-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
10-Nov-2020
ବଲାଙ୍ଗୀର, (ପ୍ରେରଣା ଖବର) - :ବଲାଙ୍ଗିରରେ ଚାଷୀଙ୍କ ଠାରୁ ୨କୋଟି ଜିଏସଟି ଠକେଇ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସିନ୍ଦୁଜା ଷ୍ଟିଲ ନାଁରେ ଠକାମୀ ଅଭିଯୋଗରେ ବଲାଙ୍ଗିରର ଗାୟତ୍ରୀ ଜସୱାଲ ଓ ତାଙ୍କ ପୁଅଙ୍କୁ ଗିରଫ କରିଛି ପୁଲିସ।
ସୂଚନାଯୋଗ୍ୟ ଯେ, ଚାଷୀଙ୍କ ନାଁରେ ମିଛ କାରବାର କରି ୨ କୋଟି ଟଙ୍କା ଜିଏସଟି ଫାଙ୍କି ଥିବା ଅଭିଯୋଗ ଥିଲା । ଏହି ଘଟଣାରେ ଠକାମୀର ଶିକାର ହୋଇଥିବା ୨ ଜଣ ବିରେନ୍ଦ୍ର ଭୋଇ ଓ ସବିତା ରଣା ଦେଓଗାଁ ଥାନା ଏବଂ ସଇଁତଳା ଥାନାରେ ଅଭିଯୋଗ କରିଥିଲେ। ଏମାନଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ଘଟଣାରେ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିଲା । ସିନ୍ଦୂଜା ଷ୍ଟିଲ ନାମକ ଏକ କମ୍ପାନୀର ୨ କୋଟି ଟଙ୍କା ଜିଏସଟି ଠକେଇରେ ସଂପୃକ୍ତି ରହିଥିଲା ।