-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||     

HOME   ଅପରାଧ

୭ ଅଭିଯୁକ୍ତ ଗିରଫ, ପ୍ରତିଶୋଧ-ପତିଆରା ପାଟଣାଗଡ଼ ଗଣହତ୍ୟାର କାରଣ, ପୁଅ ସହ ମୁଖ୍ୟ ଅଭିଯୁକ୍ତ ଗଙ୍ଗୁୱା ଫେରାର*

18-Nov-2020



ବଲାଙ୍ଗିର, (ପ୍ରେରଣା ଖବର) - ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ସଅଁରାପଡ଼ା ଠାରେ ଘଟିଥିବା ଚର୍ଚ୍ଚିତ ୬ ଜଣଙ୍କୁ ହତ୍ୟା ଘଟଣାରେ ପୁଲିସ ୭ ଜଣଙ୍କୁ ପୁଲିସ ଗିରଫ କରିଛି। ବଲାଙ୍ଗୀର ଏସ୍‌ପି ମଡକର ସଂଦୀପ ସଂପତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଭିଯୁକ୍ତମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବାବୁଲାଲ ଜାନୀ (୫୫), ଛାୟା ଗଣ୍ଡ (୨୬), ବଳଦେବ ଗଣ୍ଡ (୨୭), ମନୀଷ ଗଣ୍ଡ (୨୪), ଭୋଳା ଜାନୀ (୨୦) ଶିବ ଜାନୀ (୧୯) ଓ ବିକଳ କାଇରି (୨୦)। ତେବେ ଏହି ଗଣହତ୍ୟା ଘଟଣା ସହ ଜଡ଼ିତ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଗଙ୍ଗୁୱା ଜାନୀ ଓ ତା’ ପୁଅ ବାବୁଲାଲ ଫେରାର ଅଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା ବୋଲି ଏସ୍‌ପି ସୂଚନା ଦେଇଛନ୍ତି।*ଗଣମାଧ୍ୟମର ପ୍ରତିନିଧିଙ୍କୁ ଏସ୍‌ପି ଶ୍ରୀ ସଂପତ କହିଛନ୍ତି, ୧୦ ବର୍ଷର ପୂର୍ବରୁ ଥିବା ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିଲା। ହତ୍ୟାକାଣ୍ଡର ମୂଳ କାରଣ ଥିଲା ପ୍ରତିଶୋଧ ଓ ପତିଆରା। ଘଟଣା ଦିନ ଅଭିଯୁକ୍ତମାନେ ରାତିରେ ବୁଲୁ ଜାନୀଙ୍କ ଘରକୁ ଆସିଥିଲେ। ଅଭିଯୁକ୍ତମାନେ ହାତରେ ବନ୍ଧୁକ ସମେତ ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ର ଧରିଥିଲେ। ଯଦିଓ ଅଭିଯୁକ୍ତମାନେ ବୁଲୁ ଜାନିଙ୍କୁ ହତ୍ୟା କରିବାକୁ ଆସିଥିଲେ, କିନ୍ତୁ ବୁଲୁର ପୁଅମାନେ ବଡ଼ ହେଲେ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ଭବିଷ୍ୟତରେ କାଳେ ନେବେ ସେହି ଆଶଙ୍କାରେ ପରିବାରର ସମସ୍ତ ୬ ଜଣ (ବୁଲୁ ଜାନୀ, ଜ୍ୟୋତି ଜାନୀ, ଭୀଷ୍ମ ଜାନୀ, ସଂଜୀବ ଜାନୀ, ସାନ୍ତା ଜାନୀ ଓ ଶ୍ରୀୟ ଜାନୀ) ଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ। ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଯାନବାହନ ଓ ମାରଣାସ୍ତ୍ର ଜବତ କରିଛି।ସୂଚନାଯୋଗ୍ୟ, ଗତ ୧୧ ତାରିଖ ଦିନ ସଅଁରାପଡ଼ାରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ମୃତ ବୁଲୁ ଜାନୀଙ୍କ ପାଖପଡ଼ୋଶୀ ଗଙ୍ଗୁୱା ମାଝୀ ବୋଲି ପୁଲିସ ଏକପ୍ରକାର ସୂଚନା ପାଇସାରିଥିଲା। ପୁଲିସ ହତ୍ୟା ମାମଲାରେ ଗଙ୍ଗୁୱାଙ୍କ ପରିବାର ସଦସ୍ୟ ଓ ସଂପର୍କୀୟଙ୍କୁ ଆଣି ମାରାଥନ ଜେରା କରିଥିଲା। ମୋଟାମୋଟି ଭାବେ ଏହି ହତ୍ୟାକାଣ୍ଡ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା।*ସଅଁରାପଡ଼ା ଭିତରେ ପତିଆରା ଜାହିର ପାଇଁ ପଡ଼ୋଶୀ ସହିତ ବୁଲୁଙ୍କ ଗଣ୍ଡଗୋଳ ହେଉଥିଲା। ଆଉ ସେହି ଗଣ୍ଡଗୋଳ ହିଁ ପ୍ରତିଶୋଧର ରୂପ ନେଇଥିଲା। ରକ୍ତମୁଖା ହତ୍ୟାକାରୀ ଛୁଆମାନଙ୍କୁ ବି ଛାଡ଼ି ନଥିଲେ। ସଅଁରାପଡା ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କିଛି ଦିନ ତଳେ ମୃତ ବୁଲୁ ଜାନୀ ଓ ଗଙ୍ଗୁୱା ମାଝୀଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ଗଙ୍ଗୁୱାର ଅନୁପସ୍ଥିତିରେ ତାର ଘରର ତାଲା ଭାଙ୍ଗୁଥିଲେ ମୃତ ବୁଲୁ ଜାନୀ। ଆଉ ଏହି ସମୟରେ ଗଙ୍ଗୁୱାଙ୍କ ଜଣେ ପଡ଼ୋଶୀ ମନା କରିଥିଲେ। ପୂର୍ବରୁ ବି କିଛି ଗଣ୍ଡଗୋଳ ହୋଇଥିଲା। ଆଉ ତାଲାଭଙ୍ଗା ଘଟଣା ପରେ ଗଙ୍ଗୁଆ ମାଝୀ ପରିବାର ଓ ମୃତ ବୁଲୁ ଜାନୀଙ୍କ ପରିବାର ଭିତରେ ଉଗ୍ରରୂପ ନେଇଥିଲା ଶତ୍ରୁତା। ମୃତ ବୁଲୁ ଜାନୀଙ୍କ ପୁଅଙ୍କ କହିବାନୁସାରେ,  ମୁଖ୍ୟ ଅଭିଯୁକ୍ତ ଗଙ୍ଗୁଆ ମାଝୀ। ଗଙ୍ଗୁୱା ଓ ତାର ପୁଅ ମର୍ଡର ପ୍ଲାନ କରିଛନ୍ତି। ଗଙ୍ଗୁଆ ଓ ସଂପର୍କୀୟମାନେ ସମସ୍ତଙ୍କୁ ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026

You Might Also Like