-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
06-Oct-2026
ବରପାଲି -(ସୁଦାମ ଦୀପ) ବରପାଲି ଥାନା ଅନ୍ତର୍ଗତ ବରିକେଲ ନୂଆଟିକ୍ରାର ମହାବୀର ବରିହା ଓରଫ ବୀରେନ୍ଦ୍ର (୫୫)ଙ୍କ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମୃତ୍ୟୁ ପରେ ତାଙ୍କ ଶବ ସତ୍କାରକୁ ନେଇ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତକ ବିଞ୍ଝାଳ ସମ୍ପ୍ରଦାୟର ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଜାନକୀ ଲୁହା ହରିଜନ ସମ୍ପ୍ରଦାୟର। ଉଭୟେ ଦୀର୍ଘ ୧୮-୨୦ ବର୍ଷ ଧରି ବରିକେଲ ନୂଆଟିକ୍ରାରେ ରହୁଥିଲେ। ମୃତ୍ୟୁ ପରେ ମୃତକଙ୍କ ମୂଳ ପରିବାର ପକ୍ଷରୁ ଶବ ଗ୍ରହଣ କିମ୍ବା ଶେଷକୃତ୍ୟ ପାଇଁ କେହି ଆସିନଥିଲେ। ପରିବାର ସହ ଦୀର୍ଘ ବର୍ଷ ଧରି ସମ୍ପର୍କ ନଥିବା କଥା ପୋଲିସକୁ ଜଣାଇଥିବା ଚିଠିରେ ଉଲ୍ଲେଖ ରହିଛି। ବରପାଲି ପୋଲିସର ଅନୁରୋଧକ୍ରମେ ଆଜି ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ସମ୍ପାଦକ ଜି. ରମେଶ, ରଞ୍ଜିତ ସାହୁ, ଶଶାଙ୍କ ଭାଇଙ୍କ ସମେତ ସଦସ୍ୟମାନେ ମୃତକଙ୍କ ସ୍ତ୍ରୀ ଓ ପୋଲିସର ଉପସ୍ଥିତିରେ ପିପଲମୁଣ୍ଡା ସ୍ୱର୍ଗଦ୍ୱାରରେ ମୃତକଙ୍କ ଶବ ସତ୍କାର କରିଥିଲେ। ଏହି ଘଟଣା ଆମ ସମାଜରେ ଆଜି ବି ରହିଥିବା ଜାତିଭିତ୍ତିକ ଚିନ୍ତାଧାରା ଓ ସାମାଜିକ ଦୂରତା ଉପରେ ପ୍ରଶ୍ନ ଉଠାଉଛି।