-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
29-Dec-2021
ସମ୍ବଲପୁର(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ଉତ୍ତରାଖଣ୍ଡର ମସୁରୀ ରେ ଜାତୀୟ ଦୁଃସାହାସୀକ ପ୍ରତିଯୋଗୀତା ଏକାଡେମି ପକ୍ଷରୁ ଦୁଃସାହାସୀକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଛି I ଏହି ଦୁଃସାହାସୀକ ପ୍ରତିଯୋଗୀତାରେ ସମ୍ୱଲପୁର, ବରଗଡ଼, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, କୋରାପୁଟ, ଗଞ୍ଜାମ ଜିଲ୍ଲାର ୪୨ ଜଣ ଯୁବକ/ଯୁବତୀ ଭାଗ ନେଇଛନ୍ତି I ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ର ସରୋଜ ମେହେର, ଜମନକିରା ବ୍ଲକର ରଶ୍ମିତା ପେନଠେଇ, ରେଢ଼ାଖୋଲ ବ୍ଲକର ସରୋଜ କୁମାର ପ୍ରଧାନ ଭାଗ ନେଇଛନ୍ତି I ଏହି କାର୍ଯ୍ୟକ୍ରମକୁ ଭାରତର ଜାତୀୟ ଦୁଃସାହାସୀକ ପ୍ରତିଯୋଗୀତା ଏକାଡେମି କରୁଥିବା ବେଳେ ଓଡିଶା ଦୁଃସାହାସୀକ ପ୍ରତିଯୋଗୀତା କ୍ଲବ ଫୁଲବାଣୀ ସହଯୋଗ କରିଥିଲେ I ଏହି କାର୍ଯ୍ୟକ୍ରମ ପଞ୍ଜାବର ଅମୃତସର ଓ ଉତ୍ତାରଖଣ୍ଡର ମସୁରି ରେ ଡିସେମ୍ୱର ୨୩ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଳିବ I ଆଡଭେନଚର ଟେନ୍ର କମାଣ୍ଡୋ ଦୀପକ କୁମାର ରଥ, ସହଯୋଗୀ ଟେନ୍ର ସମୀର କୁମାର ପ୍ରଧାନ, ଜଉତିରଞ୍ଜନ ସାମଲ ପ୍ରମୁଖ ସାମିଲ ରହିଛନ୍ତି I