-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
06-Oct-2026
ବିନିକା(ହିମାଂଶୁ ଶେଖର ପୁଟେଲ) ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସ ବି ଆଇ ପକ୍ଷରୁ ବିନିକା ସ୍ଥିତ ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ଠାରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷl ଡ଼.ରେଖା ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଏଲ.ଡି.ଓ ଶ୍ରୀଯୁକ୍ତ ରିତେଶ କୁମାର ପାତ୍ର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ୱର,ସମ୍ମାନୀତ ଅତିଥି ଭାବେ ଏଲ.ଡି.ଏମ,କାର୍ତ୍ତିକେଶ୍ୱର ପଣ୍ଡା ଏସବିଆଇ ସୁବର୍ଣ୍ଣପୁର, ଏସବିଆଇ ମୁଖ୍ୟ ପରିଚାଳକ ବିନିକା ଶାଖାର ଶ୍ରୀ ଯୁକ୍ତ ଅକ୍ରୁର ସେଠୀ,ପୂର୍ବତନ ଶାଖା ପରିଚାଳକ ତଥା ବର୍ତ୍ତମାନର ଆର୍ଥିକ ସାକ୍ଷରତା ପରାମର୍ଶ ଦାତା ଏସବିଆଇ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଘନଶ୍ୟାମ ମେହେର,ଗ୍ରନ୍ଥାଗାରିକ ଗରିବ ସେଲମା,ଖେଳ ଅଧ୍ୟାପକ ନାରାୟଣ ଚୌଧୁରୀ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଥିକ ସାକ୍ଷରତା ତଥା ଡିଜିଟାଲ ଫ୍ରଡ ବିଷୟରେ ସଚେତନତା କରାଇଥିଲେ l ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଡ଼. ନୀଳମାଧବ ଛତ୍ର,ଝଲକ କୁମାର ମିଶ୍ର,ରୋହିତ ଧରୁଆ, ଆଶୀର୍ବାଦ ପ୍ରଧାନ,ମନିଷ ଆଚାର୍ଯ୍ୟ,ଦେବେଶ ଗଡ଼ନାଏକ, ବିଶ୍ୱମୟ ଗୁରୁ,ଦିପ୍ତିମୟୀ ଭୋଇ, ଦେବାଶିଷ ଷlଣ୍ଢଙ୍କ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଧନେଶ୍ୱର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ନାରାୟଣ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ l