-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
10-Nov-2020
କଳାହାଣ୍ଡି -କୋକସରା-(ତ୍ରିନାଥ ବେଶ୍ରା)
ଓଡିଶା ସରକାରଙ୍କ ଦ୍ୱାରା ପ୍ରୟୋଜିତ ସହରାଞ୍ଚଳ ଜାଗା ମିଶନ ଅନୁସାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରାଞ୍ଚଳ ଜାଗା ମିଶନ
ଯୋଜନାରେ ବସ୍ତିବାସିନ୍ଦା ମାନଙ୍କୁ ଜମି ପଟ୍ଟା ବଣ୍ଟନ ଯୋଜନା ରହିଛି । ଜୁନାଗଡ ସହରାଞ୍ଚଳରେ ବସବାସ କରୁଥିବା ନିଃସହାୟ ଘରଡିହ ହୀନ ବାସିନ୍ଦା ମାନଙ୍କୁ ଚିହ୍ନଟ କରାଯାଇ ଜାଗା ମିଶନ କାର୍ଯୟକ୍ରମରେ ଜମିପଟ୍ଟା ବଂଟନ କରାଯାଇଛି । ଏହି ଯୋଜନାରେ ଜୁନାଗଡ ଏନଏସି ର ୧୨ ଗୋଟି ୱାର୍ଡ ମଧ୍ୟରେ ଥିବା ୧୮ ଟି ବସ୍ତିକୁ ଚିହ୍ନଟ କରାଯାଇ ୧୩୭୫ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଶିଳ୍ପ, ଶକ୍ତି ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ୨୦୦ ଜଣ ହିତାଧିକାରିଙ୍କୁ ପ୍ରଥମ ପର୍ଯ୍ୟାୟରେ ଜମି ପଟ୍ଟା ବଂଟନ କରିଥିବା ବେଳେ ଏହି ଯୋଜନା ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପବୋଲି କହିଛନ୍ତି । ଏହି ଅବସରରେ ଜୁନାଗଡ ତହସିଲଦାର, ଧର୍ମଗଡ ଉପଜିଲ୍ଲାପାଳ ପ୍ରମୂଖ ଉପସ୍ଥିତ ଥିଲେ ।