-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ଜିଲ୍ଲା

୬୪ ଯୋଗିନୀପିଠ ସାମ୍ନାରେ ଆହୁତି ଯଜ୍ଞ , ସଜେଇ ହୋଇଛି ଯୋଗିନୀ , କେବେ ହୋଇନଥିଲା , ଅଞ୍ଚଳରେ କୋକୁଆ ଭୟ , କଲିକତାରୁ ଆସି ଯଜ୍ଞ କଲେ ବାବା , ଏଏସଆଇ ର ସିକ୍ୟୁରିଟି ଗାର୍ଡ ଗଲେ କୁଆଡେ?

20-Jan-2022



ସାରା ପୃଥିବୀରେ ଥିବା ୪ ଟି ଯୋଗିନୀପିଠ ମଧ୍ୟରୁ ବଲାଙ୍ଗୀର ଜିଲ୍ଲା ରାଣୀପୁର ଝରିଆଲ ଅନ୍ୟତମ। ଏଠାରେ ତନ୍ତ୍ର, ମନ୍ତ୍ର, ଶୈବ, ଶାକ୍ତ, ବୈଷ୍ଣବ, ଜୈନ ଓ ବୌଦ୍ଧ ଧର୍ମର ଅପୁର୍ବ ମିଳନର ସମନ୍ବୟ ଦେଖିବାକୁ ମିଳିଥାଏ। ସାରା ଭାରତରେ ଏକ ବିରଳ ଐତିହାସିକ ଓ ତନ୍ତ୍ର,  ମନ୍ତ୍ର ପିଠ ଭାବେ ସମସ୍ତେ ଜାଣିଛନ୍ତି। ସେଥିପାଇଁ ତ ଆଧ୍ୟାତ୍ମିକ ଆସ୍ଥା ଓ ବିଶ୍ବାସ ଆଜିବି ବଳବତ୍ତର ରହିଛି ଅଞ୍ଚଳ ବାସିଙ୍କ ପାଇଁ । ତେବେ ମଙ୍ଗଳବାର ଏକ ନୁଆ ଜିନିଷ ଦେଖିବାକୁ ମିଳିଛି। ଯୋଗିନୀ ମନ୍ଦିର ଫୁଳ ଓ କଳସରେ ସୁସଜ୍ଜିତ ହୋଇ ଦେଖଣାହାରୀ ଙ୍କ ମନ ମୋହି ନେଇଛି । କିଏ ଏହା ଦେଖି ଏମିତି ସବୁଦିନ ଫୁଳରେ ସାଜସଜ୍ଜା ହେଲେ ଆହୁରି କେତେ ପର୍ଯ୍ୟଟକ ଏଠାକୁ ଟାଣି ହୋଇ ଆସନ୍ତେ ତ କିଏ କହୁଥିଲେ ନିର୍ବାଚନ ସମୟ ତେଣୁ ଜିତିବା ପାଇଁ କିଏ ମାନସିକ କରିଥିବ। ତେବେ କିଏ କହୁଥିଲେ ସରକାର ଏପିଠ ପାଇଁ କୌଣସିପ୍ରକାର ଆଖିଦୃଶିଆ କାମ କରୁନାହାନ୍ତି ତେଣୁ ଯିଏ ବି ହଉ ମନ୍ଦିର ସୁସଜ୍ଜିତ କରିଛି ଠିକ କରିଛି ଏମିତି ଅନେକ କିଛି । ତେବେ   ୬୪ ଯୋଗିନୀପିଠ ର ସାମ୍ନାରେ କଲିକତା ରୁ ଆସିଥିବା ଏକ ବାବାଙ୍କ ଦଳ ଆହୁତୀ ଯଜ୍ଞ କରିଛନ୍ତି । ଏବଂ ଏହି ଆହୁତୀ ଯଜ୍ଞ ସମୟରେ ଭିଡିଓ ସୁଟିଂ ଓ ଡ୍ରୋନ ଉଡାଇଛନ୍ତି । ଏହାକୁନେଇ ଅଞ୍ଚଳରେ ଏକ କୋକୁଆ ଭୟ ଦେଖିବାକୁ ମିଳିଛି। ଖବରପାଇ ସ୍ଥାନୀୟ ଲୋକେ ଦେଖିବାକୁ ଗଲେ ହେଲେ ଜଦି ବାବା ସିଦ୍ଧ ପୁରୁଷ ହୋଇଥାନ୍ତି ତା ହେଲେ ତାଙ୍କ ଅଭିଶାପ ଲାଗିଯିବା ଭୟରେ କେହି କିଛି କହିନଥିଲେ । ପରେ ମନ୍ଦିର ପୂଜକଙ୍କ ଠାରୁ ଖବରପାଇ ମନ୍ଦିର କମିଟିର ସଭାପତି ମାଣିକ ଚନ୍ଦ ଜୈନ ଓ କମିଟିର ଆବାହକ ତଥା ସାମ୍ବାଦିକ ଅନିଲ କୁମାର ତ୍ରିପାଠୀ ଯୋଗିନୀପିଠ ରେ ପହଞ୍ଚି । ଯୋଗିନୀପିଠ ସାମ୍ନାରେ କେବେ ଆହୁତୀ ଯଜ୍ଞ ହେବା ଆମେ ଦେଖିନାହୁଁ। ତେଣୁ ଏହା ବିପଦକୁ ବରଣ କଲାଭଲି ହୋଇପାରେ କାହିଁକି ନା ଏ ଅଞ୍ଚଳର ପିଠ ବିଷୟରେ ଜାଣିଥିବା ଲୋକେ ୬୪ ଯୋଗିନୀପିଠ ସାମ୍ନାରେ ପୁଜା କରିବା ତ ଦୁରର କଥା ଆଜି ବି ସନ୍ଧ୍ୟା ହୋଇଗଲେ ଏହି ପିଠକୁ ଆସିବା ପାଇଁ ବାରଣ କରିଥାନ୍ତି ତଥା ଏହା ଭାରତୀୟ ପୁରାତତ୍ବ ବିଭାଗ ଅଧିନରେ ତେଣୁ କିଛି ବି କରିବାକୁ ହେଲେ ପରମିଶନ ଦରକାର। ତେବେ ଆପଣମାନେ କାହିଁକି ଏଠାରେ ଆହୁତୀ ଯଜ୍ଞ ର ଆୟୋଜନ କରିଛନ୍ତି ଓ ଆପଣମାନେ କୋଉଠୁ ଆସିଛନ୍ତି ବୋଲି ପଚାରି ବୁଝିଥିଲେ ଆମ ପ୍ରତିନିଧି। ତେବେ ସେମାନେ କଲିକତା ରୁ ଆସିଥିବା ଓ ମୁଖ୍ଯ ବାବା ଙ୍କ ନାମ ଗୋପାଳ ଭଟ୍ଟାଚାର୍ଯ୍ୟ ବୋଲି ବାବା କହିଥିଲେ। ଏବଂ ଏଠାରେ ପୁଜା ହେଉନଥିବା ବିବରଣୀ କୌଣସି ଗ୍ରନ୍ଥ ରେ ବି ନାହିଁ । କିନ୍ତୁ ଆମେ ଯୋଉ ପୁଜାପାଠ କରୁଛୁ ଏହା ହିନ୍ଦୁଧର୍ମର ସନାତନ ଧର୍ମ ଉପରେ ଯୋଉମାନେ ବିସ୍ବାସ ରଖନ୍ତି ତାଙ୍କ ପାଇଁ ଭଗବାନ ଦେବାଧିଦେବ ମହାଦେବ ଓ ୬୪ ଯୋଗିନୀଙ୍କ ପୁଜା ଲେଖାଯାଇଛି ତେଣୁ ସେହି ଦେବିଙ୍କ ପୁଜା କରିବାପାଇଁ ଆଜି ଆମେ ଆସିଛୁ । ଏହା ବାଦରେ ରାତିରେ ୬୪ ଯୋଗିନୀଙ୍କ ସାମ୍ନାରେ ଆହୁତୀ ଯଜ୍ଞ କିମ୍ବା ପୁଜା ଆୟୋଜନ ଜଦି ଯିଏ ବି କରୁଛନ୍ତି ସେମାନେ ଠିକ ଭାବରେ ଜଦି ପୁଜା ସମ୍ପାଦନ ନ କରି ପାରନ୍ତି ତେବେ ବିପତ୍ତି ଆସିପାରେ । ଆମେ ସନାତନ ଧର୍ମ ଅନୁଯାଇ କେବଳ ମନ୍ତ୍ର ଜପ କରିଛୁ ତେଣୁ ଏଥିରେ କୌଣସିପ୍ରକାର ଡର ନାହିଁ ବୋଳି କହିଥିଲେ। ଆମେ ଶିବ ଓ ଭଗବତୀଙ୍କ ପୁଜା କରିଛୁ ଏହି ପୁଜା ଦ୍ବାରା ମନୁଷ୍ଯ ସମାଜ ଉପରେ ଦେବୀ ଭଗବତୀଙ୍କର କୃପା ରହିଥାଏ। ଏହାହିଁ ଆମର ଇଛ୍ଛା ବୋଲି ବାବା ଭଟ୍ଟାଚାର୍ଯ୍ୟ କହିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏ ଅଞ୍ଚଳରେ କିଛି ବର୍ଷ ତଳେ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ ଶିଶୁ ବଳୀ, ଜଣେ ବୃଦ୍ଧ ଙ୍କୁ ଗାଁରେ ବୁଲାଇ ବୁଲାଇ ନିସ୍ତୁକ ମାଡ ମାରିବା ସହ ପରିଶ୍ରା ପିଆଇବା, ଗୋଟିଏ ପରିବାର କୁ ଗାଁରୁ ବାସନ୍ଦ କରିଦେବା ଭଲି ଘଟଣା ପ୍ରାୟ ଘଟିଯାଇଛି  ସିନ୍ଧେକେଲା ଥାନା ଅଞ୍ଚଳରେ । ତେଣୁ ଏ ଅଞ୍ଚଳରେ ଲୋକେ ଏବେବି ଗୁଣିଗାରେଡି, ତନ୍ତ୍ର, ମନ୍ତ୍ର କୁ କିଛିକାଂଶରେ ଭରସା ରଖୁଛନ୍ତି। ସେହି ଭଲି ସ୍ଥିତିରେ ଏ ଅଞ୍ଚଳର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯୋଉ ସ୍ଥାନକୁ ରାତି ହେଲେ ଆଜିବି ଅଞ୍ଚଳ ବାସି ଯିବାପାଇଁ ଡରନ୍ତି ସେହି ୬୪ ଯୋଗିନୀପିଠ ର ଠିକ ସାମ୍ନାରେ ଆହୁତି ଯଜ୍ଞ କୁ ନେଇ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ହେବାରେ ଲାଗିଛି । ହେଲେ ଏଠାରେ ଏକ ପ୍ରଶ୍ନ ଉଠିବା ସ୍ବାଭାବିକ କାହିଁକିନା ଯୋଗିନୀପିଠ ର ଦାୟିତ୍ବ ଏବେ କେନ୍ଦ୍ର ସରକାରଙ୍କ ଭାରତୀୟ ପୁରାତତ୍ବ ବିଭାଗ ହାତରେ । ଓ ବିଭାଗ ତରଫରୁ ମୋଟା ଅଙ୍କର ଦରମା ପାଉଥିବା ଚାରିଜଣ ଜଗୁଆଳୀ ମୋଟା ଅଙ୍କର ଦରମା ପାଇ ନିଯୁକ୍ତ ହୋଇଛନ୍ତି। ହେଲେ ସେମାନେ ରାଣୀପୁର ଝରିଆଲ ରେ ରହୁନଥିବା ଯୋଗୁଁ ଏପରି ପରିସ୍ଥିତି ଉପୁଜିଛି। ତେବେ ଏହାକୁନେଇ ପୁରାତତ୍ବ ବିଭାଗର ବିଭାଗୀୟ ଅଧିକାରୀ ସୁଶାନ୍ତ

