-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜୀବନଶୈଳୀ

କଳା, ସଂସ୍କୃତି, ପରମ୍ପରାର ପ୍ରଚାର ଓ ପ୍ରସାର ସହ ତାକୁ ବଞ୍ଚେଇ ରଖିବାର ପ୍ରୟାସ ଜାରି ରଖିବି : ମମତା

01-Mar-2022



ଗ୍ରାମାଞ୍ଚଳରେ ଅନେକ କଳାକାର ଲୋକଲୋଚନକୁ ଆସିପାରୁ ନାହାନ୍ତି । ବଣମଲ୍ଲି ହୋଇ ଶେଷରେ ଝଡି ଯାଉଛନ୍ତି  ସେମାନେ । ବଣମଲ୍ଲୀର ବାସ୍ନାକୁ ଲୋକେ ଆଘ୍ରାଣ କରିବାକୁ ପ୍ରେରଣା ବଲାଙ୍ଗୀର ସମ୍ବାଦପତ୍ରର ଏ ନିଆରା ପ୍ରୟାସ...(ଉପସ୍ଥାପନା ପଦ୍ମପୁର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ) 


ବରଗଡ ଜିଲ୍ଲା ପଦ୍ମପୁର ନିକଟସ୍ଥ  ଲମ୍ବରଜୁନା ଗ୍ରାମର ଝିଅ ମମତା ବରିହାଙ୍କ ସାଙ୍ଗରେ ଏକ ନିରୋଳା ମୂହୁର୍ତ୍ତ


ପ୍ରଶ୍ନ-ଆପଣ ଙ୍କ ପରିଚୟ ?
ମମତା-ମୋ ପରିଚୟ ମୁଁ ମମତା ବରିହା, ଗ୍ରାମ-ଲମ୍ବରଯୁନା ଥାନା-ପଦ୍ମପୁର ଜିଲ୍ଲା-ବରଗଡ ର ବାସିନ୍ଦା
ପ୍ରଶ୍ନ-ଆପଣ କେବେଠାରୁ ନୃତ୍ୟ ଶିକ୍ଷା କରିବା ଆରମ୍ଭ କଲେଣି ?
ମମତା-ମୋତେ ଯେତେବେଳେ ୭ ବର୍ଷ ହେଉଥିଲା, ମୁଁ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିଲି ସେଇଦିନଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଛି
ପ୍ରଶ୍ନ-ବିଭିନ୍ନ ପ୍ରକାରର ନୃତ୍ୟ ରହିଛି, କିନ୍ତୁ ସମ୍ବଲପୁରୀ ନୃତ୍ୟକୁ କାହିଁକି ଆପଣ ପସନ୍ଦ କଲେ ?
ମମତା-କାରଣ ଆମର ମାତୃଭାଷା ଓଡ଼ିଆ ହେଲେ ମଧ୍ୟ, ଆଞ୍ଚଳିକ ଭାଷା ହେଉଛି ସମ୍ବଲପୁରୀ/କୋଶଲୀ । ଏହା ହେଉଛି ଆମର ମୂଳଭାଷା l ଛୋଟ ସମୟରୁ ହିଁ ସମ୍ବଲପୁରୀ ଲୋକଗୀତ, ଲୋକନୃତ୍ୟ ସହିତ ଓତଃପ୍ରୋତଭାବେ ପରିଚିତ ଏବଂ ଏଥିରେ ଭିନ୍ନ ପ୍ରକାରର ମଧୁରତା ଭରି ରହିଛି 
ପ୍ରଶ୍ନ: ଆପଣ ଏହି ନୃତ୍ୟ ପରିବେଷଣ କରି କେଉଁ କେଉଁ ସ୍ଥାନରେ ପୁରସ୍କୃତ/ସମ୍ମାନିତ ହୋଇଛନ୍ତି ?
ମମତା-ନୂଆଖାଇ ଭେଟଘାଟ (୨୦୧୨)-କଲିକତା, ରାଜ୍ୟପାଳ ଟ୍ରଫି (୨୦୧୬)ବରଗଡ, ରାଜ୍ୟସ୍ତରୀୟ ଲୋକନୃତ୍ୟ(୨୦୧୬)- ଭୂବନେଶ୍ୱର, ଜିଲ୍ଲାସ୍ତରୀୟ ଲୋକନୃତ୍ୟ (୨୦୧୭)-ବରଗଡ଼, ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ (୨୦୧୪, ଭାରତ ସରକାରଙ୍କ ଆନୁକୁଲ୍ୟରେ ସାଂସ୍କୃତିକ ପ୍ରତିଭା ଅନ୍ୱେଷଣ ବୃତ୍ତି (୨୦୧୪), ଜାତୀୟ ସାଂସ୍କୃତିକ ମହୋତ୍ସବ,ନୂଆଁଦିଲ୍ଲୀ (୨୦୧୭ ଓ ୨୦୧୮)
ପ୍ରଶ୍ନ: ନୃତ୍ୟ ଶିକ୍ଷା ପାଇଁ ଆପଣଙ୍କୁ ପ୍ରେରଣା ଦେଲେ କିଏ ?
ମମତା- ଆମ ପରିବାର ହେଉଛି ଏକ କଳାକାର ପରିବାର ।ଅଜା ଜଣେ ମୃଦଙ୍ଗ ବାଦକ,ବାପା ମାଧବ ବରିହା, ନୃତ୍ୟ ଶିକ୍ଷକ ମୋ ମା ଠାରୁ ଆରମ୍ଭ କରି ଭଉଣୀ ମାନଙ୍କ ପର୍ଯ୍ୟନ୍ତ ପ୍ରେରଣା ପାଇଛି । ପରେ ନୃତ୍ୟ ଗୁରୁଶ୍ରୀ ସୁରେନ୍ଦ୍ର ସାହୁ ଏବଂ ଗୁରୁଶ୍ରୀ ଲାଦୁ ମହାନନ୍ଦଙ୍କ ଠାରୁ ନୃତ୍ୟ ଶିକ୍ଷା କରି ଆସୁଅଛି । ସେମାନେ ସମସ୍ତେ ମୋର ଦିଗଦର୍ଶକ ‌। ବର୍ତ୍ତମାନ ମୁଁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଭୂବନେଶ୍ବର ଠାରେ ଓଡ଼ିଶୀ ନୃତ୍ୟ ବିଭାଗରେ ଗୁରୁଶ୍ରୀ ଲିଙ୍ଗରାଜ ପ୍ରଧାନ ଏବଂ ଗୁରୁଶ୍ରୀ ପଙ୍କଜ କୁମାର ପ୍ରଧାନଙ୍କ ତତ୍ବାବଧାନରେ ଅଧ୍ୟୟନରତ
ପ୍ରଶ୍ନ: ଓଡିଶୀ ନୃତ୍ୟ ଶିକ୍ଷା କରିବା ସକାଶେ କାହିଁକି ପସନ୍ଦ କଲେ ?
ମମତା-ଯେହେତୁ ଓଡ଼ିଶୀ ହେଉଛି ଶାସ୍ତ୍ରୀୟ ନୃତ୍ୟ, ଏହାରି ମାଧ୍ୟମରେ ଲୋକନୃତ୍ୟକୁ ଚିହ୍ନିବା ସହଜ ହୋଇଥାଏ । ତାଛଡା ଜଣେ ଶିକ୍ଷାର୍ଥୀ ଉଭୟ ପାଠ ଓ କଳାକୁ ଏକା ସାଥିରେ ଅଧ୍ୟୟନ କରିବାର ସୁଯୋଗ ହାସଲ କରିଥାଏ 

