବିଜୁଳି ପଧାନ ସମର୍ଥନ କରିଥିଲେ l ଶ୍ରୀଯୁକ୍ତ ସରୋଜ ବେହେରାଙ୍କୁ କୋଷାଧ୍ୟକ୍ଷ ହିସାବରେ ସୁଦିପ ସା ସମର୍ଥନ କରିଥିବା ବେଳେ ହିମାଞ୍ଚଳ ମେହେର ପ୍ରସ୍ତାବ ଦେଇଥିଲେ l ଶେଷରେ ସର୍ବସମ୍ମତି କ୍ରମେ ଚାରିଜଣ ସରପଞ୍ଚ ବିଜୁଳି ପଧାନ, ପ୍ରଶାନ୍ତ ତ୍ରିପାଠୀ, ନବକିଶୋର ନାଏକ ଓ ଯାମିନୀ ମହାନନ୍ଦଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଗଲା l