-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
20-Mar-2022
ଗୁଡ଼ଭେଲା: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ କର୍ଲାଖମନ ସ୍ଥିତ ରାହୁଲ ନଦୀ କୂଳରୁ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ କୁଦେଇ ଗ୍ରାମର ଶିକ୍ଷକ ବାସୁଦେବ ଭୋଇଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ଘଟଣାରେ ଆଜି ପୁଣି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ତେବେ ଉକ୍ତ ଘଟଣାଟି ପ୍ରେମ ବ୍ୟାପାର ହୋଇଥିବା ବେଳେ ପୂର୍ବରୁ ଏହି ଘଟଣାକୁ ନେଇ ପ୍ରେମିକା ପ୍ରମୋଦା ବଗର୍ତ୍ତୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଉକ୍ତ ଘଟଣାରେ ସହଯୋଗ କରିଥିବା ପ୍ରେମିକାର ଭିଣୋଇ ଭଗବାନ ବାଗଙ୍କୁ ତୁଷୁରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।