ପ୍ରଶ୍ନ-ଲୋକନୃତ୍ୟ ଏବଂ ଶାସ୍ତ୍ରୀୟ ନୃତ୍ୟ ମଧ୍ୟରେ କିଛି ପାର୍ଥକ୍ୟ ଅଛି'କି ?
ମମତା-ହଁ ରହିଛି । ଲୋକନୃତ୍ୟ ରେ କୈାଣସି ନିର୍ଦ୍ଧିଷ୍ଟ ନିୟମ ନାହିଁ କେବଳ ଋଚି ଅନୁଯାୟୀ ଏବଂ ଧର୍ମୀୟ ପରମ୍ପରା ଅନୁସାରେ ନୃତ୍ୟ ପରିବେଷଣ କରିଥାଆନ୍ତି । କିନ୍ତୁ ଓଡ଼ିଶୀ ନୃତ୍ୟ ରେ ଶାସ୍ତ୍ରାନୁମୋଦିତ ନୃତ୍ୟ ପରିବେଷଣ କରାଯାଇଥାଏ ।
ପ୍ରଶ୍ନ-ଦୂରଦର୍ଶନ ରେ କେବେ ଆପଣଙ୍କ ନୃତ୍ୟ ପରିବେଷଣ ହୋଇଛି କି ?
ମମତା-ହଁ ସାର ହୋଇଛି ।ଇଟିକିଲି ମିଟିକିଲି-(୨୦୧୧),ନୂପୁର-(୨୦୧୮),ସି.ସି.ଆର.ଟି ନୂଆଦିଲ୍ଲୀ  ପକ୍ଷରୁ ରାଜଘାଟ ଠାରେ ଗାନ୍ଧିଜୀ ଙ୍କ ୩୯ତମ ଜନ୍ମବାର୍ଷିକୀ ଅବସରରେ ସିଧା ପ୍ରସାରଣ ।
ପ୍ରଶ୍ନ-ଯଦି ଜଣେ ଝିଅ ନୃତ୍ୟ ପରିବେଷଣ କରେ, ତେବେ ସମାଜ ତାକୁ କି ପ୍ରକାର ନଜର ଦେଖେ ?
ମମତା-ଗ୍ରାମାଞ୍ଚଳରେ ଜଣେ ନୃତ୍ୟଶିଳ୍ପୀ ର ଉଚିତ ମୂଲ୍ୟ ବୁଝିଥାନ୍ତି, ସେମାନଙ୍କ ମାନସିକ ଦୃଷ୍ଟିଭଙ୍ଗୀ ଭିନ୍ନ ପ୍ରକାରର ଥାଏ । କିନ୍ତୁ ସହରାଞ୍ଚଳ ରେ ଏପରି ଘଟି ନ ଥାଏ । ବର୍ତ୍ତମାନ କିନ୍ତୁ ସଂଗୀତ, ନୃତ୍ୟ,ବାଦ୍ୟ କ୍ଷେତ୍ରରେ ବିକାଶ ପରିଲକ୍ଷିତ ହେଉଛି ।
ପ୍ରଶ୍ନ-ନୃତ୍ୟକଳା କୁ ନେଇ ଭବିଷ୍ୟତ ରେ ଆପଣ କ'ଣ ଆଶା ରଖିଛନ୍ତି 
ମମତା-ଏହି ନୃତ୍ୟକଳା ଅଧ୍ୟୟନ କରି କଳାବିଭାଗରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଚେଷ୍ଟା କରିବି ଏବଂ କଳା ସଂସ୍କୃତି ପରମ୍ପରା ର ପ୍ରଚାର ଓ ପ୍ରସାର ସହ ତାକୁ ବଞ୍ଚେଇ ରଖିବାର ପ୍ରୟାସ ଜାରି ରଖିବି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