-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
27-Aug-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଦିବ୍ୟ ଊର୍ଜା ଯୋଗ ସେବା ସମିତି ସୁବର୍ଣ୍ଣପୁର ତରଫରୁ ଆୟୁର୍ବେଦ ବୃକ୍ଷ ରୋପଣ ଓ ରକ୍ଷା ବନ୍ଧନ ଉତ୍ସବ ପାଳନ ହୋଇ ଯାଇଛି , l ଏହି କାର୍ଯକ୍ରମ ରେ ମନମୁଣ୍ଡ। ଅଞ୍ଚଳର ସମାଜସେବୀ ତଥା ପ୍ରକୃତି ପ୍ରେମୀ ଶୟଦ ଅଲି ମୁଲ ଇସଲାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିନକୁ ଦିନ ରୋଗର ପ୍ରାଦୁର୍ଭାବ କୁ ନିପାତ ହେତୁ ଆୟୁର୍ବେଦ ଚିକିତ୍ସା ଓ ବୃକ୍ଷ ର ମହତ୍ଵ ବିଷୟ ରେ ଆଲୋଚନା କରିଥିଲେ l, ଯୋଗ ସେବା ସମିତି ର ଭଉଣୀ ମାନେ ମୁଖ୍ୟ ଅତିଥି ଙ୍କ ସମେତ ଯୋଗ ସମିତି ର ସମସ୍ତ ସଦସ୍ୟ ଙ୍କୁ ରକ୍ଷା ବନ୍ଧନ ସହିତ ଆୟୁର୍ବେଦ ଗଛ ଗିଲୋଇ, ନିମ୍ବ, ଚିରେଇତ।, ଇନସୁଲିନ୍, ଅମରପୋଇ ଗଛ ରୋପଣ ଓ ପରେ ଗଛକୁ ପରିବେଶ ସୁରକ୍ଷା ପାଇଁ ରାକ୍ଷୀ ବାନ୍ଧି ନିଆରା ପରମ୍ପରା ସୃଷ୍ଟି କରିଥିଲେ । ସେହିପରି ଦିବ୍ୟ ଶକ୍ତି ମହିଳା ଯୋଗ ସେବା ସମିତି ସଭ୍ୟା ମାନେ ବାଇଗଣ ଜୁରି ସ୍ଥିତ ଦିବ୍ୟlଙ୍ଗ ସ୍କୁଲ ରେ ଛାତ୍ର ଛାତ୍ରୀ ଙ୍କ ହାତରେ ରକ୍ଷା ବନ୍ଧନ ପାଳନ କରିବା ସହିତ ଫଳ ମିଷ୍ଟାନ୍ନ ବଣ୍ଟନ କରିଥିଲେ, l ଆଜିର ସମୟ ରେ ଯେଉଁ ମାନେ ଅଲୋଡ଼ା ଅନୁଭବ କରନ୍ତି ସେମାନଙ୍କ ମୁହଁ ରେ ମେଞ୍ଚାଏ ହସ ଫୁଟାଇବା ପାଇଁ ସମସ୍ତେ ମିଳିମିଶି ସମାଜର ନିଷ୍ପେସିତ ଲୋକଙ୍କୁ ଯଥା ସମ୍ଭବ ସହଜୋଗ ପାଇଁ ଆଗେଇ ଆସୁଥିବା ଏହି ଯୋଗ ସଂଗଠନ ର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରା ଯାଇଛି l