-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
29-Dec-2021
ଭୁନନେଶ୍ୱର// ଗତକାଲି ସ୍ଥାନୀୟ ଗୌରୀ କଟେଜ ହୋଟେଲ ପରିସରରେ, ନୂଆ ଓଡ଼ିଆ ସିନେମା "ମନ ମୋର କାଗଜ ଗୁଡି" ର ଗ୍ରାଣ୍ଡ ଅଡିଓ ରିଲିଜ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଉଦ୍ଘାଟକ ଭାବେ ମାନ୍ୟବର ମନ୍ତ୍ରୀ ସମୀର ରଞ୍ଜନ ଦାସ (ସ୍କୁଲ ଆଣ୍ଡ ମାସ ଏଜୁକେଶନ)ଯୋଗ ଦେଇଥିଲେ।ଆଜି ଏହି ଗ୍ରାଣ୍ଡ ଅଡିଓ ରିଲିଜ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ଓ ସମ୍ମାନିତ ଅତିଥି ଭାବେ ସୁରେଶ ରାଉତରାୟ (M.L.A ,ଜଟଣୀ)ଉପସ୍ଥିତ ଥିଲେ।ସୁମିତ୍ରା ଏଣ୍ଟରଟେଂମେଣ୍ଟ ବ୍ୟା ନର ର ,"ମନ ମୋର କାଗଜ ଗୁଡି" ସିନେମା କୁ ନେଇ ଏହାର ମୁଖ୍ୟ ପ୍ରଯୋଜକ ଶିବିର କୁମାର ପରିଡା ଓ ସହ ପ୍ରଯୋଜକ ବିବେକାନନ୍ଦ ବାରିକ ବେଶ ଆଶାବାଦୀ ଅଛନ୍ତି।ବ୍ୟୟବହୁଳ ସିନେମା ଟିକୁ ଆଉ ଟିକେ ସରସ ସୁନ୍ଦର କରିବା ପାଇଁ ସଙ୍ଗୀତକୁ ସ୍ମୃତି ମଧୁର କରିଛନ୍ତି ,ସଙ୍ଗୀତ ନିର୍ଧେସକ ଜାପାନୀ ଭାଇ।ନିର୍ଧେସନା ଭାର ଦେଵଜ୍ୟୋତି ପାତ୍ର ସମ୍ଭାଳି ଥିବା ବେଳେ ,ସଂଳାପ ଲେଖିଛନ୍ତି ମାନସ ପଢିହାରୀ।କାହାଣୀ ରଚନା ଦିବ୍ୟ ସିଂ ରାୟ କରିଥିବା ବେଳେ ,ନୃତ୍ୟ ନିର୍ଧେସନା ଦେଇଛନ୍ତି ଅମିତ ଅଭିନୟରେ ରାକେଶ ସିଂ ଦେଓ ,ଭୂମିକା ଦାସ ,ମମତା ଦାସ ,ପ୍ରୀତିରାଜ ,ଦେବୀ ବାରିକ , ଚୌଧୁରୀ ଜୟ ପ୍ରକାଶ ଦାସ ,ଐଶ୍ୱର୍ଯ୍ୟା ବେହେରା ,କୁମାର ,ଜ୍ଞାନ ,ଭକ୍ତି ,ତାପସ ,ମଣ୍ଟୁ ,ପ୍ରୀତି ,ନାଗେଶ ,ଗୁଡି ,ମମତା ଦାସ, ସୁହାନା ,ଦିବ୍ୟାଂସା ,ଲିପୁନ ପ୍ରମୁଖ କଳାକାର। ଆଜିର ଏହି ସଭାକୁ ପରିଚାଳନା କରି ଥିଲେ ,ପ୍ରଯୋଜକ ଶିବିର କୁମାର ପରିଡା ଓ ସହ ପ୍ରଯୋଜକ ବିବେକାନନ୍ଦ ବାରିକ।