-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
01-Sep-2026
ବଲାଙ୍ଗୀର- ଭଗବତୀ କୌଶଲ୍ୟା ସ୍କୁଲ ଅଫ ନର୍ସିଂ ର ପ୍ରଥମ ବର୍ଷ ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ମାନେ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ ସେବା କରିବା ପାଇଁ ଶପଥ ଗ୍ରହଣ କରିଛନ୍ତି । ଅନୁଷ୍ଠାନ ର ସମ୍ପାଦକ ଡ଼. ନାରାୟଣ ପ୍ରସାଦ ମିଶ୍ର ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ସୁଶ୍ରୀ ଶିକ୍ଷା ଅନୁଷ୍ଠାନ ସମୁହର ପ୍ରତିଷ୍ଠାତା ଡ଼. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନର୍ସିଂ ଶିକ୍ଷ୍ା ର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ରାମଜୀ ଯୁବକ ସଙ୍ଘ ର ସଭାପତି ଡ଼।. ପ୍ରମୋଦ କୁମାର ମିଶ୍ର, ସାଇଟ ନର୍ସିଂ କଲେଜ ର ଅଧ୍ୟକ୍ଷା ପ୍ରଫେସର ସ୍ନିଗ୍ଧା ମିନତୀ ଦାନୀ, ସହ ଅଧ୍ୟକ୍ଷା ପ୍ରଫେସର ଲୋପାମୁଦ୍ରା ମିଶ୍ର ଯୋଗଦାନ କରିଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷା ପ୍ରଫେସର ବିନୋଦିନୀ ଦାସ ସଭାପତିତ୍ୱ କରିଥିଲେ । ପ୍ରାଶାସନିକ ଅଧିକାରୀ ସନ୍ତୋଷ କୁମାର ବ୍ରହ୍ମା ସ୍ୱାଗତ ଭାଷଣ ଦେଇଥିଲେ । କାର୍ୟ୍ୟକ୍ରମକୁ ସାନ୍ତ୍ୱନା ୱାଘ୍ ପରିଚାଳନ କରିଥିବା ବେଳେ ଅନୁଷ୍ଠାନ ର ଅଧ୍ୟାପକ ପୁରନ୍ଦର ସାହୁ, ସ୍ୱାଗତିକା ନାୟକ, ମୌସୁମୀ ବାଗ, ସଲୋନି ହରପାଲ, ସଲୋମୀ ଟାକ୍ରୀ, ଶୁଭଦର୍ଶିନୀ ମେହେର, ପରେଶ ଭୋଇ, ମାନଭଞ୍ଜନ ମିଶ୍ର, ରବି ବାରିକ, ପ୍ରତିମା ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।