ଗୋଚ୍ଛାୟତ ଙ୍କୁ ପଚାରିବାରୁ ସେ କହିଥିଲେ ଚାରିଜଣ ଜଗୁଆଳୀ ସିଫ୍ଟ ଅନୁଯାଇ ଡ୍ୟୁଟି ଭାଗ କରାଯାଇଛି । ତେବେ ସେ ସମୟରେ ଯାହାର ଡ୍ୟୁଟି ଥିବ ତାକୁ ଆପସେଣ୍ଟ କରାଯିବ ବୋଳି କହିଥିଲେ। ତେବେ ବିଷୟ ହେଉଛି ସିଫ୍ଟ ଅନୁଯାଇ ଜଦି ଡ୍ୟୁଟି ଚାଲିଛି ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରେ ଆହୁତୀ ଯଜ୍ଞ ଅନୁଷ୍ଠିତ ହେଲା ଓ ଯାହାର ଡ୍ୟୁଟି ଥିଲା ସେ କିପରି ଜାଣି ପାରିଲେନି କିମ୍ବା ଜାଣିବୁଝି ଏହି ପୁଜାକାର୍ଯ୍ଯ କରିବାକୁ ଦେଲେ ତାହା ତଦନ୍ତ ସାପେକ୍ଷ। 

