-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
06-Oct-2026
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ଚାଇଲଡ ହେଲ୍ଫ ଲାଇନ ଡିପିସି ସୁଜିତଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବୀରମହାରାଜପୁର ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା l ଏହି କାର୍ଯକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକର ବସଷ୍ଟାଣ୍ଡ,ବଜାର ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଭିକ୍ଷା ବୃତ୍ତି କରୁଥିବା ଶିଶୁ ଓ ଶିଶୁ ଶ୍ରମିକ ଭାବେ କାମ କରୁଥିବା ପ୍ରାୟ ୧୦ ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଜିଲ୍ଲା ଶିଶୁ ବିଭାଗ lସୂଚନା ଅନୁଯାୟୀ ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ,ଶିଶୁ କଲ୍ୟାଣ ସମିତି, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଶ୍ରମ ବିଭାଗ ସୁବର୍ଣ୍ଣପୁର, ବୀରମହାରାଜପୁର ପୋଲିସ ଏବଂ ରୁଚିକା ଏନଜିଓର ସଦସ୍ୟମାନେ ମିଳିତ ଭାବେ ଏହି ଅଭିଯାନରେ ସାମିଲ ହୋଇଥିଲେ । ଉଦ୍ଧାର ହୋଇଥିବା ଶିଶୁ ମାନଙ୍କୁ ଶିଶୁ କଲ୍ୟାଣ ସମିତି(CWC) ନିକଟରେ ଉପସ୍ଥାପନା କରାଯାଇଛି।ଶିଶୁମାନଙ୍କୁ ପାଠ ପଢା,ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ଥଇଥାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ସ୍ୱତନ୍ତ୍ର ଟିମ୍ ସୂଚନା ଦେଇଛନ୍ତି ।ଏହା ବ୍ୟତୀତ ଯଦି ଆପଣଙ୍କ ଆଖପାଖରେ କେହି ଶିଶୁ ଶ୍ରମିକ,ଶିଶୁ ଭିକ୍ଷାବୃତ୍ତି,ଶିଶୁ ବାହାଘର,ଶିଶୁ ପରିତ୍ୟକ୍ତା ଦେଖନ୍ତି ତେବେ 1098 ନମ୍ବରରେ କଲ୍ କରିବା ପାଇଁ ମଧ୍ୟ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଜିତ କୁମାର ମିଶ୍ର ଚାଇଲ୍ଡ ହେଲ୍ପ ଲାଇନ ତରଫରୁ ଆହ୍ୱାନ କରିଛନ୍ତି l ଏହି ଚଡାଉ କାର୍ଯକ୍ରମରେ ଲୀନା ବାବୁ ଅଧ୍ୟକ୍ଷା ଶିଶୁକଲ୍ୟାଣ ସମିତି, ସୁଜିତ କୁମାର ମିଶ୍ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ ସୁବର୍ଣ୍ଣପୁର, ପରାମର୍ଶଦାତା ସୁଧୀର କୁମାର ଦାସ,ମଣ୍ଟୁ ବାରିକ,ପ୍ରଶାନ୍ତ ମହାକୁଡ଼,ଗୌତମ ମହାପାତ୍ର, ଶାଶ୍ୱତ ସୁମ୍ୟକାନ୍ତ ସାହୁ,ଏଏଲଓ ବୀରମହାରାଜପୁର ଚିନ୍ମୟ ମେହେର ଏଏଲ୍ଓ ବିନିକା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସୁବର୍ଣ୍ଣପୁର ତଟିନି ବିଶ୍ୱାଳ, ସଂଯୋଜିକା ରୁଚିକା ଏବଂ ରିଙ୍କିନା ସ୍ୱାଇଁ, ସଦସ୍ୟା ରୁଚିକା ସକ୍ରିୟ ଉପସ୍ଥିତ ଥିଲେ।ସେହିପରି ଉପସ୍ଥାପନା ସମୟରେ ଲୀନା ବାବୁଙ୍କ ସମେତ ଅଞ୍ଜଳି ନେଗି,କେଶବ ମେହେର ଏବଂ ବ୍ରଜେନ୍ଦ୍ର ବିଶି ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ।