-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
02-Dec-2021
ପୁରୀ /ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ) : ହସ୍ତତନ୍ତ ବୟନ ଓ଼ ହସ୍ତଶିଳ୍ପ ବିଭାଗ ସହାୟତାରେ ଭୁବନେଶ୍ୱର ସ୍ଥିତ ଏକାମ୍ର ହାଟରେ ବୟନିକା ଦ୍ୱାରା ହସ୍ତତନ୍ତ ବଜାର ଗତ ୨୫ତାରିଖରୁ ଚଳିତ ଡିସେମ୍ବର ୧୫ ପଯ୍ୟନ୍ତ ଅନୁଷ୍ଠିତ ହୋଇଛି l ଏହି ବଜାରକୁ ହସ୍ତତନ୍ତ ବୟନ ଓ଼ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଶାନ ଆଜି ପରିଦର୍ଶନ କରିଥିଲେ l ତାଙ୍କ ସହିତ ବିଭାଗଗୀୟ ଶାସନ ସଚିବ ଶ୍ରୀମତି ଶୁଭା ଶର୍ମା, ବୟନଶିଳ୍ପ ନିର୍ଦେଶକ ସୁଶାନ୍ତ କୁମର ଦାସ, ବୟନିକା ର ପରିଚାଳନା ନିର୍ଦେଶକ ଶ୍ୟାମମଭକ୍ତ ମିଶ୍ର ଓ଼ ଅନ୍ୟାନୀୟ ପଦ ଅଧିକାରୀ ମାନେ ମଧ୍ୟ ପରିଦର୍ଶନ କରିଥିଲେ l ବଜାରରେ ବୟନିକା
ବ୍ୟତୀତ 14ଟି ବୟନମଣ୍ଡଳ 33ଟି ପ୍ରଥମିକ ତନ୍ତବୟ ସହଯୋଗ ସହିତ ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ର ପ୍ରଦର୍ଷିତ ଓ଼ ବିକ୍ରିୟ ହୋଇଛି l ବୌଦ୍ଧ ଓ଼ ସୁବର୍ଣ୍ଣପୁର ଜିଲ୍ଲା ର ବାନ୍ଧସିଳ୍କ ଶାଢ଼ୀ,
ବମକେଇ ଶାଢ଼ୀ, ବରଗଡ଼ ଜିଲ୍ଲାର କଟନ ବାନ୍ଧ ଦାଢ଼ି ବେଡ଼ସିଟ, ଆଠଗଡ ର ଗଣ୍ଡୁଆ ଓ଼ ମାଣିଆବନ୍ଧ ଶାଢ଼ୀ, କଟକ ଗୋପାଳପୁର ର ଟସର ବସ୍ତ୍ର, ବ୍ରହ୍ମପୁର ସୁତା ଶାଢ଼ୀ ଏବଂ, କୋରାପୁଟ ଜିଲ୍ଲାର କୋଟପଡା ବସ୍ତ୍ର ଇତ୍ୟାଦି ମିଳୁଛି l ଖୋର୍ଦ୍ଧା ଜିଲ୍ଲା ଓ଼ ନୟାଗଡ ଜିଲ୍ଲାର ଉତ୍ପଦିତ ବସ୍ତ୍ର ପ୍ରଦର୍ଶତ କରାଯାଇଛି l