-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
15-Mar-2022
ଉଲୁଣ୍ଡା(ଗୌର ଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ସ୍ଥିତ ମା ଉମାଦେବୀ ଆଞ୍ଚଳିକ କଲେଜ କାଦୋଦର ଠାରେ ସୁବର୍ଣ୍ଣପୁର ରେଆର ଅନୁକୂଲ୍ୟ ରେ ରେଆର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଖାଉଟି ଦିବସ ପାଳିତ ହୋଇଯାଇଛି l ଇଂରାଜୀ ଅଧ୍ୟାପକ ସୁଶାନ୍ତ ଦେହୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଖାଉଟି ପରାମର୍ଶଦାତା ସୁଦାମ ଗାଈଗାରିଆ ଅତିଥି ପରିଚୟ କରିଥିଲେ ଓ ମା ଉମାଦେବୀ ଆଞ୍ଚଳିକ କଲେଜ ର ଅଧ୍ୟକ୍ଷ ବଲ୍ଲଭ ପୁରୋହିତ ମଞ୍ଚପରିଚାଳନା କରିଥିଲେ l କାଦୋଦର ପଂଚାୟତ ର ନବନିର୍ବାଚିତ ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ପାଢି ମୁଖ୍ୟ ଅତିଥି ଭାବରେ ଏବଂ ପଂଚାୟତ ସମିତି ସଭ୍ୟ
ସଂଜୀବ ଦେହୁରୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l ସହକାରୀ ଖାଦ୍ୟ ଯୋଗଣ ଅଧିକାରୀ ପ୍ରଣତି ପୃଷ୍ଟି ଓ ଲଳିତ ମହନ ପଟ୍ଟନାୟକ ନାୟକ ଯୋଗଦେଇ ବିଶ୍ୱ ଖାଉଟି ଦିବସ ଉପରେ ଆଲୋକପାତ କରି ଖାଉଟି ମାନଙ୍କ ଅଧିକାର ଉପରେ ମତ ରଖିଥିଲେ ଓ ପ୍ରକଳ୍ପ ସଂଯୋଜକ ସରୋଜ କୁମାର
କରଣ ଆୟୋଡିନ ଏବଂ ତାର ଉପକାରିତା ଓ ଆବଶ୍ୟକତା ର ବିଶେଷ ବିବରଣୀ ପ୍ରଦାନ କରିଥିଲେ l ଅର୍ଥନୀତି ଅଧ୍ୟାପକ ଵାଳମକୁନ୍ଦ ବାରିକ, ନିତ୍ୟାନନ୍ଦ ମିଶ୍ର, ଅଧ୍ୟାପିକା ସାଧନା ମେଲ୍ଲି, ରଂଜିତା ମିଶ୍ର, ନରୋତ୍ତମ କର୍ମୀ, ସୁଶାନ୍ତ ମିଶ୍ର, ଯୋଗୀନ୍ଦ୍ର ପଧାନ ଏବଂ କଲେଜ ର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ଶେଷରେ ଆଇଟି ଅଧ୍ୟାପକ ତଥା ଯୁବ ରେଡ଼କ୍ରସ କାଉନସିଲର ଉଦ୍ଧବ ପଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l