                        

(୦୧) ରାଜିବ ସଗ୍ରୀଆ, ବରିଷ୍ଠ ସାମ୍ବାଦିକ - କେନ୍ଦ୍ର ସରକାର ଙ୍କ ପୁରାତତ୍ବ ବିଭାଗ ଶହଶହ ବର୍ଷ ଧରି ଚାଳି ଆସୁଥିବା ଶିବରାତ୍ରୀ ପାହାଡ ଉପରେ ନ କରି ବିଭାଗ ଅଧିନରେ ଆସୁଥିବା ପରିଧି ବାହାରେ କରିବାପାଇଁ କହୁଥିବା ବେଳେ ଛେଳିଆ ମନ୍ଦିର ନଷ୍ଟ ହେବା ସମୟରେ ବିଭାଗ ମୁକ ସାଜିଥିବା ବେଳେ ଏପରି ଘଟଣା ଘଟିବା କିଛି ବଡ କଥାନୁହେଁ। 

(୦୨) ରଶ୍ମିରଞ୍ଜନ ପୁଟେଲ , ପ୍ରେସକ୍ଲବ ଉପସଭାପତୀ କଣ୍ଟାବାଞ୍ଜୀ - ଯୋଗିନୀପିଠ ପାଇଁ ଚାରିଜଣ ଜଗୁଆଳି ମୋଟା ଅଙ୍କର ଦରମା ନେଇ ଘରେ ରହୁଥିବା ଯୋଗୁଁ ବହୁ ସମୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥାଏ ତେଣୁ ସରକାର ଲକ୍ଷ ଲକ୍ଷ ଟଙ୍କାର ଦରମା ଦେଇ ଯୋଗିନୀପିଠ ଅସୁରକ୍ଷିତ ହେବା ଅତ୍ୟନ୍ତ ଚିନ୍ତାର ବିଷୟ ।

ମାଣିକ ଚନ୍ଦ ଜୈନ, ମନ୍ଦିର ପୁଜା କମିଟି ସଭାପତି - ଆମ କାମ ହେଲା ଶିବରାତ୍ରୀ କିମ୍ବା ବର୍ଷ ଜାକର ବିଭିନ୍ନ ପର୍ବପର୍ବାଣୀ ପାଳନ କିଭଲି ଭାବରେ ହୋଇ ପାରିବ ସେ ଉପରେ ଆମେ କାମ କରୁଛୁ । ତେବେ ସୁରକ୍ଷା ଦାୟିତ୍ବ ପାଇଁ ସରକାରୀ ତହବିଲ ରୁ ମୋଟା ଅଙ୍କର ଦରମା ପାଉଥିଲେ ହେଁ ଜଗୁଆଳି ମାନେ ଠିକ ଭାବରେ ନିଜର ଦାୟିତ୍ବ ସମ୍ପନ୍ନ କରୁ ନ ଥିବାରୁ ବିଭିନ୍ନ ସମୟରେ ଚୋରୀ , ମନୁମେଣ୍ଟ ମାନଙ୍କୁ କ୍ଷତି ପହଞ୍ଚୁଥିବା କଥା ବିଭାଗୀୟ ଅଧିକାରୀ ମାନଙ୍କୁ ବିଭିନ୍ନ ସମୟରେ ଅଭିଯୋଗ କରି ଆସିଛୁ । ତେବେ ବିଭାଗ ନିରବ ରହିଲେ ଆମେ କଣ କରିପାରିବୁ । 


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like