-+91-9937148622 |

prerana_bgr@rediffmail.com |

  Saturday 29th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   (28-Aug-2026)       ||      ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (28-Aug-2026)       ||      ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   (28-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   (28-Aug-2026)       ||      ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   (28-Aug-2026)       ||      ବିରଳ ପ୍ରଜାତିର କଇଁଛ ଉଦ୍ଧାର   (28-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   (28-Aug-2026)       ||      ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   (28-Aug-2026)       ||      ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ    (28-Aug-2026)       ||      ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   (28-Aug-2026)       ||      ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ    (28-Aug-2026)       ||      ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   (28-Aug-2026)       ||      ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପକ୍ଷରୁ ଆତ୍ମ ପ୍ରଶିକ୍ଷଣ ଶିବିର   (28-Aug-2026)       ||      ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଖେଳାଳି ଧୀରେନ୍ଦ୍ର ମେହେରଙ୍କୁ ସମ୍ମାନୀତ   (28-Aug-2026)       ||      ୧୮୯ ବାଟାଲିୟନ୍ CRPF ଯବାନଙ୍କ ସହ ଜେ ଏସ ଏମ କଲେଜରେ ରାକ୍ଷୀ ପୂର୍ଣ୍ଣିମା ପାଳିତ   (28-Aug-2026)       ||      ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ   (28-Aug-2026)       ||      କାଶୀନାଥ ମହାବିଦ୍ୟାଳୟ, ପହଣ୍ଡି ଠାରେ ରକ୍ଷାବନ୍ଧନ ଉତ୍ସବ ସହିତ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ   (28-Aug-2026)       ||      *ଦିବ୍ୟ ଊର୍ଜା ଯୋଗ ସେବା ସମିତି ଓ ଦିବ୍ୟ ଶକ୍ତି ଯୋଗ ସମିତି ପକ୍ଷରୁ ନିଆରା ପ୍ରୟାସ*- *ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଦିବ୍ୟ।ଙ୍ଗ ସ୍କୁଲ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ*-   (27-Aug-2026)       ||      *ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ବୀର ମହାରାଜ ପୁର ଜୋନ୍ ଚାମ୍ପିଅନ କୁଡ଼ା ପଡା ଏଫ୍ ସି ଦଳ ୪-୧ ଗୋଲ ରେ ଵିଜୟୀ*-   (27-Aug-2026)       ||      ଦିଶା ଓ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ରାଜଶ୍ରୀ ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ମହୋତ୍ସବ ପାଳିତ   (27-Aug-2026)       ||     

HOME   ରାଜ୍ୟ

କୃଷିପ୍ରଧାନ ଦେଶର କୃଷକ ମାନଙ୍କ ପ୍ରତି ଅତ୍ୟାଚାର କାହିଁକି ?

04-Apr-2022



ଭାରତବର୍ଷ  ହେଉଛି କୃଷିପ୍ରଧାନ ଦେଶ । ସାରା ବିଶ୍ୱ ରେ ଖାଦ୍ୟ ଶସ୍ୟ ଉତ୍ପାଦନ ରେ ପ୍ରସିଦ୍ଧି ଲାଭ କରିଛି । ବିଶ୍ୱର ଏହି ଏକମାତ୍ର ଉପମହାଦ୍ୱୀପର ଜଳବାୟୁ ଫସଲ ଉତ୍ପାଦନପାଇଁ ଅନୁକୂଳ ଥିବାରୁ ଏଠାକାର ଅଧିବାସୀ କୃଷିକୁ ହିଁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଆସୁଛନ୍ତି । ଫଳରେ କେଉଁ ପ୍ରାଚୀନକାଳର ଭାରତର ସମୃଦ୍ଧ ଅର୍ଥନୀତିରେ କୃଷିର ବଡ଼ ଭାଗ ରହିଛି । ଏପରିକି କୃଷିକୁ ନେଇ ଅତୀତ ଭାରତର ଶିଳ୍ପ ଗଢ଼ି ଉଠିଥିଲା ବୋଲି ବିଭିନ୍ନ ସ୍ଥାନରୁ ମିଳଥିବା ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ଖନନରୁ ଜଣାପଡିଛି । ଏହି କୃଷିକୁ ନେଇ ଆମ ଗ୍ରାମଜୀବନ ଓ ଗ୍ରାମ ସଂସ୍କୃତି ମଧ୍ୟ ସୁଦୃଢ଼ ହୋଇଛି । ସେଇଥିପାଇଁ ମହାତ୍ମାଗାନ୍ଧୀ କହିଥିଲେ-“ଭାରତବର୍ଷ ଗାଁ’ରେ ବଞ୍ଚିଛି ।”

