-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
09-Feb-2022
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ ଙ୍କ ରିପୋର୍ଟ): ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭୁର୍ଷାଗୁଡା ଗ୍ରାମର କୋଦଣ୍ଡ ଯୋଶୀଙ୍କ ସ୍ତ୍ରୀ ନନ୍ଦିନୀ ପାଣିଗ୍ରାହୀ (୩୨) ଙ୍କ ମୃତଦେହ ଉଦ୍ଧାର କରିଛି ସିନ୍ଧେକେଲା ପୋଲିସ । ନନ୍ଦିନୀଙ୍କ ବାପା ଘର ସଇଁନ୍ତଲା ଥାନା ଅନ୍ତର୍ଗତ ଖାସବାହଲ
ଗ୍ରାମ ବୋଳି ଜଣାପଡିଛି । କୋଦଣ୍ଡ ଓ ନନ୍ଦିନୀ ଙ୍କ ବିବାହ କୁ ୧୧ ବର୍ଷ ହୋଇଥିବା ବେଲେ ଗୋଟିଏ ଝିଅ ୯ ବର୍ଷ ଓ ଗୋଟିଏ ପୁଅକୁ ୪ ବର୍ଷ ହୋଇଛି । ତେବେ ନନ୍ଦିନୀ ଓ କୋଦଣ୍ଡ ଙ୍କ ବିବାହ ପରେ ପାରିବାରିକ କଳହ ଲାଗିରହିଥିଲା ବୋଲି ଲୋକେ ଚର୍ଚ୍ଚା କରୁଥିବା ଜଣାପଡିଛି । ଘଟଣା ସୋମବାର ସନ୍ଧ୍ୟାରେ ଘଟିଥଲା ନନ୍ଦିନୀ ଙ୍କ ବାପା ଲୋକନାଥ ପାଣିଗ୍ରାହୀ ରାତିରେ ସିନ୍ଧେକେଲା ଥାନାରେ ଯୋଜନାବଦ୍ଧ ଭାବରେ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ପରେ ସିନ୍ଧେକେଲା ପୋଲିସ ଥାନା କେସ ନମ୍ବର ୨୪/୨୨ ରୁଜୁ କରି ସ୍ବାମୀ କୋଦଣ୍ଡ ଯୋଶୀ କୁ ଅଟକ ରଖିଛି। ଏସଡିପିଓ ସୁରେନ୍ଦ୍ର ନାଥ ସତପଥି, ଥାନାଧିକାରି ଆଲୋକ ବେହେରା , ବଲାଙ୍ଗୀର ରୁ ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ମଙ୍ଗଳବାର ସକାଳେ ଭୁର୍ଷାଗୁଡା ପହଞ୍ଚି ମୃତ ଶରୀର ଥିବା ଘରକୁ ପଶି ଅନୁସନ୍ଧାନ ଆରମ୍ଭ କରିଥିଲେ। ଅଭିଯୋଗ ଅନୁଯାଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ଯରେ କୌଣସି କଥାକୁ ନେଇ ଝଗଡା ଲାଗି ରହୁଥିଲା। ଏଥିପାଇଁ ବିଭିନ୍ନ ସମୟରେ ପୋଲିସ ପାଖକୁ ବି କଥା ଯାଇଥିଲା । ଏହି କିଛିଦିନ ତଳେ ନନ୍ଦିନୀ ତାଙ୍କ ବାପା ଘରେ ଥିବାବେଳେ କୋଦଣ୍ଡ ତାଙ୍କ ଘରକୁ ଆଣିଥିଲେ। ସୋମବାର ସଂଧ୍ୟାରେ ଘରେ ନନ୍ଦିନୀ ଓ ତାଙ୍କ ୪ ବର୍ଷର ପୁଅ ଘରେ ଥିବାବେଳେ ପୁଅ ଘର ବାହାରେ ପଡାରେ ଖେଳୁଥିଲେ
। ତେବେ ସେହି ସମୟରେ ଘରକୁ ଆସିଥିବା କେହି ଜଣେ ସମ୍ପର୍କିୟ ନନ୍ଦିନୀ ମୃତ ଅବସ୍ଥାରେ ଘରେ ଥିବା ଦେଖିବାକୁ ପାଇଥିଲେ। ତେବେ ମୃତ ଶରୀରରେ କୌଣସିପ୍ରକାର ଚିହ୍ନ ଦେଖିବାକୁ ମିଳିନଥିବା ଯୋଗୁଁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରିସରରେ ରହିଛି ଏବଂ ମୃତ ଶରୀରକୁ ବ୍ୟବଛ୍ଛେଦ ପାଇଁ ପଠାଯାଇଥିବା ଏସଡିପିଓ ସୁରେନ୍ଦ୍ର ନାଥ ସତପଥୀ ସୁଚନା ଦେଇଛନ୍ତି।