-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
17-Dec-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଓ ଧୁମାଭଟା ରାସ୍ତା ରେ ଅଜଣା ଗାଡ଼ି ଧକ୍କାରେ ଜଣେ ଗୁରୁତର ଆହତ ହୋଇ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ସେହି ବ୍ଯକ୍ତି ଜଣକ ହେଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଝାରଖମାର ଗ୍ରାମର ଉଦୟନାଥ ଭୋଇ(୨୭) । ସେ ବେଲପଡା ବ୍ଳକ
ଧୁମାଭଟା ଗ୍ରାମର ରାମନାଥ ରାଉତ ଙ୍କ ଜ୍ବଇଁ ଅଟନ୍ତି। ସେ ନିଜ ଶ୍ବଶୁର ଘର ଆସି ଶଶୁରଙ୍କ ଘର ଧାନ ମଡା ସାରି ନିଜ ଶଢୁ ଘର ଝାରଫଟାମୁଣ୍ତା ଗାଁକୁ ଯାଉଥିଲେ ଏତିକି ବେଳକୁ ଧୁମଭଟା କଲେଜ ଆଗରେ ଥିବା ଗ୍ୟାସ ଦୋକାନ ପାଖରେ ଏକ ଅଜଣା ଗାଡି ତାଙ୍କୁ ଧକ୍କାଦେଇ ଚାଲିଯାଇଛି ।ସେ ମଝି
ରାସ୍ତାରେ ପଡିଥିବା ବେଲେ ଧୁମାଭଟା ଗ୍ରାମର ପର କୁମାର ସାହୁ ପାଟଣାଗଡ ରୁ ଫେରୁ ଥିବା ସମୟରେ ଦେଖିବାକୁ ପାଇଥିଲେ । ସାଙ୍ଗେ ସାଙ୍ଗେ ଫୋନ ମାଧ୍ଯମ ରେ ଜଣାଇଥିଲେ ଧୁମାଭଟା ଗ୍ରାମର ସମାଜ ସେବୀ ରାଜପୁତ ବନମାଲୀ ନାଏକ ଙ୍କୁ ଖବର ପାଇ ତୁରନ୍ତ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ନାଏକ ଏମ୍ବୁଲେସ କୁ ଯୋଗାଯୋଗ କରି ପାଟଣାଗଡ ଉପଖଣ୍ଡ ଚିକିତ୍ସାଲୟ କୁ ପଠାଇଥିଲେ ବୋଲି ଜଣାପଡିଛି।