-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
28-Aug-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ରକ୍ଷାବନ୍ଧନ ଅବସରରେ ସୋନପୁର ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ରାକ୍ଷୀ ବାନ୍ଧି ସମ୍ମାନ ଓ କୃତଜ୍ଞତା ଜଣାଇଥିଲେ । ଅଗ୍ନିକାଣ୍ଡ, ପ୍ରାକୃତିକ ବିପର୍ଯ୍ୟୟ ଓ ବିଭିନ୍ନ ଜରୁରୀକାଳୀନ ପରିସ୍ଥିତିରେ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ଅଗ୍ନିଶମ ସେବା କର୍ମଚାରୀମାନେ ନିରନ୍ତର ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିଥାନ୍ତି । ସେମାନଙ୍କର ସାହସ, ତ୍ୟାଗ, କର୍ତ୍ତବ୍ୟନିଷ୍ଠା ଓ ମାନବୀୟ ସେବାକୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀମାନେ ଏହି ଅଭିନବ ଭାବରେ ରକ୍ଷାବନ୍ଧନ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମନରେ ସେବା, ସାହସ, କୃତଜ୍ଞତା ଓ ସାମାଜିକ ଦାୟିତ୍ୱବୋଧ ବିକାଶ କରିବାରେ ଏକ ପ୍ରେରଣାଦାୟକ ପଦକ୍ଷେପ ହୋଇଥିଲା ।