-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
02-Dec-2021
ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ):ବହୁ ଚର୍ଚ୍ଚିତ ୨୦୦୭ କନ୍ଧମାଳ ଦଙ୍ଗା ଘଟଣାର ୫୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ। ପୋଲିସ ଅଭିଯୋଗ ଅନୁଯାୟୀ ସେମାନେ ଦଙ୍ଗା ସମୟରେ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଥିଲେ। ହେଲେ କୋର୍ଟରେ ସମସ୍ତ ଅଭିଯୋଗ ପ୍ରମାଣ ଅଭାବରୁ ଭୁଲ ପ୍ରମାଣିତ ହୋଇଛି। ସେମାନଙ୍କ ବିରୁଦ୍ଧରେ ଦାରିଙ୍ଗବାଡି ଥାନାର କେଶ ନମ୍ବର ୧୨୨/୦୭ରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା। ଦାରିଙ୍ଗବାଡି ଦେୱାନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା। ତେବେ ଦୀର୍ଘ ୧୪ବର୍ଷ ପରେ ଦାରିଙ୍ଗବାଡି ଦେୱାନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟର ବିଚାରପତି ଗଗନ ସାହୁ ଏହି ୫୬ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି l ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷ୍ୟ ପ୍ରମାଣ ଅଭାବ ଓ ୨୦ରୁ ଉର୍ଦ୍ଧ୍ଵ ସାକ୍ଷୀମାନଙ୍କ ବୟାନରେ ତାଳମେଳ ନଥିଲା ବୋଲି କୋର୍ଟ କହିଛି l ଅଭିଯୁକ୍ତ ମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଉମେଶ କର ଏବଂ ମନୋଜ କୁମାର ପଣ୍ଡା କେସ୍ ଲଢୁଥିଲେ। ଏହି ମାମଲାର ରାୟ ଦଙ୍ଗା ଘଟିବାର ୧୪ବର୍ଷ ପରେ ପ୍ରକାଶ ପାଇଛି।