-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||     

HOME   ରାଜ୍ୟ

ବଲାଙ୍ଗୀର ଜିଲ୍ଲାରେ ଧାନକିଣା ଦୁର୍ନୀତି,୨ପେକ୍ସ ସଂପାଦକ ନିଳମ୍ବିତ- ପୁଇଁତଳା ବ୍ଲକ ଅଂଚଳର ମିଲର୍ସ ଓ ପେକ୍ସକୁ ପ୍ରଶାସନିକ ଅନୁଗ୍ରହ

29-Jan-2022



ବଲାଙ୍ଗୀର,(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାରେ ଚଳିତବର୍ଷ ଧାନକିଣାରେ ବହୁଗୁଡିଏ ପେକ୍ସରେ ଅନୀୟମିତତା କରାଯାଉଥିବା ଅଭିଯୋଗ ହୋଇଛି । ସେଥିମଧ୍ୟରେ ପୁଇଁତଳା ବ୍ଲକ ଓ ଲୋଇସିଂହା ବ୍ଲକ ଅଞ୍ଚଳର ପେକ୍ସ ରହିଛି । ତେବେ ପ୍ରଶାସନ ତଦନ୍ତ କରି ଦୁଇଜଣ ପେକ୍ସ ସଂପାଦକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି । ସମବାୟ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟରୁ ଜଣାଯାଇଛି ଯେ,ଲୋଇସିଂହା ବ୍ଲକର ବୁର୍ଡା ପେକ୍ସରେ ସଂପାଦକ ଥିବା ସୁଦାମଚରଣ ସାହୁ ଓ ଆଗଲପୁର ବ୍ଲକର ମୁର୍ଷୁଣ୍ଢି ପେକ୍ସର ସଂପାଦକ ପର୍ଶୁରାମ ସେଠଙ୍କୁ ଗତକାଲି ନିଳମ୍ବିତ କରାଯାଇଛି । ଉଭୟ ପେକ୍ସରେ ଧାନ ନଥାଇ ଧାନବିକ୍ରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଉପରେ ବଲାଙ୍ଗୀର ଯୋଗାଣବିଭାଗର ସହକାରୀ ଯୋଗାଣ ଅଧିକାରୀ ତଦନ୍ତ କରି ରିପୋର୍ଟ ଦେଇଥିଲେ । ସେହି ରିପୋର୍ଟକୁ ଆଧାରକରି ବଲାଙ୍ଗୀର ସମବାୟ ବିଭାଗର ସହକାରୀ ନିବନ୍ଧକ ପ୍ରଭାକର ନାୟକ ଉଭୟ ସଂପାଦକଙ୍କୁ ନିଳମ୍ବିତ କରିଛନ୍ତି ।  ସୁଦାମ ସାହୁ ବୁର୍ଡା ଓ ଲୋଇସିଂହା ପେକ୍ସର ସଂପାଦକ ଦାୟୀତ୍ୱରେ ଥିଲେ । ଗତବର୍ଷ ମଧ୍ୟ ବଲାଙ୍ଗୀର ଜିଲ୍ଲାରେ ଅନେକଗୁଡିଏ ପେକ୍ସ ସଂପାଦକ ଅନୀୟମିତତା କରି ନିଳମ୍ବିତ ହୋଇଥିଲେ । ଚଳିତବର୍ଷ ମଧ୍ୟ ପୁଇଁତଳା ବ୍ଲକର ପୁଇଁତଳା,ବଇରାସର,ବୁବେଲ,ପିପିର୍ଡା ପେକ୍ସରେ ବ୍ୟାପ ଅନୀୟମିତତା କରୁଥିବା ଅଭିଯୋଗ ହୋଇଛି । କିନ୍ତୁ ସମବାୟ ବିଭାଗ ଓ ଯୋଗାଣ ବିଭାଗର ଅଧିକାରୀମାନେ ଏହାର