-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
02-Apr-2022
ନୀଳଗିରି:(ପ୍ରେରଣା ନିଉଜ)-ନୀଳଗିରି ବ୍ୟାସ କବି ସାହିତ୍ୟ ସଂସଦ, ଗୋଡ଼ିଶୂଳ, ନୀଳଗିରି, ବାଲେଶ୍ଵର ତରଫରୁ, ନୀଳଗିରି ମହିଳା ଡିଗ୍ରୀ କଲେଜ ପ୍ରାଙ୍ଗଣରେ ମହା ସମାରୋହରେ ଉତ୍କଳ ଦିବସ ପାଳନ, ସମ୍ଵର୍ଦ୍ଧନା ଉତ୍ସବ ଓ କବିତା ଆସର ସଂସଦର ସଭାପତି ବିପିନ ବିହାରୀ
ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ପ୍ରାଣ ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଯଚିନ୍ଦ୍ର ସ୍ୱାଇଁଙ୍କ ପ୍ରାରମ୍ଭିକ ଅଭିଭାଷଣରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ମୁଖ୍ୟ ଅତିଥି ଭାବେ ପ୍ରଫେସର ମଣୀନ୍ଦ୍ର କୁମାର ମେହେର, ବିଭାଗୀୟ ମୁଖ୍ୟ ଓଡ଼ିଆ ଭାଷା ସାହିତ୍ୟ, ଫକୀର ମୋହନ ବିଶ୍ଵବିଦ୍ୟାଳୟ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ସନ୍ତୋଷ ନାୟକ, ଓଡ଼ିଆ
ବିଭାଗ, ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ, ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ରତ୍ନାକର ଟାଉନ ହାଇସ୍କୁଲ, ବାଲିଗୋହିରି, ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର, ବିଭାଗୀୟ ମୁଖ୍ୟ ନୀଳଗିରି ମହିଳା ଡିଗ୍ରୀ କଲେଜ ମଞ୍ଚାସୀନ ହୋଇ ଓଡ଼ିଆ ସାହିତ୍ୟ ଓ ଉତ୍କଳ ଦିବସ ସମ୍ପର୍କିତ ଅଭିଭାଷଣ ପ୍ରଦାନ କରିଥିଲେ। ଯୁଗ୍ମ ସମ୍ପାଦିକା ଶ୍ରୀମତୀ ସଙ୍ଗୀତା ବାରିକ୍ ମଞ୍ଚ ପରିଚାଳନା କରିଥିଲେ ଓ ଶିବ ସୁନ୍ଦର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ବାରିକ ଙ୍କୁ ଉତ୍କଳବୀର, ମହିଳା ସମ୍ପାଦିକା ସରସ୍ଵତୀ ବାରିକ, ପ୍ରଣତି ମହାପାତ୍ରଙ୍କୁ ପ୍ରଜ୍ଞାଭାରତୀ ସମ୍ମାନ, ସୁକାନ୍ତ କୁମାର ନାୟକ, ନିରଞ୍ଜନ ତ୍ରିପାଠୀଙ୍କୁ ସାମ୍ବାଦିକଶ୍ରୀ ସମ୍ମାନ, ଗୋପବନ୍ଧୁ ମିଶ୍ରଙ୍କୁ ସାରସ୍ଵତ ପ୍ରତିଭା ସମ୍ମାନ - ୨୦୨୨ ଓ ସୁକାନ୍ତ କୁମାର ବେହେରା, ନୃସିଂହ ଚରଣ ପଣ୍ଡାଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରିଶେଷରେ ୩୦ ଜଣ ସାରସ୍ଵତ ସାଧକ/ସାଧିକା ଦେଶାତ୍ମବୋଧକ କବିତା ପାଠ କରି ମାନପତ୍ର ଦ୍ଵାର ସମ୍ମାନିତ ହୋଇଥିଲେ।