⁠ମାତ୍ର ଇଂରେଜ ଶାସନ କାଳରେ ଇଂରେଜ ବେପାରୀଙ୍କ କୃଷକମାରଣ ନୀତି ତଥା ଶୋଷଣ ଚରମସୀମାରେ ପହଞ୍ଚି ଯାଇଥିବାରୁ ଭାରତବର୍ଷରେ କୃଷିର ଭୂମିକା ଧୀରେ ଧୀରେ କମିବାରେ ଲାଗିଲା । ଏହି ଶୋଷକ ବିଦେଶୀମାନଙ୍କଠାରୁ ମୁକ୍ତ ହେବାପରେ, ଅର୍ଥାତ୍ ଭାରତବର୍ଷ ସ୍ୱାଧୀନତା ହାସଲ କଲାପରେ ପୁଣି ଭାରତର କୃଷି ବ୍ୟବସ୍ଥା ପୂର୍ବସ୍ଥାନ ଫେରିପାଇବ ବୋଲି ତତ୍କାଳୀନ ଜାତୀୟ ନେତୃବୃନ୍ଦଙ୍କଠାରୁ ଆଶା କରାଯାଉଥିଲା । ମାତ୍ର ତାହା ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଆମ ନୀତିନିର୍ଦ୍ଧାରକଗଣ ଙ୍କ ଖାମଖିଆଲି ମନୋଭାବ, ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ତଥା କୃଷି ଅଧିକାରୀଙ୍କ ଦୂର୍ନୀତିଯୋଗୁଁ ଆମ ଭାରତୀୟକୃଷି ବିକାଶ ପରିବର୍ତ୍ତେ ବିନାଶ ଆଡ଼କୁ ମୁହାଁଇଛି । ସବୁଠାରୁ ଦୁର୍ଭାଗ୍ୟର କଥା ଯେ ଦେଶର ଏକଶହ ପଚିଶ କୋଟି ଜନତାଙ୍କୁ ଖାଦ୍ୟ ଯୋଗାଉଥିବା ଏହି ବୃହତଗୋଷ୍ଠୀ ଚିର ଅବହେଳିତ ହୋଇ ଦାରିଦ୍ର୍ୟରେ କାଳ କାଟୁଥିବାବେଳେ, ଏମାନଙ୍କ ମଧ୍ୟରୁ ଅନେକ ମଣିଷ ଭାବରେ ବଞ୍ଚି ନ ପାରିବା- ଦୁଃଖରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଯାହାର ସଂଖ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି ।ସବୁ ସମୟରେ ସରକାର   କୃଷି ର ଉନ୍ନତି ପାଇଁ ଯୋଜନା ଉପରେ ଯୋଜନା କରି ଲୁଣ୍ଠନ କରି ଚାଲିଛନ୍ତି । ଏକ ଦୀର୍ଘ ସ୍ଥାୟୀ ଯୋଜନା ପ୍ରଣୟନ କରିବା ର ଇଚ୍ଛା ଶକ୍ତି ନାହିଁ ।ଫଳରେ ଚିର ଅବହେଳିତ ନିଷ୍ପେସିତ ହୋଇ ରହି ଯାଉଛି ଅନ୍ନଦାତା କୃଷକ । ଚାଷୀଙ୍କ ହିତ ପାଇଁ କେନ୍ଦ୍ର ହେଉ ଅବା ରାଜ୍ୟସରକାର ଯୋଜନା କରୁଛନ୍ତି ତାହାହେଲେ ଜଳସେଚନ ର ସୁବିଧା କେଉଁ ଠାରେ ଅଟକୁଛି ବୋଲି ଚାଷୀଙ୍କ ମାନଙ୍କଠାରୁ ପ୍ରକାଶ? ସମ୍ପ୍ରତି କୃଷି କ୍ଷେତ୍ର ନାନା ପ୍ରକାର ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛି । ଜଳବାୟୁ ପରିବର୍ତ୍ତନ,ଦିନକୁଦିନ ବୃଦ୍ଧି ପାଉଥିବା ଇନପୁଟ ମୂଲ୍ୟ,  କଷ୍ଟ ଉପାର୍ଜିତ ଫସଲ ର ଉତ୍ପାଦିତ ଉଚିତ ମୂଲ୍ୟ ନ ମିଳିବା, ଗୁଣାତ୍ମକ ମାନ ର ବିହନ ଓ ଜୈବିକ ସାର  ର ଅଭାବ,ଠିକ ସମୟରେ ଉପଯୁକ୍ତ ସୁଲଭ ମୂଲ୍ୟ ରେ ଋଣ ନ ମିଳିବା,କୃଷି ଯନ୍ତ୍ର ପାତି ର ସ୍ୱଳ୍ପ ବ୍ୟବହାର,ସୀମିତ ସଂଖ୍ୟକ ଗୋଦାମ ଘର,ସଂଗଠିତ ବଜାର ବ୍ୟବସ୍ଥା ର ଅଭାବ ଆଦି ଆହୁରି ଅନେକ ସମସ୍ୟା ରେ ଜର୍ଜରିତ ଦେଶ ର  କୃଷକ ।  ଏସବୁ ଦେଶ ର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତି ଦେଇ ଶାସନ ରେ ବସିଥିବା ସରକାର ମାନଙ୍କ ଠୁ କୃଷକ ମାନଙ୍କ ଉପରେ ଅତ୍ୟାଚାର ନୁହେଁ କି?
