-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
10-Apr-2022
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) ସିନ୍ଧେକେଲା ଥାନା ଝରିଆଲ ଗ୍ରାମର ବୁଲାଣି ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଝରିଆଲ ଗ୍ରାମର ଖେଳପଡ଼ିଆ ନିକଟ ବୁଲାଣି ଠାରେ ବାଇକ ଦୁର୍ଘଟଣାରେ ବେହେରାଭଟା ଗ୍ରାମର ନରେନ୍ଦ୍ର ଭୋଇ(୪୫)ଆହତ ହୋଇଛନ୍ତି ।କୌଣସି କାମରେ ତାଙ୍କ ଗ୍ରାମରୁ ମୁଣ୍ଡପଦର ପଟକୁ ଯାଉଥିବା ବେଳେ ଝରିଆଲ ନିକଟ ବୁଲାଣି ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନା ରେ ଚିକିତ୍ସା ପାଇଁ ପଠାଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଡ୍ୟୁଟିରେ ଥିବା ଡକ୍ଟର ଜିଲ୍ଲା ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।