-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
28-Aug-2026
ବଲାଙ୍ଗୀର(ପ୍ରେରଣା ଖବର): ଜେଏସ ଏମ କଲେଜ ପକ୍ଷରୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା (ରକ୍ଷାବନ୍ଧନ) ଅବସରରେ ୧୮୯ ବାଟାଲିୟନ୍ ସି ଆର ଏଫ ର ସାହସୀ ଯବାନମାନଙ୍କ ସହ ଏକ ଭାବପୂର୍ଣ୍ଣ ଓ ଆନନ୍ଦମୟ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।
ଏହି ଅବସରରେ କଲେଜର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ CRPF କ୍ୟାମ୍ପକୁ ଯାଇ ଦେଶର ସୁରକ୍ଷା ପାଇଁ ନିଃସ୍ୱାର୍ଥ ଭାବରେ କାର୍ଯ୍ୟରତ ବୀର ଯବାନମାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ପ୍ରତି ସମ୍ମାନ, କୃତଜ୍ଞତା ଓ ଭାଇଚାରାର ଭାବ ପ୍ରକାଶ କରିଥିଲେ।
ରାକ୍ଷୀ ବାନ୍ଧିବା ସହ ଛାତ୍ରଛାତ୍ରୀ ଓ ସି ଆର ପି ଏଫ ଯବାନଙ୍କ ମଧ୍ୟରେ ଆନନ୍ଦମୟ ଆଲୋଚନା ଓ ଭାବ ବିନିମୟ ହୋଇଥିଲା। ଏହି ଅବସର ନାଗରିକ ଓ ଦେଶର ସୁରକ୍ଷାରେ ନିୟୋଜିତ ସୁରକ୍ଷାବାହିନୀ ମଧ୍ୟରେ ଥିବା ଆତ୍ମୀୟତା ଓ ସମ୍ପର୍କର ଏକ ସୁନ୍ଦର ପ୍ରତୀକ ପାଲଟିଥିଲା।
୧୮୯ ବାଟାଲିୟନ୍ CRPFର ସାହସୀ ଯବାନମାନଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଅଧିକ ଅର୍ଥପୂର୍ଣ୍ଣ କରିଥିଲା। ଦେଶର ସୁରକ୍ଷା ପାଇଁ ସେମାନଙ୍କର ଅଦମ୍ୟ ସାହସ, ନିଷ୍ଠା, ତ୍ୟାଗ ଓ ନିଃସ୍ୱାର୍ଥ ସେବା ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇଥିଲା।
ଏହି ରାକ୍ଷୀ ପୂର୍ଣ୍ଣିମା ପାଳନ ମାଧ୍ୟମରେ ଭାଇଚାରା, ଏକତା, ଦେଶପ୍ରେମ, ପାରସ୍ପରିକ ସମ୍ମାନ ଓ ସାମାଜିକ ସମନ୍ୱୟର ବାର୍ତ୍ତା ପ୍ରସାରିତ ହୋଇଥିଲା।କାର୍ଯ୍ୟକ୍ରମରେ ଆନନ୍ଦ, ଭାବପ୍ରବଣତା ଓ ଦେଶପ୍ରେମର ଏକ ସୁନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ଶେଷରେ ଏକତା, ସମ୍ମାନ ଓ ଭାଇଚାରାର ବନ୍ଧନକୁ ଆହୁରି ମଜବୁତ କରିବାର ସନ୍ଦେଶ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।