ଉଚିତ ତଦନ୍ତ ନକରି ଅନୁଗ୍ରହ ଦେଖାଉଥିବା ଅଭିଯୋଗ ହୋଇଛି । ଠିକ ସେହିପରି ଭଦ୍ରାପାଲିସ୍ଥିତ ମିନର୍ଭା ରାଇସମିଲକୁ ରାତିରେ ବେପାରି ଧାନ ପଶୁଥିବା ନେଇ ଅଭିଯୋଗ ହୋଇଛି ଓ ଏହାର ଭିଡିଓଚିତ୍ର ମଧ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି । କିନ୍ତୁ ପ୍ରଶାସନ ଏହି ଘଟଣାର ତଦନ୍ତ ନକରି କେବଳ ବାହାନା କରି ତଦନ୍ତ କମିଟି ଗଠନ କରିଥିବବା କହୁଛନ୍ତି । ଜିଲ୍ଲା ମୁଖ୍ୟଯୋଗାଣ ଅଧିକାରୀ ମିରରାଜା ଅଲ୍ଲୀ ଏନେଇ ଏକ ଯୁଗ୍ମତଦନ୍ତ କରାଯିବାକୁ ନିର୍ଦ୍ଦେଶ କରାଯାଇଛି ବୋଲି କହିଛନ୍ତି । କିନ୍ତୁ ଦେଖାଯାଇଛି ଯେ, ପୁଇଁତଳା ବ୍ଲକଅଞ୍ଚଳର ପେକ୍ସଗୁଡିକରେ ବ୍ୟାପ ଋଣଜାଲିଆତି କରାଯାଇଥିବା କୃଷକ ସଂଘର୍ଷ ସମିତି ଅଭିଯୋଗ କରିଥିଲା ଓ ସମବାୟ ବ୍ୟାଙ୍କକୁ ଘେରାଉ କରିଥିଲା । ଏହାର ତଦନ୍ତ କରିବାକୁ ସମବାୟ ବିଭାଗ ନୀରିକ୍ଷକ ରବିନ୍ଦ୍ର ପଣ୍ଡାଙ୍କୁ ଦାୟୀତ୍ୱ ଦିଆଯାଇଥିଲା । କିନ୍ତୁ ଦୀର୍ଘ ୪ମାସ ପରେ ମଧ୍ୟ ତଦନ୍ତ ଆରମ୍ଭ ହୋଇନାହିଁ । ପ୍ରଶାସନିକ ଅଧିକାରୀ ବଡଫିକ୍ସିଂକରି ତଦନ୍ତକୁ ଟାଳି ଦେଉଥିବା ଅଭିଯୋଗ ହୋଇଛି । ଠିକ ସେହିପରି ବଇରାସର ପେକ୍ସରେ ସିøାସିଟିଭ ଅଚଳ କରିଦେଇ ଧାନକିଣା ଦୁର୍ନିତୀ କରାଯାଇଥିବା ଅଭିଯୋଗ ହୋଇଥିଲା । ବୁବେଲ ପେକ୍ସରେ ରେକର୍ଡ ଠିକରେ ଲେଖାଯାଇନଥିବା ନିଜେ ଏସସଏସଓ ଦେଖିଥିଲେ । ପିପିର୍ଡା,ବିଲେଇସର୍ଡା,ପୁଇଁତଳା ଜାମଗାଁ ଇତ୍ୟାଦି ପେକ୍ସରେ ଚାଷିଙ୍କ ସୁଖିଲାଧାନରେ ମଧ୍ୟ ୪ କିଲୋ କଟନୀ କରୁଥିବା ଅଭିଯୋଗ ହୋଇଛି । କିନ୍ତୁ ସେହି ଘଟଣାର ମଧ୍ୟ ରିପୋର୍ଟ କରାଗଲା ନାହିଁ । ମୋଟରେ ପ୍ରଶାସନିକ ଅଧିକାରୀମାନଙ୍କ ସହଯୋଗରେ ହିଁ ଧାନକିଣା ଦୁର୍ନିର୍ତୀ ହେଉଥିବା ଅଭିଯୋଗ ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   14-Oct-2026
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026

You Might Also Like