-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
15-Mar-2022
ପଦ୍ମପୁର:-ପ୍ରତିବର୍ଷ ଭଳି ପାଳିତ ହୋଇଆସୁଥିବା ମୀନ ସଂକ୍ରାନ୍ତି ଅବସରରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ପାଇକମାଲ ବ୍ଳକ ଅନ୍ତର୍ଗତ କେଛୋଦାଦର ଗ୍ରାମପଞ୍ଚାୟତ ଅଧିନରେ ଯାଉଥିବା ଛେଲିଆମାଲ ଗ୍ରାମର ଶ୍ରୀ ମାଁ ସରସ୍ୱତୀ ଭାଗବତ ଟୁଙ୍ଗି ଠାରେ ଗ୍ରାମବାସୀ ମୀନସଂକ୍ରାନ୍ତି ପାଳନ କରିଆସୁଛନ୍ତି ।ଏ ଅବସରରେ ମୀନ ସଂକ୍ରାନ୍ତି ମହୋତ୍ସବ ଗ୍ରାମ ର ଭଦ୍ରବ୍ୟକ୍ତି, ସରପଞ୍ଚ ତଥା ୱାର୍ଡ ମେମ୍ବର ମାନଙ୍କୁ ନେଇ ମହା ସମାରୋହରେ ପାଳନ କରାଯାଇଥିଲା ।ଏଇ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବା ପାଇଁ ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ମାଁ ଭଉଣୀ ଭକ୍ତ ଭାବରେ ଯୋଗଦାନ କରି ତାଙ୍କ ଚରଣାବିନ୍ଦରେ ଆଶ୍ରିତ ପାଇଁ କାମନା କରିଥିଲେ । କର୍ତ୍ତା ଭାବେ ମାଁ ସରସ୍ଵତୀ ଭାଗବତ ଟୁଙ୍ଗି ର ସଭାପତି ଶାନ୍ତି ଲାଲ ପ୍ରଧାନ ସହଧର୍ମିଣୀ ବାସନ୍ତୀ ପ୍ରଧାନ ସମସ୍ତ ପୂଜାବିଧି ର ଦାୟିତ୍ଵ ତୁଲାଇଥିବାବେଳେ,ପୂଜକ ଭାବେ ବସୁଦେବ ସାହା ନିଷ୍ଠାପର ଭାବେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ।