-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
09-Feb-2022
ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ) : ବିବାହ ର ମାତ୍ର ୧୫ ଦିନ ପରେ ବିବାହିତା ଯୁବତୀଙ୍କୁ ଡାହାଣୀ ସନ୍ଦେହ ରେ ଶଶୁର ଘର ଲୋକେ ଘରୁ ନେଇ ତାଙ୍କ ମାଆ ଘରେ ଛାଡ଼ିଦେଇଥିଲେ । ଉକ୍ତ ବିବାହିତା ଯୁବତୀ ଙ୍କୁ ତାଙ୍କ ପରିବାର ଲୋକେ ବିଭିନ୍ନ ଦେବା,ଦେବୀ ଙ୍କ ପୀଠ ନେଇ ପୂଜାର୍ଚ୍ଚନା କରିବା ସହ ଅନେକ ଗୁଣିଆ ଓ ତାନ୍ତ୍ରିକ ଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ କିଛି ସୁଫଳ ମିଳି ନ ଥିବା ବେଳେ ତଥା ଗୁଣିଆ ସହ ପୂଜା, ପାଠ ପାଇଁ ନିଜ ଘର ଜମି ବିକ୍ରି କରି ସର୍ବସ୍ୱାନ୍ତ ହୋଇ ଯାଇ ଶେଷ ରେ ପୋଲିସ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଏପରି ଏକ ଘଟଣା ଘଟିଛି ଟିଟିଲାଗଡ଼ ଥାନା ଅନ୍ତର୍ଗତ ସିରୁଲ ଗ୍ରାମରେ । ସୂଚନା ଅନୁଯାୟୀ, ଗତ ତା୧୩-୦୩-୨୦୧୮ ରିଖ ରେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ମାଲିଝର ଗ୍ରାମ ନିଵାସୀ କୌରବ ମାଝୀ ତାଙ୍କ ଝିଅ ପୂର୍ଣ୍ଣିମା ମାଝୀ ଙ୍କୁ ନିକଟସ୍ଥ ସିରୁଲ ଗ୍ରାମର ଭୁବନ ମାଝୀ ଙ୍କ ପୁଅ ପୁରୁଷୋତ୍ତମ ମାଝୀ ଙ୍କ ସହ ବୈଦିକ ରୀତିରେ ବିବାହ କରିଥିଲେ । ଵିଵାହ ବେଳେ ପରମ୍ପରା ଅନୁଯାୟୀ ଏକ ବାଇକ,ତଥା ଅନ୍ୟ ଯୌତୁକ ସାମଗ୍ରୀ, ସୁନା ଗହଣା ମାନ କନ୍ୟା ପକ୍ଷରୁ ପ୍ରଦାନ କରାଯାଇଥିଲା । ହେଲେ ମାତ୍ର ଵିଵାହ ର ପନ୍ଦର ଦିନ ପରେ ଉକ୍ତ ବିବାହିତା ପୂର୍ଣ୍ଣିମା ଙ୍କ ଚାଲି,ଚଳନ ଠିକ ନ ଥିବା ଓ ଅସ୍ୱାଭାବିକ ବ୍ୟବହାର ଦେଖି ତାଙ୍କୁ ତାଙ୍କ ମାଆ ଘର ଜାମ ପଡ଼ା କୁ ନେଇ ଛାଡି ଦେଇ ତାଙ୍କ ଦେହରୁ ଡାହାଣୀ ଗଲା ପରେ ଫେରସ୍ତ ନେବେ ବୋଲି ଛାଡି ଦେଇ ଚାଲିଯାଇଥିଲେ । ଏପରି କି ତାଙ୍କ ଦେହରୁ ଡାହାଣୀ ଚାଲିଯିବା ପାଇଁ ସବୁ ପ୍ରକାର ତାନ୍ତ୍ରିକ ଉପାୟ କରି ଓ ଟଙ୍କା ଅଭାବରୁ ନିଜ ଜମି ମନ୍ଧ୍ୟ ବିକ୍ରି କରି ଦେଇଛନ୍ତି । ଏମିତି କି ପ୍ରାୟ ୨୦୧୮ ମସିହାରୁ ଏପର୍ଯ୍ୟନ୍ତ କିଛି ସୁଫଳ ନ ମିଳିବା ଯୋଗୁଁ ନିରାଶ ହୋଇ ତଥା ଗ୍ରାମରେ ସଭା ଅନୁଷ୍ଠିତ କରି କିଛି ନିଷ୍କର୍ଷ ନ ବାହାରିବା ଯୋଗୁଁ ଟିଟିଲାଗଡ଼ ଥାନା ର ଦ୍ୱାରସ୍ଥ ହୋଇଛନ୍ତି । ଏ ନେଇ ବିଗତ ଦିନରେ ଟିଟିଲାଗଡ଼ ଥାନା ମହିଳା ଓ ଶିଶୁ ଡେସ୍କ ଅଧିକାରୀ ଙ୍କ ହସ୍ତକ୍ଷେପ ପରେ ଉକ୍ତ ପୂର୍ଣ୍ଣିମା ର ଶ୍ୱଶୁର ଘର ଲୋକେ ଅଭିଯୋଗ ଅନୁଯାୟୀ ଗ୍ରାମ ସଭା ରେ ସମସ୍ତ ଯୌତୁକ ସାମଗ୍ରୀ ଫେରାଇବା ଓ ଭରଣ ପୋଷଣ ପାଇଁ ମାସିକ ଟଙ୍କା ଦେବାକୁ ରାଜି ହୋଇଥିବା ଜଣାପଡିଛି । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଉକ୍ତ ପୂର୍ଣମି ର ଅସ୍ୱାଭାବିକ ବ୍ୟବହାର କରିବା ବର୍ତ୍ତମାନ ସୁଧା ଦେଖାଯାଉଛି । ଏପରି କି ତାଙ୍କ ମାନସିକ ସ୍ଥିତି ଦିନକୁ ଦିନ ଅଧିକ ଖରାପ ହୋଇଆସୁଥିବା ଓ ତାଙ୍କୁ ମାନସିକ ବିଭାଗ ବିଶେଷଜ୍ଞ ଡାକ୍ତର ଙ୍କ ଚିକିତ୍ସା ଆବଶ୍ୟକ ଥିବା ବେଳେ ଡାହାଣୀ ସନ୍ଦେହ ରେ ଏପରି ଦୁର୍ଦ୍ଦଶା ର ଶିକାର ହେବା କେତେ ଯୁକ୍ତି ଯୁକ୍ତ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।