-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଅପରାଧ

କୋଟି,କୋଟି ଟଙ୍କାର ଜି ଏସ ଟି ଟଙ୍କା ଠକେଇ ମାମଲାରେ ମାଆ ପୁଅ ଙ୍କୁ ଚାଲିଛି ଜେରା।

09-Nov-2020




ବଲାଙ୍ଗୀର, : ଜିଏସଟି ଠକେଇ ମାମଲାରେ ମାପୁଅ ଅଟକ। ଆଜି ଦ୍ୱିତୀୟ ଦିନରେ ଜିଏସଟି ଓ ପୋଲିସ୍ ଅଧିକାରୀ ପଚରା ଉଚରା ଜାରି ରଖିଛନ୍ତି। ଗତକାଲି ବିଳମ୍ବିତ ରାତି ଯାଏ ମା ପୁଅକୁ ଜେରା କରାଯାଇଥିଲା। ଏବେ ବି ଉଭୟଙ୍କୁ ପଚରାଉଚୁରା ଜାରି ରହିଛି।

ବଲାଙ୍ଗିର ଜିଲ୍ଲାରେ କୋଟି କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ଗତକାଲି ଦୁଇ ମା ପୁଅକୁ ଘରୁ ଉଠାଇ ଆଣିଥିଲା ଟାଉନ୍ ଥାନା ପୋଲିସ। ଜିଏସଟି ଘଟଣାରେ ସଂପୃକ୍ତ ମା ପୁଅକୁ ବଲାଙ୍ଗିର ଆଦର୍ଶ ଟାଉନ୍ ଥାନାରେ ପୋଲିସ ପଚରା ଉଚରା ଜାରି ରଖିଛି। ଠକେଇର ଶିକାର ନିରୀହ ଲୋକ ଓ ଘଟଣାର ମାଷ୍ଟର ମାଇଣ୍ଡ ଗାୟତ୍ରୀ ଜୟସ୍ୱାଲ୍ ଓ ବୀରେନ୍ଦ୍ର କୁମାର ଜୟସ୍ୱାଲଙ୍କୁ ତନ୍ନ ତନ୍ନ କରି ପଚରା ଉଚରା ଚଳାଇଛନ୍ତି ଜିଏସଟି ଅଧିକାରୀ ଓ ଥାନା ଅଧିକାରୀ।
ଅଭିଯୋଗ ଅନୁସାରେ, ଜିଲ୍ଲାରେ ଗରିବ ଲୋକଙ୍କ ନାରେ ନକଲି କମ୍ପାନୀ ଖୋଲି କୋଟି କୋଟି ଟଙ୍କାର ଜିଏସଟି ଠକେଇ ହୋଇ ଥିବା ଜଣା ପଡିଥିଲା। ଚାଷୀ, ମହିଳା ଏବଂ ଗରିବ ଲୋକଙ୍କୁ ମୋହରା କରି ତାଙ୍କ ନାଁରେ ମିଛ କମ୍ପାନୀ ଖୋଲିଛି। ତେବେ ଜିଲ୍ଲାର ଦେଓଗାଁ ଥାନା ଅନ୍ତର୍ଗତ ସାରସମାଳ ଗ୍ରାମର ମହିଳା ମୀନା ସାହୁଙ୍କୁ ବଲାଙ୍ଗିର ସହର ଟିକ୍ରାପଡ଼ାର ଗାୟତ୍ରୀ ଜୟସ୍ୱାଲ୍ ଋଣ କରି ଦେବାର ପ୍ରଲୋଭନ ଦେଖାଇଥିଲେ। ଏପରିକି ତାଙ୍କ ସହ ଆହୁରି ୧୦ ଜଣ ଲୋକଙ୍କୁ ଠିକ୍ କରିବା ପାଇଁ କହିଥିଲେ। ସେ ଅନୁଯାୟୀ ମୀନା ତାଙ୍କ ସମ୍ପର୍କୀୟଙ୍କଠାରୁ ଆବଶ୍ୟକ କାଗଜପତ୍ର ଆଣି ଦେଇଥିଲେ । ହେଲେ ଋଣ ମିଳିବ କଣ ତାଙ୍କ ନାରେ ମିଛ କମ୍ପାନୀ ଖୋଲି କୋଟି କୋଟି ଟଙ୍କା ଜିଏସଟି ଠକେଇ କରିଥିବାର ଜଣାପଡ଼ିଛି।
ପ୍ରାରମ୍ଭିକ ଭାବରେ ଜିଏସଟି ବିଭାଗ ସଇଁତଳାର ଜଣେ ଚାଷୀ ରବୀନ୍ଦ୍ର ଭୋଇଙ୍କ ନାରେ ସିନ୍ଦୁଜା ଷ୍ଟିଲ କମ୍ପାନୀ ଖୋଲା ଯାଇ ଏକ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ହୋଇଥିବା ସାମ୍ନାକୁ ଆସିଛି। ସେହିପରି ସାରସମାଳର ସବିତା ରଣା ଓ ନରେନ୍ଦ୍ର ସାହୁଙ୍କ ନାରେ ମଧ୍ୟ ଅନୁରୂପ ଭାବରେ ଫେକ୍ କମ୍ପାନୀ ଖୋଲାଯାଇ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜିଏସଟି ଠକେଇ ହୋଇଛି। ଏନେଇ ଠକେଇର ଶିକାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି।
ଏହାପରେ ଘଟଣାର ମାଷ୍ଟର ମାଇଣ୍ଡ ଗାୟତ୍ରୀ ଜୟସ୍ୱାଲ୍ ଓ ତାଙ୍କ ପୁଅ ବିରେନ୍ଦ୍ର କୁମାର ଜୟସ୍ୱାଲ୍ ଙ୍କୁ ଟାଉନ୍ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ୍। ତେବେ ଜିଏସଟି ଠକେଇ ୬ କୋଟିରୁ ଅଧିକ ଟଙ୍କା ହୋଇଥିବା ସନ୍ଦେହ କରାଯାଉଛି। ଦଶ ଜଣ ନିରିହ ଲୋକଙ୍କ ଠାରୁ କାଗଜପତ୍ର ନେଇଥିବା ବେଳେ ଏଯାଏ ୩ ଜଣଙ୍କ ନାରେ ମିଛ କମ୍ପାନୀ ଖୋଲା ଯାଇଥିବା ଖବର ସାମ୍ନାକୁ ଆସିଛି। ଏହି ଦିଗରେ ଜିଏସଟି ବିଭାଗ ଓ ପୋଲିସ୍ ମିଳିତ ଭାବରେ ତଦନ୍ତ କରୁଛନ୍ତି। ହେଲେ ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ତଦନ୍ତ ପରେ ସବୁ ତଥ୍ୟ ସାମନାକୁ ଆସିବ ବୋଲି କହିଛନ୍ତି ଜିଏସଟି ଅଧିକାରୀ। ତେବେ କେବଳ ୩ ଜଣ ନା ଆହୁରି ଅନେକ ଲୋକଙ୍କ ନାଁରେ ଫେକ୍ କମ୍ପାନୀ ଖୋଲା ଯାଇଛି ତାହା ତଦନ୍ତ ସରିବା ପରେ ଜଣା ପଡ଼ିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like