 ଅଳ୍ପ ଦିନ ପୂର୍ବରୁ ଦେଶ ର ମହାମହିମ ଉପ ରାଷ୍ଟ୍ରପତି  ଭେଙ୍କୟା ନାୟଡୁ ଦେଶର କୃଷକ ମାନେ ହିଁ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା କୁ ସୁରକ୍ଷିତ ରଖିବା ଓ ସୁନିଶ୍ଚିତ କରିବାରେ ଛାମୁଆ ଯୋଦ୍ଧା ଅଟନ୍ତି ବୋଲି ମତପ୍ରକାଶ କରିଥିଲେ । କରୋନା ମହାମାରୀ ସମୟରେ ସମସ୍ତେ କାର୍ଯ୍ୟବନ୍ଦ କରିଥିବା ବେଳେ ଜୀବନ କୁ ବାଜି ଲଗେଇ କୃଷକ ମାନେ ହିଁ ନିରନ୍ତର କାର୍ଯ୍ୟ କରି ସମସ୍ତଙ୍କ ମୁହଁରେ ଦାନା ଦେବା ପାଇଁ ସଂକଳ୍ପ ବଦ୍ଧ ଥିବାରୁ କୃଷକ ଙ୍କୁ ଉପରାଷ୍ଟ୍ରପତି ମହୋଦୟ କୋଟି ନମଃ ଜଣାଇ ଥିଲେ ଓ କୃଷକ ଙ୍କ ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ଚାରୋଟି  "ଆଇ" (4-I ) ୧-Irrigation (ଜଳସେଚନ) ୨-Infrastructure (ଭିତ୍ତିଭୂମି )୩-Investment (ପୁଞ୍ଜି ନିବେଶ )୪-Insurance (ବୀମା ) ବ୍ୟବସ୍ଥା ବାଞ୍ଛନୀୟ ହେଲେ ଯାଇ  କୃଷି କ୍ଷେତ୍ର ସୁଦୃଢ ଓ ସାମଗ୍ରୀକ ବିକାଶ ହୋଇପାରିବ ବୋଲି କହିଥିଲେ ।  କିନ୍ତୁ ସରକାର ମାନେ ହୃଦୟଙ୍ଗମ କରିବା ସପକ୍ଷରେ ନାହାନ୍ତି ଓଲଟା କୃଷି କ୍ଷେତ୍ରକୁ  କମ୍ପାନୀ ମାନଙ୍କୁ ଟେକି ଦେଇ କୃଷକ ଓ ତାର କୃଷିକୁ ତଳି ତଳାନ୍ତ କରି କରିବାର  ଅପୂର୍ବ ସୁଯୋଗ ଦେଇ ଚୁପ ବସିଛନ୍ତି ।ଯାହାର ଏକ ପ୍ରତ୍ୟକ୍ଷ ଉଦାହରଣ ବରଗଡ ଜିଲ୍ଲା  ରେ ଦେଖିବାକୁ ମିଳୁଛି । ବୀମା କ୍ଷେତ୍ର ରେ HDFC ERGO ବୀମା କମ୍ପାନୀ, ଜଳସେଚନ କ୍ଷେତ୍ରରେ TATA POWER ବିଦ୍ୟୁତ କମ୍ପାନୀ । ଗତ ଖରିଫ ଫସଲ ଭୟଙ୍କର ମରୁଡି ର ଶିକାର ହୋଇ ଥିଲେ ହେ HDFC କମ୍ପାନୀ ବୀମା ରାଶି ପ୍ରଦାନ କରିବା ର ନା ମଧ୍ୟ ନେଉନାହିଁ । ଅପରପକ୍ଷେ ଜଳସେଚନକ୍ଷେତ୍ର ରେ  ଗଭୀର ନଳକୂପ ଗୁଡିକ ର ବିଦ୍ୟୁତ ସଂଯୋଗ କାଟି ଅକଥନୀୟ ଅତ୍ୟାଚାର କରୁଛି ଟାଟା ପାୱାର ବିଦ୍ୟୁତ କମ୍ପାନୀ । ଏ ପରିସ୍ଥିତିରେ ସରକାରଙ୍କ ଭୂମିକା କିଛି ନାହିଁ କି? କାହିଁକି ଅନ୍ନଦାତାଙ୍କ ଉପରେ ହେଉଥିବା  ଅତ୍ୟାଚାର କୁ ନୀରବ ଦର୍ଶକ ସାଜି ଦେଖୁଛନ୍ତି ? କାହିଁକି ରୋକ ଲଗାଉନାହାନ୍ତି