-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
28-Aug-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ପ୍ରଥମ ମ୍ୟାଚ୍ ସୋନପୁର ବ୍ଲକ୍ ଚମ୍ପିଆନ ଦଳ ଓ ଉଲୁଣ୍ଡା ବ୍ଲକ ଚାମ୍ପିଅନ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଉଲୁଣ୍ଡl କୁ ୫-୦ ଗୋଲ ରେ ହରାଇ ସୋନପୁର ବ୍ଲକ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛି l ମ୍ୟାନ ଅଫ ଦି ମ୍ୟାଚ ଭାବେ ବିଜୟୀ ଦଳ ର ସଞ୍ଜୀବ ଧରୁଆ ଙ୍କୁ ପୁରସ୍କୃତ କରା ଯାଇଥିଲା l ପ୍ରଥମ ମ୍ୟାଚ୍ କୂ ଜିତୁ ଥନା ପତି , ଚିକୁ ବଡ଼ ପଣ୍ତା, ସୁଦାମ ଜଗଦଲା ଓ ସୁମିତ ଖେଳ ପରିଚାଳନା କରିଥିଲେ l ଆଜିର ଦ୍ବିତୀୟ ମ୍ୟାଚ୍ ବିନିକା ବ୍ଳକ ଚାମ୍ପିଅନ ଏଵଂ ସୋନପୁର ମୁନିସିପାଲିଟି ଚାମ୍ପିଅନ ରାମ ଧୂନ୍ କ୍ଲବ୍ ମଧ୍ୟରେ ଅନୁଷ୍ଟିତ ହୋଇଥିଲା l। ବିନିକା ବ୍ଲକ କୁ ୧-୦ ଗୋଲ ରେ ହରାଇ ସୋନପୁର ମ୍ୟୁନିସପାଲିଟି ରାମ ଧୂନ୍ କ୍ଲବ୍ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛି l। ଶ୍ରୀ ତମ ସାହୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରଷ୍କୃତ କରା ଯାଇଥିଲା l ରେଫରି ରାଜେଶ୍ ଥନା ପତି ଖେଳ ପରିଚାଳନା କରିଥିଲେ l ଆଜିର ର ଏହି ଖେଳ ରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ମୂଖ୍ୟ ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାସ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ପ୍ରାକ୍ତନ ବିଧାୟକ ବିନୋଦ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ, ବିଧାୟକ ପ୍ରାର୍ଥୀ ପ୍ରିୟ ବ୍ରତ ସାହୁ, ଯୁବ ନେତା ସୁଧୀର ପଣ୍ତା, ଶେଷ ଦେବ ମେହେର, ରଞ୍ଜିତ ରାୟ, ଯୋଗ ଦେଇ ଖେଳ ଉଦ୍ଘାଟନ କରିଥିଲେll କ୍ରୀଡ଼ା ସଂଘ ବରିଷ୍ଠ ସଦସ୍ୟ ମନୋରଞ୍ଜନ ତ୍ରିପାଠୀ, , ସଂଜୟ ସାହୁ ସଭା ପରିଚାଳନା ଓ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ପୀୟୂଷ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱl ବଧାନ ରେ ସମସ୍ତ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇଥିବା ବେଳେ ବିକାଶ ପଣ୍ତା ଧନ୍ଯବାଦ ଅର୍ପଣ କରିଥିଲେ l ସୁବାସ ବିଶ୍ଵାଳ, ବିକାଶ ପାଢୀ , ଭକ୍ତି ରଞ୍ଜନ ଦଳାଇ, ଫୁଟବଲ ସଂପାଦକ ରାଜୀବ ସାହୁ, କଳିମ ମହମ୍ମଦ, ସଂତୋଷ ପାଢ଼ୀ, ରାଜ କୁମାର ନାଏକ୍, ହୃଷୀ କେଶ ପଣ୍ତା, ଅନିଲ ସାହୁ, ରବି ଦେହୁରୀ, ବୁବୁନ୍ ନାଏକ୍ ପ୍ରମୁଖ କ୍ରୀଡ଼ା ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l