-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
17-Dec-2021
ବଲାଙ୍ଗୀର, - ବରିଷ୍ଠ କଂଗ୍ରେସ ନେତା ଟିଟିଲାଗଡ ନଗର କଂଗ୍ରେସ ସଭାପତି ତଥା ଟିଟିଲାଗଡ ଓକିଲ ସଂଘର ସଭାପତି ସ୍ୱର୍ଗତ ପ୍ରଭାସ ବହିଦାରଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରା ଯୋଗଦାନ କରି ସ୍ୱର୍ଗତ ବହିଦାରଙ୍କ ସ୍ମୃତି ଚାରଣ କରି ତାଙ୍କ ବିୟୋଗରେ କଂଗ୍ରେସ ଦଳର ତାଙ୍କ ବିୟୋଗ କଂଗ୍ରେସ ଦଳ ତଥା ବଲାଙ୍ଗିର ଜିଲ୍ଲା ପାଇଁ ଏକ ଅପୁରଣିୟ କ୍ଷତି ହେଲା ବୋଲି ମତବ୍ୟକ୍ତ କରିଥିଲେ । ପ୍ରଥମେ ତାଙ୍କର ଅମର ଆତ୍ମାର ସତ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ବକ୍ତାମାନେ ସ୍ୱର୍ଗତ ବହିଦାରଙ୍କ ସ୍ମୃତି ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମନିଷ ମିଶ୍ର, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନି, ପଞ୍ଚାୟତ ରାଜ ସଂଗଠନ ସଭାପତି ଅଜୟ ବାଲି, କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ସୌମ୍ୟଦିପ ସରାଫ, ଜୁଲୁ ପଟ୍ଟନାୟକ, ନାରୀ ନେତ୍ରୀ ବବିତା ସାହୁ, ସାଇନା ବେଗମ, ବିଟୁନ ସ୍ୱାଇଁ, ଅବଦୁଲ ରଜାକ୍, ଲୋପନ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ।