-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||     

HOME   ଜିଲ୍ଲା

ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ

06-Oct-2026



ଟିଟିଲାଗଡ - ଗ୍ରାମୀଣ ସତ୍ତା ପଞ୍ଚାୟତୀରାଜ ସଂଗଠନ ନୂଆଦିଲ୍ଲୀ ପକ୍ଷରୁ ଗ୍ରାମ ପଞ୍ଚାୟତର ବିକାଶ, ଗ୍ରାମୀଣ ସମାଜର ଉନ୍ନତି ଏବଂ ପଞ୍ଚାୟତୀରାଜ ସଂସ୍ଥାଗୁଡ଼ିକୁ ସଶକ୍ତ ଓ ପ୍ରଭାବଶାଳୀ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ପଞ୍ଚାୟତ ରତ୍ନ–୨୦୨୬’ ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ସେଇ ମାନଙ୍କୁ ପ୍ରଦାନ କରାଯାଇଥାଏ ଯେଉଁମାନେ ନିଜର ପଞ୍ଚାୟତର ଉନ୍ନତି

ନିମନ୍ତେ ଉତ୍କୃଷ୍ଟ ଯୋଗଦାନ, ସମର୍ପିତ ସେବା, ସଚ୍ଚୋଟ ନେତୃତ୍ୱ ଏବଂ ଜନହିତ ପ୍ରତି ପ୍ରତିବଦ୍ଧତା ପାଇଁ ଏହି ସମ୍ମାନ ଦିଆଯାଇଥାଏ । ଜନସେବା ଓ ଗ୍ରାମ ବିକାଶ କ୍ଷେତ୍ରରେ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ଅନ୍ୟ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ମଧ୍ୟ ଅନୁକରଣୀୟ ଓ ପ୍ରେରଣାଦାୟକ ଅଟେ। ଏହି ପରିପ୍ରେକ୍ଷୀରେ ୨ ଅକ୍ଟୋବର ୨୦୨୬ ତାରିଖରେ ଉତ୍ତରପ୍ରଦେଶର ଆଜମଗଡ଼ ଜିଲ୍ଲା ଅନ୍ତର୍ଗତ ବୀନାପାରା ପଞ୍ଚାୟତ ଭବନରେ ଏହି ସମ୍ମାନ ପ୍ରଦାନ କରାଯାଇଅଛି, ସେ ଭିତରୁ ଓଡ଼ିଶା ରାଜ୍ୟରୁ କେବଳ ଜଣେ ସରପଞ୍ଚ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକର ଶିହିନି ସରପଞ୍ଚ ଶ୍ରୀଯୁକ୍ତ ବୀରବର ସାହୁଙ୍କୁ ଦିଆଯାଇଛି। ଗ୍ରାମୀଣ ସତ୍ତା ପଞ୍ଚାୟତୀରାଜ ସଂଗଠନର ଜାତୀୟ ଅଧ୍ୟକ୍ଷ ବିବେକ ଚନ୍ଦ୍ର ଅବସ୍ଥୀଙ୍କ ପକ୍ଷରୁ ଏହି ସମ୍ମାନପତ୍ର ପ୍ରଦାନ କରାଯାଇଛି।
‘ପଞ୍ଚାୟତ ରତ୍ନ–୨୦୨୬’ ସମ୍ମାନ ବର୍ତ୍ତମାନର ଅବଦାନ ପ୍ରତି ସମ୍ମାନ ଓ ପ୍ରଶଂସାର ପ୍ରତୀକ ହେବା ସହ ଭବିଷ୍ୟତରେ ମଧ୍ୟ ନିଷ୍ଠା, ସମର୍ପଣ ଓ ଉତ୍ତରଦାୟିତ୍ୱର ସହିତ ଜନସେବା ଜାରି ରଖିବାକୁ ପ୍ରେରଣା ଯୋଗାଇବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏକ ଦରଦୀ ମଣିଷ ଭାବେ ପରିଚିତ ଶ୍ରୀ ବୀରବର ସାହୁ ଶିକ୍ଷା ଗ୍ରହଣ ପରେ  ଚାକିରୀ ପଛରେ ନଯାଇ ଏକ ସରପଞ୍ଚ ହୋଇ ପଞ୍ଚାୟତର ଉନ୍ନତିର ଶପଥ ନେଇ ୨୦୨୧୭ ରେ ସିହିନୀ ବାସୀଙ୍କ ଆକୁଣ୍ଠିତ ସହଯୋଗରେ ନିର୍ବାଚିତ ହୋଇଥିଲେ।ପୁଣି ୨୦୨୨ ରେ ପୁନର୍ବ।ର  ନିର୍ଵାଚନ ବିଜୟ ହୋଇ ଦଶ ବର୍ଷ  ପଞ୍ଚାୟତରେ ସରପଞ୍ଚ ଭାବରେ କାର୍ଯ୍ୟ କରି ଆସୁଛନ୍ତି। ଗୋଟିଏ ସରପଞ୍ଚ ଚେଷ୍ଟା କଲେ ମଧ୍ୟ ଏକ ପଞ୍ଚାୟତର ଉନ୍ନତି ହୋଇପାରେ ଏହା ସେ କରିକି ଦେଖାଇଛନ୍ତି।ସିହିନୀ ସରପଞ୍ଚ ଭାବେ ୨୦୧୭ ରେ ନିର୍ବାଚିତ ହେବାପରେ  ସିହିନୀ ପଞ୍ଚାୟତକୁ ଉନ୍ନତି ପଥରେ ଆଗେଇ ନେବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରି ୨୦୧୭ ରୁ ୨୦୨୬ ମଧ୍ୟରେ ଅନେକ ଉନ୍ନତି ମୂଳକ କାମ କରି ପ୍ରଶଂସିତ ହୋଇଛନ୍ତି।ସିହିନୀ ଗ୍ରାମ ପଞ୍ଚାୟତ ତରଫରୁ ସରକାରଙ୍କ ଦ୍ୱାରା ପଞ୍ଚାୟତକୁ ଦିଆଯାଉଥିବା ବିଭିନ୍ନ ଅନୁଦାନ ଓ ପଞ୍ଚାୟତର ନିଜସ୍ୱ ଆୟକୁ ସଠିକ ବିନିଯୋଗ କରି ପଞ୍ଚାୟତରେ ଥିବା ୧୯ ଗୋଟି ପୋଖରୀ ( ୧୩୭ ଏକର ରୁ ଉର୍ଦ୍ଧ) ପୁରୁଣା ଜଳାଶୟ ଗୁଡିକର ପୁନ୍ନର ଉଦ୍ଧାର ଓ ୩୨ ଗୋଟି ନୂତନ ଗାଧୁଆ ପାହାଚ ନିର୍ମାଣ ସହିତ ମନେରେଗା ଯୋଜନା ରେ ନୂତନ ୫ ଗୋଟି ଜଳାଶୟ (୨୬ ଏକର ) ସୃଷ୍ଟି କରି ଜଳ ସଂରକ୍ଷଣ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଅଛି। ବର୍ଷ ୨୦୨୫/୨୬ ଆର୍ଥିକ ବର୍ଷରେ ଏହି ପୋଖରୀ ଗୁଡିକ ଠିକା ସୁତ୍ରରେ ଦେଇ ପଞ୍ଚାୟତ ୨୪,୪୯୬୪୭ ଟଙ୍କା ନିଜସ୍ୱ ଆୟ କରି ପାରିଛି।ଏହି ଟଙ୍କା ଙ୍କୁ ବିନିଯୋଗ କରି ଆଉ ତିନିଗୋଟି ପୋଖରୀ ପ୍ରାୟ ୨୨ ଏକର ହେବ ପୁନଃ ଉଦ୍ଧାର କରି ପୁଣି ୨୦୨୬/୨୭ ରେ ତିନି ଗୋଟି ମହିଳା ଗୋଷ୍ଠୀଙ୍କୁ ଠିକା  ଆକାରରେ ଦେଇ ପଞ୍ଚାୟତ ୬,୨୪,000 ଟଙ୍କା ଆୟ କରିପାରିଛି।
   ଏହି ୧୯ ଗୋଟି ପୋଖରୀ ମଧ୍ୟରୁ ୧୩ ଗୋଟି ବନ୍ଧ ମହିଳା ସୋୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଠିକା ରେ ଦିଆଯାଇଛି।ଯାହାଫଳରେ ମହିଳା ମାନେ ସ୍ୱାବଲମ୍ବି ହେବା ସହିତ ମହିଳା ସସସ୍ତି କରଣ ରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କାରାଯାଇଛି ଓ ଏହି ପୋଖରୀ ମାନଙ୍କ ପୁନ୍ନର ଉଦ୍ଧାର ହେଲାପରେ ପଞ୍ଚାୟତ ର ଜଳ ସ୍ଥର ବଢିବା ସହିତ ଚାଷୀ ମାନେ ପାଣି ଜଳ ସଙ୍କଟ ରୁ ମୁକ୍ତି ପାଇଛନ୍ତି।
ପୂର୍ବରୁ ୨୦୨୨ ରେ ସିହିନୀ ଗାଁର ରାସ୍ତା ବିନା ପ୍ରଶାସନିକ ସାହାଯ୍ୟରେ ଗ୍ରାମ ବାସୀଙ୍କ ମିଲିତ ଉଦ୍ୟମରେ ନିଜ ଘର ଭାଙ୍ଗି ୧୦ ଫୁଟରୁ ୨୨ ଫୁଟ ରାସ୍ତା ଓସାରିଆ କରି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଶଂସିତ ହୋଇଥିଲେ ପୁଣି ୨୦୨୫ ରେ ବଛାଜୁଝା ଗାଁ ଭିତର ରାସ୍ତାକୁ ମଧ୍ୟ ଘର ଭାଙ୍ଗି ଓଷାରିଆ କରି ଏମବିସି ଟିଭି ପକ୍ଷରୁ ଆୟୋଜିତ ସ୍ଵର୍ଣକ୍ଷେତ୍ର ଉତ୍ସବରେ ଶ୍ରେଷ୍ଠ ସରପଞ୍ଚ ଭାବେ ସମ୍ମାନିତ ହୋଇଛନ୍ତି।ପଞ୍ଚାୟତର ପ୍ରାୟ ରାସ୍ତା କାମର ଉନ୍ନତି ସରିଥିବା ବେଳେ ଆଉ ବାକି ରହି ଯାଇଥିବା କାମ ଖୁବ ଶୀଘ୍ର କରାଯିବ ବୋଲି ସରପଞ୍ଚ ବୀରବର ସାହୁ କହିଛନ୍ତି।
  ପଞ୍ଚାୟତ ପକ୍ଷରୁ ବିଭିନ୍ନ ଯୋଜନାରେ ୩ ଗୋଟି ଖେଳ ପଡ଼ିଆ ନିର୍ମାଣ କରାଯାଇଥିବା ବେଳେ ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ଆଉ ଦୁଇଟି ଖେଳ ପଡ଼ିଆ ଉନ୍ନତି କରଣ କରାଯାଇଛି।ଯାହାଫଳରେ ସିହିନୀ ପଞ୍ଚାୟତ ଖେଳ ପ୍ରତି ଯୁବ ଛାତ୍ର ଆକୃଷ୍ଟ ହୋଇଛନ୍ତି।ସିହିନୀ ର ମହିଳା ଫୂଟବଲ ଦଳ ଅନେକ ଥର ଜିଲ୍ଲା ଚମ୍ପିୟାନ ହୋଇଥିବା ବେଲେ ୧୪ ବର୍ଷ କମ ବାଳକ ଟିମ ଦୁଇଥର ମୁଖ୍ୟମନ୍ତ୍ରୀ କପ ର  ଜିଲ୍ଲା ଚାମ୍ପିଅନ ହୋଇ ପଂଚାୟତ ର ନା କରିଛନ୍ତି।ଏହି ଗାଁ ର ଝିଅ ଆରତୀ ମାଝି ୧୭ ବର୍ଷ ରୁ କମ ବୟସ ଫୂଟବଲ ଖେଳାଳି ଭାବେ ଓଡିଶା ମହିଳା ଦଳରେ ସାମିଲ ହୋଇ ଅଞ୍ଚଳ କୁ ଗୋୖରବ ଆଣିଛନ୍ତି।
  ଶିକ୍ଷା କ୍ଷେତ୍ରରେ ଅନୁନ୍ନତ ପଞ୍ଚାୟତ ଭାବେ ପରିଗଣିତ ଥିବା ସିହିନୀ ପଞ୍ଚାୟତ ସିହିନୀ ର ପ୍ରାଥମିକ ବିଦ୍ୟାଳୟ ୨୦୧୫ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଭାବେ ମାନ୍ୟତା ପାଇଥିଲା,ଆଜି ସରପଞ୍ଚ ବୀରବର ସାହୁଙ୍କ ପ୍ରଚେଷ୍ଟାରେ ବିଦ୍ୟାଳୟ ବର୍ତମାନ ଫାଇବ ଟି ବିଦ୍ୟାଳୟ ରୁ ୨୦୨୫ ବ୍ଲକର ପ୍ରଥମ ପିଏମ ଶ୍ରୀ ବିଦ୍ୟାଳୟ ଭାବେ ଚୟନ ହୋଇପାରିଛି।ପୁଣି ଏହି  ବିଦ୍ୟାଳୟ ସରପଞ୍ଚ ଙ୍କ ଦୂରଦୃଷ୍ଟି ଯୋଗୁ ସ୍କୁଲ ନାଁ ରେ ୧୦ ରୁ ଉର୍ଦ୍ଧ୍ବ ଜମି କରେଇଥିବାରୁ ଏହି ବିଦ୍ୟାଳୟ ବର୍ତମାନ ଗୋଦାବରୀଶ ମିଶ୍ର ବିଦ୍ୟାଳୟ ଭାବେ ମଧ୍ୟ ଚୟନ ହୋଇ ସାରିଛି।ସିହିନୀ ସ୍କୁଲ ସହିତ ଅନ୍ୟ ଗ୍ରାମର ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କ ର ଉନ୍ନତି କରଣ ସହିତ ପାଣି ଓ ଶୌଚାଳୟ ଓ ବିଜୁଳି କରଣ ର ବ୍ୟବସ୍ଥା ମଧ୍ୟ

