-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
06-Oct-2026
ରାଉରକେଲା(କାଞ୍ଚନପ୍ରଭା ନନ୍ଦ): ଆଜି ନୂଆଗାଁ ବ୍ଲକରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅଧୀନରେ ‘ସେବା ସେତୁ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ଶ୍ରୀମତୀ କଳ୍ପନା ଲେଙ୍କା ଓ ପୂର୍ବତନ ବିଧାୟକ ଶଙ୍କର ଓରାମ, ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଯୋଗଦେଇ ବିଭିନ୍ନ ଆଇଇସି ଷ୍ଟଲ ପରିଦର୍ଶନ କରିବା ସହ ଏସ୍ଏଚ୍ଜି ମହିଳାଙ୍କ ସହ ଆଲୋଚନା କରିଥିଲେ ।
ଏହି ଅବସରରେ ହିତାଧିକାରୀଙ୍କୁ ଟ୍ରାଇସାଇକେଲ, ରାସନ କାର୍ଡ, ଶ୍ରମ କାର୍ଡ, ଶ୍ରବଣ ଯନ୍ତ୍ର, ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଇଥିଲା। ଏଥିସହ ଓଡ଼ିଶା କୃଷି ଶିଳ୍ପ ନିଗମ ପକ୍ଷରୁ ଚାଷୀମାନଙ୍କୁ ସବ୍ସିଡିରେ ଟ୍ରାକ୍ଟର, ଛାତ୍ରଛାତ୍ରୀଙ୍କୁ ସହାୟତା ରାଶି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବ୍ୟାଙ୍କ ସଂଯୋଗରେ ଋଣ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନୂଆଗାଁ ବିଡିଓଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।