-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
11-Dec-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିରୋଧି ବିଜେପି ଓ କଂଗ୍ରେସର ରାଜନୈତିକ ଡଙ୍ଗା ବୁଡ଼ିବାକୁ ଯାଉଛି । ନୟାଗଡ଼ ପୌରପରିଷଦର ପ୍ରମୁଖ ବିଜେପି ଓ କଂଗ୍ରେସ ନେତା ଆଜି ବିଜେଡିରେ ଯୋଗଦେଇଛନ୍ତି । ସେହିପରି ଭାବେ ନୟାଗଡ଼ ବ୍ଲକର ୬ ଗୋଟି ପଞ୍ଚାୟତର ଶତାଧିକ ବିଜେପି ଓ କଂଗ୍ରେସ କର୍ମି ବିଜେଡିରେ ସାମିଲ ହୋଇଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ହଟଚମଟ ଘଟିଛି । ନୟାଗଡ଼ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ଼, ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଚେୟାରମ୍ୟାନ ନିରୁପମା ଖଟେଇ, ସମାଜସେବୀ ଶ୍ରୀକାନ୍ତ ଖଟେଇ, ରାଜ ପ୍ରଧାନଙ୍କ ସମେତ ନୟାଗଡ଼ ପୌରପରିଷଦର ବିଭିନ୍ନ ୱାର୍ଡରୁ ବହୁ ବିରୋଧି କର୍ମୀ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସେହିପରି ଭାବେ ନୟାଗଡ଼ ବ୍ଲକର ୬ ଗୋଟି ପଞ୍ଚାୟତର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ନୟାଗଡ଼ ବ୍ଲକ କାଳିକାପ୍ରସାଦ ପଞ୍ଚାୟତର ୧୪ ଗୋଟି ପରିବାର, ବିରୁଡା ଗ୍ରାମ ପଞ୍ଚାୟତର ୨୭ ଗୋଟି ପରିବାର, କ୍ରୀଦାସପୁର ପଞ୍ଚାୟତର ୧୦ ଗୋଟି ପରିବାର, ଶରଧାପୁର ଗ୍ରାମପଞ୍ଚାୟତର ୧୫ ଗୋଟି ପରିବାର, ଗମ୍ଭାରିଡିହି ପଞ୍ଚାୟତର ୫୦ ଗୋଟି ପରିବାର ଓ ଖୁଣ୍ଟୁବନ୍ଧ ପଞ୍ଚାୟତର ୨୧ ଗୋଟି ପରିବାର ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବ ଉତ୍ସବରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିତୀ ଆଦର୍ଶରେ ଅନୁପ୍ରାଣିତ ହେବା ଶହ ନୟାଗଡ଼ ବିଧାୟକ ଡ.ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଉକ୍ତ ବିରୋଧି ନେତାମାନେ ବିଜେଡିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ଉକ୍ତ ମିଶ୍ରଣ ପର୍ବରେ ନୟାଗଡ଼ ବ୍ଲକ ଉପାଧ୍ୟକ୍ଷ ସୁବାଷ କଅଁର, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ନିରଞ୍ଜନ ବିଧାର, ଗଙ୍ଗାଧର ପଣ୍ଡା, ଗୁରୁପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିସହିତ ବହୁ ଯୁବ ଛାତ୍ର, ବିଜେଡିର କର୍ମକତା ଉପସ୍ଥିତ ରହିଥିଲେ । ଆଜିର ଏହି ମିଶ୍ରଣ ପର୍ବରେ ବିରୋଧି ଦଳର ବହୁ ନେତା ବିଜେଡିରେ ଯୋଗ ଦେଇଥିବାରୁ ବିରୋଧି ଦଳର ଡଙ୍ଗା ବୁଡ଼ିବାକୁ ଯାଉଛି ବୋଲି ସହର ବଜାରରେ ଆଲୋଚନା ହେଉଛି ।