-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
22-Mar-2022
ନୟାଗଡ, (ପ୍ରଦୀପ କୁମାର ପଣ୍ଡା): ରାଜ୍ୟସରକାର ଙ୍କ ତରଫରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଉତ୍ସବ ଅନୁଷ୍ଠିତ ହେଇଥିଲl | ଉକ୍ତ ଉତ୍ସବକୁ ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ମନ୍ତ୍ରୀ, ଓଡିଶା ଭିଡ଼ିଓ କନ୍ଫରେନ୍ସ ଦ୍ୱାରା ଉଦଘାଟନ କରିଥିଲେ l ଉକ୍ତ ଉତ୍ସବ ରେ ଖଣ୍ଡପଡା ବିଧାୟକ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ , ବ୍ଲକ ବିଜୁ ଜନତା ଦଳ ସଭାପତି, ସମେତ ଅନେକ ରାଜନେତା, ଲୋକପ୍ରତିନିଧି ,ଖଣ୍ଡପଡା ଗୋଷ୍ଠୀ ଉନୟନ ଅଧିକାରୀଣୀ ଶ୍ରୀମତୀ ପୂର୍ଣ୍ଣିମା ସାହୁ ଙ୍କ ସମେତ ବ୍ଲକ ସ୍ତରୀୟ ବହୁ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ l ସଭା ଆରମ୍ଭ ପୂର୍ବରୁ ଜଗତର ନାଥ ଜଗନ୍ନାଥ ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ ପୂଜା, କରାଯାଇଥିଲା l ଓଡିଶା ପ୍ରଶାସନିକ ସେବା ଅଧିକାରୀଣୀ ନାସ୍ତିକ ପୂର୍ଣ୍ଣିମା ମାଡାମ ଚପଲ ( ଜୋତା ) ପିନ୍ଧି ଜଗନାଥ ଙ୍କ ପୂଜା ଉଦେଶ୍ୟ ରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ | ଉପସ୍ଥିତ ଭଦ୍ର ବ୍ୟକ୍ତି, କିମ୍ଭା ବରିଷ୍ଠ ବିଧାୟକ ଖଣ୍ଡପଡା ତଥା ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ମଧ୍ୟ ବିଡିଓ ମହୋଦୟା ଙ୍କୁ ବIରଣକରିନଥିଲେ | ଚପଲ ପିନ୍ଧି ଜଗନାଥ ଙ୍କୁ ପୂଜା କରିବା ହିନ୍ଧୁ ଧର୍ମ ତଥା ଜଗତର ନାଥ ଜଗନାଥ, ଙ୍କୁ ଅବମାନନା ଏବଂ ଦଣ୍ଡନୀୟ ଅପରାଧ, I ଯାହାକି କୋଟି କୋଟି ଜଗନାଥ ପ୍ରେମୀ ଙ୍କ ମନରେ ଆଘାତ ସୃଷ୍ଟିକରିଥିଲା lଏକ ହିନ୍ଦୁ ଧର୍ମର ନାରୀ, ପ୍ରଶାସନିକ ଅଧିକାରୀ, ଚପଲ ପିନ୍ଧି ପୂଜIକରିବା ସମସ୍ତ ଖବର ଟେଲିଭିଯନ ଓ ଖବର କାଗଜରେ ବହୁଳ ଭାବେ ଖବର ପ୍ରସାରଣ ହେଇଥିଲେ ମଧ୍ୟ ଜିଲ୍ଲା ପୋଲିସ, କିମ୍ଵା ଆଇ ଆଇ ସି, ଖଣ୍ଡପଡ଼ା ନିଜତରଫରୁ ମାମଲା ରୁଜୁ କରି ଭାରତୀୟ ଦଣ୍ଡବିଧି ଆଇନ ଧାରା 295 (A), 153( A) ଓ 505 (2) ରେ ତତ୍କାଳ ଗିରଫ କରଯାଇଥାନ୍ତା କିନ୍ତୁ କରିଲେ ନାହିଁ କି ଜିଲ୍ଲାପାଳ, ନୟାଗଡ଼ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ନାହିଁ ଯାହା ଓଡିଶା, ଭାରତର, ଓ ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ସେଣ୍ଟିମେଣ୍ଟ ସହିତ ଜିଲ୍ଲା ପ୍ରଶାସନ ଖେଳିଛନ୍ତି l
ତା 07.01.22 ରେ ଭାରତୀୟ ବିକାଶ ପରିଷଦ ତରଫରୁ ତ୍ରିନାଥ ନାୟକ ଜିଲ୍ଲା ସଭାପତି ଏଫ ଆଇ ଆର ରୁଜୁ କରିଲେ ମଧ୍ୟ ଆଇ ଆଇ ସି ଖଣ୍ଡପଡା କେସ ରେଜିଷ୍ଟ୍ରି ନକରି ଉଲଟା ପ୍ରଶ୍ନ କରିଛନ୍ତି କି ପ୍ରକାର ଦଫା ରେ କେସ କରିବି ମୋତେ ଜଣାପଡ଼ୁନାହିଁ l ଏହି ହେଉଛି ଜଗନ୍ନାଥ ପ୍ରେମୀ 22 ବର୍ଷର ମୁଖ୍ୟମନ୍ତ୍ରୀ ଙ୍କ ରାଜ୍ୟରେ ଏମିତି ଅପାରଗ ପୋଲିସ ଅଧିକାରୀ ଅଛନ୍ତି?
ତା 10.01.22 ରେ ଆରକ୍ଷୀ ଅଧକ୍ଷ ନୟାଗଡ଼ଙ୍କୁ ମଧ୍ୟ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଭାରତୀୟ ବିକାଶ ପରିଷଦ ତରଫରୁ ମାନ୍ୟବର ଉଚ୍ଚ ନ୍ୟାଳlୟ ଓଡ଼ିଶାରେ ଏକ ମାମଲା CRLMP NO 462/2022 ରେ ୠଜୁକରାଯାଇଛି I ସେଥିରେ ଦର୍ଶାଯାଇଛି ଯେ ତୁରନ୍ତ ଖଣ୍ଡପଡା ଗୋଷ୍ଠୀ ଉନ୍ନୟନ ଅଧୁକାରୀ ପୂର୍ଣ୍ଣିମା ସାହୁ, ( OAS), ଙ୍କ ବିରୁଦ୍ଧରେ ମାମଲା IPC ଧାରା 295(A),153, (A) ଏବଂ 505(2) ରେ ରୁଜୁ କରି ଗିରଫ କରିବା ପାଇଁ I ଉକ୍ତ ମାମଲାରେ ପ୍ରମୁଖ ଶାସନ ସଚିବ (ସଂସ୍କୃତି ବିଭାଗ), ସୁପେରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ ନୟାଗଡ଼, ଆଇ ଆଇ ସି, ଖଣ୍ଡପଡ଼ା ଓ ପୁର୍ଣିମା ସାହୁ, BDO, ଖଣ୍ଡପଡ଼ା, ଙ୍କୁ ପକ୍ଷଭୁକ୍ତ କରାଯାଇ କେସ ୠଜୁକରାଯାଇଛି I