ଅତ୍ୟାଚାରୀ କମ୍ପାନୀ ମାନଙ୍କ  ବିରୁଦ୍ଧରେ, ଚାଷୀଙ୍କୁ ବୀମା ରାଶି ପ୍ରଦାନ, ବିଦ୍ୟୁତ ସୁନିଶ୍ଚିତ  ପାଇଁ ହସ୍ତକ୍ଷେପ କରିବା କଣ ସରକାରଙ୍କ ଉତ୍ତର ଦାୟିତ୍ୱ ନୁହେଁକି? ଏହି ସବୁ ପ୍ରଶ୍ନ ଓ ଦାବୀ ନେଇ   ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ଛଅ ଟି ଯାକ  ବ୍ଲକ ର ଚାଷୀ  ବୀମା, ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ରଣହୁଙ୍କାର ଦେଇଛନ୍ତି । ଆଜି ତା ୦୪.୦୪.୨୦୨୨ ରେ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ କୁ ତାଲା ପକେଇବେ । ସରକାର  ବୁଝିବା ଉଚିତ  କୃଷକ ଙ୍କୁ ଉପଯୁକ୍ତ ସମ୍ମାନ ଓ ସ୍ୱୀକୃତି ପ୍ରଦାନ କରିବା ଉଚିତ କାରଣ କୃଷକ ମାନେ  କେବେ ବି ଦେଶ କୁ ବିପଦ ମୁହଁକୁ ଠେଲି ଦେଇ ନାହାନ୍ତି । ବନ୍ୟା ହେଉ କି ମରୁଡି ହେଉ  ପ୍ରକୃତି ର ସକଳ କ୍ରୋଧ କୁ ସହ୍ୟ କରି ଦେଶବାସୀଙ୍କ ଖାଦ୍ୟଥାଳି ସୁନିଶ୍ଚିତ କରିଛନ୍ତି । ସରକାର ବୁଝନ୍ତୁ ପ୍ରତିକାର କରି କୃଷକ ର  ସୁବନ୍ଦୋବସ୍ତ କରି  ଅତ୍ୟାଚାର ବନ୍ଦ କରନ୍ତୁ  ଚାଷୀକୁ ତାର  ଉପଯୁକ୍ତ ହକ,ମୂଲ୍ୟ ପ୍ରାପ୍ତ ହେଉ ରାଜରାସ୍ତା କୁ ନ ଆସୁ ,ତା  କ୍ଷେତରେ  ସୁନାର ଫସଲ ଲହଡି ମାରୁ ।

                (ନିରଞ୍ଜନ ତ୍ରିପାଠୀ,  ବରିଷ୍ଠ ସାମ୍ବାଦିକ, ପଦ୍ମପୁର) 


News Comment




Photo in News

Advertisment
Lastest News
  ଜିଲ୍ଲା  
ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   28-Aug-2026
  ଜିଲ୍ଲା  
ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   28-Aug-2026
  ଜିଲ୍ଲା  
ବିରଳ ପ୍ରଜାତିର କଇଁଛ ଉଦ୍ଧାର   28-Aug-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   28-Aug-2026
  ଜିଲ୍ଲା  
ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   28-Aug-2026
  ରାଜ୍ୟ  
ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   28-Aug-2026
  ଜିଲ୍ଲା  
ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ   28-Aug-2026
  ଜିଲ୍ଲା  
ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   28-Aug-2026

You Might Also Like