-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଅପରାଧ

ଅଣଓଡିଆ ପରିବାରର ୬ଜଣଙ୍କୁ ନୃଶଂସ ହତ୍ୟା ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ପାଟଣାଗଡ଼ ପୋଲିସ ଖୁବ ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି ପୋଲିସର ସୂଚନା 

12-Nov-2020



ପାଟଣାଗଡ଼, - ଗତକାଲି ପାଟଣାଗଡ ସହର ବ୍ରହ୍ମପୁରା ସ୍ଥିତ ସଅଁରା ପଡା ଠାରେ ଘଟି ଗଲା ଏକ ଲୋମହର୍ଷଣକାରୀ  ଘଟଣା । ଫେରିବାଲା କାମ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଗୋଟିଏ ଅଣଓଡ଼ିଆ ପରିବାରର ୬ ଜଣଙ୍କ ଏକା ସଙ୍ଗରେ ମୃତ୍ୟୁ ଘଟଣା ସକାଳେ ପ୍ରଘଟ ହେବା ପରେ ପାଟଣାଗଡ଼ ସହରରେ ଚାଞ୍ଚାଲ୍ୟ ସୃଷ୍ଟି ହୋଇଥିଲା । ଏହି ଫେରିବାଲା ପରିବାର ଝାରଖଣ୍ଡ ରାଜ୍ୟର ବାଗବରା ଅଞ୍ଚଳର ମୂଳ ବାସୀନ୍ଦା ହୋଇଥିବା ବେଲେ ଏମାନେ ବହୁ ବର୍ଷରୁ ବ୍ରହ୍ମପୁରା ଅଞ୍ଚଳରେ ରହି ଛୋଟମୋଟ ବ୍ୟବସାୟ କରି ଆସୁଥିଲେ । ସବୁଠାରୁ ଦୁଃଖଦ ଖବର ହେଲା, ଏପରି ଅମାନୁଷିକ କାରବାରରେ ବଳି ପଡିଛନ୍ତି ତିନି ଜଣ ନିଷ୍ପାପ ଶିଶୁ । ଛଅ ଜଣଙ୍କ ଶବ ପଡିଥିବା ହୃଦୟ ବିଦାରରକ ଦୃଶ୍ୟ ଦେଖିଲେ ଯାହାର ହେଲେ ବି ରୋମ ଟାଙ୍କୁରି ଉଠିବ । ପୂର୍ବ ଶତୃତାକୁ କେନ୍ଦ୍ର କରି ହିଁ ଏପରି ଏକ ନାରକୀୟ କାଣ୍ଡ ସଫଳ ରୂପ ଦେଲେ ଅପରାଧୀ ମାନେ । ତେବେ ହତ୍ୟାର ପ୍ରକୃତ କାରଣ କଣ ଏବଂହତ୍ୟା ପଛରେ କେତେ ଜଣଙ୍କ ହାତ ରହିଛି, ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ପୋଲିସ । 
 

ନଭେମ୍ବର ୧ଠ ତାରିଖ ବିଳମ୍ବିତ ରାତ୍ରୀରେ  ଘଟଣା ଘଟିଥିବା ଅନୁମାନ କରାଯାଉଛି । ହତ୍ୟାର ଶିକାର ହୋଇଛନ୍ତି ବୁଲୁ ଜାନି(୫ଠ), ତାଙ୍କ ସ୍ତ୍ରୀ ଜ୍ୟୋତି(୪୮),  ଓ ଦୁଇ ପୁଅ ଭୀଷ୍ମ(୫) ଓ ସଂଜୀବ(୨), ଦୁଇ ଝିଅ ସରିତା(୧୪) ଓ ଶ୍ରୀୟା(୩) ।  ସକାଳ ୧ଠ ଟା ପର୍ଯ୍ୟନ୍ତ ଘରୁ କେହି ନ ବାହାରିବାରୁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଘର ପାଖ ପୋଡଶୀ ମାନେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଗୋଟିଏ ପରିବାରର ୬ଜଣଙ୍କ ରକ୍ତ ଜୁଡୁବୁଡୁ ଶବ ପଡିଥିବା ଦେଖିବାକୁ ମିଳିଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ, ପାଟଣାଗଡ଼ ବ୍ରହ୍ମପୁରା ଅଞ୍ଚଳରେ ଏକ ଅଣଓଡିଆ ପରିବାର ବହୁ ଦିନରୁ ରହି ବ୍ୟବସାୟ କରି ଆସୁଥିଲେ । ଘରର ମୁରବୀ କୁହାଯାଉଥିବା ବୁଲୁୁ ଜାନିଙ୍କ ୮ଟି ପୁଅ ଓ ୨ ଟି ଝିଅ ମଧ୍ୟରେ ସୌଭାଗ୍ୟବସତଃ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ୩ଟି ପୁଅ  ସରୋଜ, ବିକାଶ ଓ ଫିରୋଜ ଭୁବନେଶ୍ୱର ରହି ବସଷ୍ଟାଣ୍ଡରେ ଫେରିବାଲା ଭାବରେ କାମ କରୁଥିଲେ ।

 ପରିବାରର ୬ଜଣଙ୍କ ମୃତ୍ୟୁ ଖବର ପାଇବା ପରେ ତିନି ପୁଅ ପାଟଣାଗଡ଼ରେ ପହଞ୍ଚିଛନ୍ତି । ଏହି ହତ୍ୟା ଘଟଣା ପଛରେ ୬-୭ଲୋକଙ୍କ ହାତ ରହିଥିବା ମୃତକଙ୍କ ପୁଅ ସରୋଜ କହିଥିବା ବେଳେ ପ୍ରାୟ ୨-୩ବର୍ଷ ପୂର୍ବରୁ ବ୍ରହ୍ମପୁରା ଅଞ୍ଚଳର ଶିବା ଜାନି ଓ ତାଙ୍କ ଭେଣେଇ ସହ କୌଣସି କାରଣରୁ ମୃତକଙ୍କ ପାରିବାରର ଶତୃତା ଥିବା ଏବଂ ଘଟଣା ଥାନାରେ କଂପ୍ରମାଇଜ୍ ହୋଇସାରିଥିବା କହିଛନ୍ତି । ତେବେ ବଲାଙ୍ଗୀର ଏସ୍‌ପି ସନ୍ଦୀପ ସଂପତଙ୍କ ସମେତ ସାଇଣ୍ଟ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁିଛନ୍ତି । ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ପାଟଣାଗଡ଼ ପୋଲିସ ସିଦ୍ଧା ଜାନି ଓ ପ୍ରତାପ ଜାନୀ ନାମକ ଦୁଇ ଜଣ ଯୁବକଙ୍କୁ ଥାନାରେ ଆଣି ଅଟକ ରଖିଛି । । ଏମାନଙ୍କ ଟାରୁ ହିଁ ଘଟଣାର ପ୍ରକୃତ ରହସ୍ୟ ଓ ହତ୍ୟାକାରୀଙ୍କ ସୁରାକ ପାଇବ ବୋଲି ପୋଲିସ ବୋଲି ଅନୁମାନ କରାଯାଉଛି । ତେବେ ଖୁବ ଶୀଘ୍ର ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଥିବା ଅପରାଧୀ ମାନଙ୍କୁ ଗିରଫ କରାଯିବ ବୋଲି ବଲାଙ୍ଗୀର ଏସ୍‌ପି ସନ୍ଦୀପ ସଂପତ ସୂଚନା ଦେଇଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like