-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Jan-2022
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ଦିନ ସମ୍ବଲପୁର ଜ଼ିଲ୍ଲାରେ ସମୁଦାୟ ୪୪୩୪ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ ହୋଇଛି I ଏହି ପ୍ରାର୍ଥିପତ୍ର ଦାଖଲରେ ୭୪୯ ଜଣ ସରପଞ୍ଚ, ୩୦୨୦ ଜଣ ୱାର୍ଡ ମେମ୍ବର, ୫୭୭ ଜଣ ସମିତି ସଭ୍ୟ ଓ ୮୮ ଜଣ ଜ଼ିଲ୍ଲା ପରିଷଦ ରହିଛନ୍ତି I ଗତ ୧୭ ତାରିଖରୁ ଆରମ୍ଭ ହୋଇ ଥିବା ଏହି ପ୍ରକ୍ରିୟାର ପ୍ରଥମ ଦିନ ଜ଼ିଲ୍ଲାରେ ୯୬ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଦ୍ୱିତୀୟ ଦିନ ୨୧୪ ଜଣ, ତୃତୀୟ ଦିନ ୭୩୪ ଜଣ, ଚତୁର୍ଥ ଦିନ ୧୨୩୪ ଜଣ ଏବଂ ଆଜି ସର୍ବାଧିକ ୨୧୫୬ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି I ଆଜି ଜ଼ିଲ୍ଲାରେ ୩୦୧ ଜଣ ସରପଞ୍ଚ, ୧୫୪୯ ଜଣ ୱାର୍ଡ ମେମ୍ବର, ୨୪୭ ଜଣ ସମିତି ସଭ୍ୟ ଓ ୫୯ ଜଣ ଜ଼ିଲ୍ଲା ପରିଷଦ ପ୍ରାର୍ଥି ତାଙ୍କର ପ୍ରାଥିପତ୍ର ଦାଖଲ କରିଥିଲେ I ଆସନ୍ତାକାଲି ୨୨ ତାରିଖ ଶନିବାର ପ୍ରାର୍ଥିପତ୍ର ଗୁଡ଼ିକ ଯାଞ୍ଚ୍ ହେବ I ଆଗ୍ରହୀ ପ୍ରାର୍ଥୀମାନେ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ୨୫ ତାରିଖ ଅପରାହ୍ଣରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ I ତେବେ ସମ୍ବଲପୁର ଜ଼ିଲ୍ଲାରେ ସମୁଦାୟ ୧୭୪୩ ୱାର୍ଡମେମ୍ବର, ୧୩୮ ସରପଞ୍ଚ, ୧୩୮ ସମିତି ସଭ୍ୟ ଓ ୧୮ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ହେଉଛି I ଆଗାମୀ ଫେବୃଆରୀ ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୫ ଟି ପର୍ଯ୍ୟାୟରେ ଜ଼ିଲ୍ଲାରେ ଏହି ତ୍ରୀସ୍ତରୀୟ ନିର୍ବାଚନ ଅନୁଷ୍ଠିତ ହେବ I