-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
22-Mar-2022
ସୁବର୍ଣ୍ଣପୁର : ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ନାରାୟଣପୁର ପଞ୍ଚାୟତ ଅଫିସ ସଭାଗୃହରେ ବ୍ଲକସ୍ତରୀୟ ଜାତୀୟ ଟୀକାକରଣ ଦିବସ ପାଳିତ ହୋଇଯାଇଛି। ୧୬ ମାର୍ଚ୍ଚ ୧୯୯୫ ମସିହାରେ ଭାରତବର୍ଷରେ ପ୍ରଥମ କରି ପଲସ୍ ପୋଲିଓ ଟୀକାକରଣ ଆରମ୍ଭ ହୋଇଥିଲା। ତେଣୁ ସେହି ଦିନଟିକୁ ସମଗ୍ର ଭାରତରେ ଜାତୀୟ ଟୀକାକରଣ ଦିବସ ରୂପେ ପାଳନ କରାଯାଏ। ନୀରବଛିନ୍ନ ଭାବେ ସ୍ଵାସ୍ଥ୍ୟକର୍ମୀମାନଙ୍କର ଉତ୍ସର୍ଗୀକୃତ ସେବା ଯୋଗୁଁ ଭାରତ ଆଜି ପୋଲିଓ ରୋଗ ଉପରେ ବିଜୟ ଲାଭ କରିଛି ବୋଲି ମଞ୍ଚାସୀନ ଅତିଥିମାନେ ମତ ପ୍ରକାଶ କରିଥିବା ବେଳେ ଏକ ସୁସ୍ଥ ସମାଜ ଗଠନ ଦିଗରେ ନିଜର ପ୍ରୟାସ ଜାରୀ ରଖିବାକୁ ଉପସ୍ଥିତ ସ୍ଵାସ୍ଥ୍ୟକର୍ମୀ ଓ ଆଶାମାନଙ୍କୁ ଆହ୍ଵାନ ଦେଇଥିଲେ। ଗତ ଫେବୃୟାରୀ ମାସରେ ଅନୁଷ୍ଠିତ ପଲସ୍ ପୋଲିଓ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ସେବା ପ୍ରଦାନ ପାଇଁ ଏହି ଅବସରରେ ମହିଳା ସ୍ଵାସ୍ଥ୍ୟକର୍ମୀ ପ୍ରତିମା ତ୍ରିପାଠୀ, ଆଶାକର୍ମୀ ସବିତା ନାଏକ ଏବଂ ଯଶୋବନ୍ତୀ ନାଗଙ୍କୁ ମାନପତ୍ର, ଉତ୍ତରୀୟ ଏବଂ ଟ୍ରଫି ସହ ସମ୍ମାନିତ କରାଯାଇଥିଲା। ସେହିପରି ପରିବାର ନିୟୋଜନ ସେବାରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ପାଇଁ ଅତିରିକ୍ତ ଏଏନ୍ଏମ୍ ଜ୍ୟୋତ୍ସ୍ନାମୟୀ ଭୋଇଙ୍କୁ ସମ୍ମାନିତ କରାଯାଇଥିଲା। ପାଳନତ୍ସୋବର ସାଂସ୍କୃତିକ ପର୍ବରେ ମହିଳା ସ୍ଵାସ୍ଥ୍ୟକର୍ମୀ ରଂଜିତା ପଣ୍ଡା କବିତା ପାଠ କରିଥିବା ବେଳେ ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ, ମହିଳା ସ୍ଵାସ୍ଥ୍ୟକର୍ମୀ ମଞ୍ଜୁଲତା ମଲ୍ଲିକଙ୍କ ସମେତ ଆଶାକର୍ମୀମାନେ ସଂଗୀତ ପରିବେଷଣ କରିଥିଲେ। ଏହି ଅବସର ରେ ଏକ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ ମଧ୍ୟ ହୋଇଥିଲା। ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିବା ବେଳେ,ବିପିଏମ ଅଶୋକ ମିଶ୍ର, ଆୟୁଷ ଡାକ୍ତର ପ୍ରମୋଦ ମେହେର ପ୍ରମୂଖ ମଂଚାସୀନ ଥିଲେ। ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତ୍ଵନୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଠିକ୍ ସେହିପରି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଦ୍ଵାରା ଆୟୋଜିତ ସ୍ଵାସ୍ଥ୍ୟସେବା ସମ୍ମାନ ସମାରୋହରେ ଆଶାକର୍ମୀ ପଦ୍ମିନୀ ଦାଶ, ସବିତା ନାଏକ, ଅମ୍ଵିକା ନାୟକଙ୍କୁ ସମ୍ମାନିତ କରାଯାଇଥିଲା।