-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
29-Jan-2022
ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଖୁଟୁଲୁମୁଣ୍ଡା ଗାଁ ର ଜୟ ମାଁ କୁମପଟେନ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। ଆଜି ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ସ୍ପଷ୍ଟ ନିୟୁଜ
ଖବରକାଗଜ ର ସମ୍ପାଦକ ଜନାବ ଖାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନ ପ୍ରଥମ ରାଉଣ୍ଡ ରେ ଖୁଟୁଲୁମୁଣ୍ଡା (ଖ) ଦଳ ଓ ଦାବ୍ରି ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଭଲ ଖେଳ ପ୍ରଦର୍ଶନ କରି ଦାବ୍ରି ଦଳ ବିଜୟୀ ହୋଇଥିବା ଜଣାପଡିଛି। କମିଟିରେ ମୁଖ୍ୟ ଭାବେ ଶଙ୍କର ଚଣ୍ଡୀ, ନସୀବ ଖାଁ, ଉମେଶ ବାଗ,ସୁମିତ ଚଣ୍ଡୀ,ସୁରଜ୍ ବାଗ,ଆୟାଜ ଖାଁ, ବିଜୟ ଦୀପ,ରାଜ ଖାଁ, ପ୍ରଦୀପ ବାଗ, ନବୀନ ମାଝୀ,ଅଫ୍ରୋଜ ଖାଁ, ଉପେନ୍ଦ୍ର ଗିଙ୍ଗରା, ଶେଖର ମାଝୀ, ମୁକେଶ ବାଗ, କ୍ଷମା ବାଗ ପ୍ରମୁଖ ସହଯୋଗ କରୁଥିବା ବେଳେ ଅମ୍ପେୟାର ଭାବେ ନସୀବ ଖାଁ ଓ ସରୋଜ ବାଗ ଦାୟିତ୍ଵ ତୁଲାଉଛନ୍ତି। ଭୁବନ ସଗ୍ରିଆଙ୍କ ବହୁମୂଲ୍ୟ ଯୋଗଦାନ କ୍ରମେ ପ୍ରତିଯୋଗିତା ହେଉଥିବା ଜଣାପଡ଼ିଛି।