କରାଯାଇଛି।ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ପଂଚାୟତ ୨୦୨୪/୨୫ ମସିହାରେ ସିହିନୀ ପଞ୍ଚାୟତ 'ମୁଖ୍ୟମନ୍ତ୍ରୀ ପଞ୍ଚାୟତ ଶିକ୍ଷା ପୁରସ୍କାର"ପାଇଛି।
   ପଞ୍ଚାୟତ ର ଉତ୍କୃଷ୍ଟ ପଦର୍ଶନ ପାଇଁ ଦୁଇଟି ବିଷୟରେ ବିଜୁ ପଟ୍ଟନାୟକ ପଞ୍ଚାୟତ ସସକ୍ତିକରଣ  ପୁରସ୍କାର  ସହିତ ସିହିନୀ ପଞ୍ଚାୟତ ସବୁକ୍ଷେତ୍ରରେ ଭଲ ପଦର୍ଶନ କରି ଆଇଏସଓ ସାର୍ଟିଫାଏଡ ପଞ୍ଚାୟତ ଭାବେ ୨୦୨୬  ରେ ମାନ୍ୟତା ପାଇଛି। ଏହି ସମ୍ମାନରେ ସମ୍ମାନିତ ହେବା ପରେ ସିହିନି ସରପଞ୍ଚ ଶ୍ରୀଯୁକ୍ତ ବୀରବର ସାହୁ ସମସ୍ତ ଶ୍ରେୟ ସିହିନୀ ପଞ୍ଚାୟତ ଓ ଟିଟିଲାଗଡ ଅଞ୍ଚଳ ବାସୀ ତଥା ଓଡ଼ିଶାର ସମସ୍ତ ସରପଞ୍ଚଙ୍କ ବିଶ୍ୱାସ ଓ ଭଲ ପାଇବା ଦ୍ୱାରା ସମ୍ଭବ ହୋଇଥିବା କହିଛନ୍ତି।ଗ୍ରାମ ପଞ୍ଚାୟତର ସମସ୍ତ ଜନ ସାଧାରଣଙ୍କ ନିମନ୍ତେ ଆଗକୁ ପଦ ପଦବୀ ରେ ନଥିଲେ ମଧ୍ୟ ଆହୁରି ପରିଶ୍ରମ କରି ପଞ୍ଚାୟତର ଉନ୍ନତି ପାଇଁ ସବୁବେଳେ ପ୍ରୟାସ କରିବି ବୋଲି କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   06-Oct-2026
  ଜିଲ୍ଲା  
ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   06-Oct-2026
  ଜିଲ୍ଲା  
ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   06-Oct-2026
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026

You Might Also Like