-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2022
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା କିସିଣ୍ତା ଥାନା ସମ୍ମୁଖରେ ଭଉଣୀକୁ ହତ୍ୟା କରିଛି କକାପୁଅ ଭାଇ। ପଛପଟୁ ଟାଙ୍ଗିଆରେ ନିର୍ମମ ଭାବେ ହାଣି ପକାଇଛି। କୌଣସି ବିବାଦକୁ ନେଇ ମହିଳା ଜଣଙ୍କ ଭାଇ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ଯାଉଥିବାବେଳେ ଏପରି ଅଭାବନୀୟ ଘଟଣା ଘଟିଛି। ତେବେ, ଥାନା ସମ୍ମୁଖରେ ଜଣେ ମହିଳାଙ୍କୁ ହତ୍ୟାକରି ଅଭିଯୁକ୍ତ ଫେରାର ହୋଇଯିବା ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ମୃତକ ହେଲେ କିସିଣ୍ତା ଥାନା ଲୋଇସିଂଗ ଗ୍ରାମର ଦେବାନନ୍ଦ ମେହେରଙ୍କ ସ୍ତ୍ରୀ କୁମାରୀ ମେହେର(୩୨)। ପୁଲିସ ଶବ ଜବତ କରିଥିବା ବେଳେ ହତ୍ୟାକାରୀ ଭାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ପୁଲିସ ସୂଚନା ଅନୁଯାୟୀ କୁମାରୀଙ୍କ ସହିତ ତାଙ୍କ କକାପୁଅ ଭାଇ କ୍ଷୀରୋଦ ରୋହିଦାସର କୌଣସି କାରଣକୁ ନେଇ ବିବାଦ ହୋଇଥିଲା। ବୁଧବାର ଏହି ବିବାଦ ଉଗ୍ରରୂପ ନେଇଥିଲା। ଏଥିରେ ନ୍ୟାୟ ଆଶାରେ କୁମାରୀ ଭାଇ ବିରୋଧରେ ଅଭିଯୋଗ କରିବାକୁ କିସିଣ୍ଡା ଥାନା ବାହାରିଥିଲେ। ସନ୍ଧ୍ୟା ପ୍ରାୟ ୬ଟା ସମୟରେ କିସିଣ୍ତା ଥାନାକୁ ଆସୁଥିବା ବେଳେ ଥାନା ଆଗରେ କ୍ଷୀରୋଦ ହଠାତ୍ ପଛପଟୁ ଆସି ଅତିର୍କିତ ଭାବେ ଟାଙ୍ଗିଆରେ ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ କୁମାରୀ ତଳେ ଟଳି ପଡ଼ିଥିଲେ। ପୁଲିସ ପହଞ୍ଚିବା ପୂର୍ବରୁ କ୍ଷୀରୋଦ ଫେରାର୍ ହୋଇଯାଇଥିଲା। ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।