-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
02-Dec-2021
ଢେଙ୍କାନାଳ (ତାପସ ଦାସ) : ଗଁନ୍ଦିଆ ଡିଜିଟାଲ ମିଡ଼ିଆ ଆସୋସିଏସନ ଓ ମହିଳା ଓ ବାଳିକା ଗ୍ରାମପଞ୍ଚାୟତ ପ୍ରକଳ୍ପ (ଶୋଭା, UNFPA, ପ୍ରେମ) ର ମିଳିତ ଆନୁକୂଲ୍ୟରେ ଗଁଦିଆ ବ୍ଲକ କରମୂଳ ସ୍ଥିତ ଗଣେଶ ଖୋଲା ଠାରେ ମହିଳା ପ୍ରତି ହିଂସା ବନ୍ଦ ଉଦେଶ୍ୟ ରେ ଏକ ୧୬ ଦିନିଆ କାର୍ଯ୍ୟକ୍ରମର ସପ୍ତମ ଦିନରେ ଗଁନ୍ଦିଆ ଡିଜିଟାଲ ମିଡ଼ିଆ ଆସୋସିଏସନର ସଭାପତି ପ୍ରଦୀପ କୁମାର ଦାସଙ୍କ ବଳିଷ୍ଠ ସଭାପତିତ୍ୱରେ ସଚେତନତା ଶିବିର ଆୟୋଜନ ହୋଇଥିଲା । ବାଳିକା ଓ ମହିଳା ଗ୍ରାମପଞ୍ଚାୟତ ପ୍ରକଳ୍ପର ବ୍ଲକ ସଂଯୋଜିକା ଶୁଭଶ୍ରୀ ପାଇଟାଲ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ lଏହି କାର୍ଯ୍ୟକ୍ରମରେ ଗଁନ୍ଦିଆ ଥାନାର ଭାରପ୍ରାପ୍ତ ଅଧିକାରୀ ବିଷ୍ନୁଚରଣ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଢେଙ୍କାନାଳର ଅଗ୍ରଣୀ ସ୍ଵଚ୍ଛାସେବୀ ଅନୁଷ୍ଠାନ ଶୋଭା ର ନିର୍ଦେଶକ ଉଦ୍ୟେନ୍ଦୁ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଗଁନ୍ଦିଆ ଶ୍ରୀରାମ ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡ଼କ୍ଟର ସ୍ଥିତପ୍ରଜ୍ଞ ମହାନ୍ତି,ପିଙ୍ଗୁଆ ଡିଗ୍ରୀ କଲେଜ ର ଅଧ୍ୟାପକ ଦୀପ୍ତି ରଞ୍ଜନ ମହାଳିକ,ପରୁହଖୋଜ ସରପଞ୍ଚ ସୁଭଦର୍ଶିନୀ ପରିଡା ଓ କଳିଙ୍ଗ ଟିଭି ଢେଙ୍କାନାଳ ପ୍ରତିନିଧି ଅଥୟ କୁମାର ସାହୁ ଯୋଗ ଦେଇଥିଲେ,ଆସୋସିଏସନ ର ସାଧାରଣ ସମ୍ପାଦକ ବାଦଲ ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ସମସ୍ତେ କିପରି ସଚେତନ ହେଲେ ମହିଳା ଓ ଝିଅ ମାନଙ୍କ ପ୍ରତି ହିଂସା ବନ୍ଦ ହୋଇପାରିବ ଓ ସେମାନଙ୍କ ପାଇଁ ଏକ ସହାୟକ ପରିବେଶ ସୃଷ୍ଟି କରା ଯାଇପାରିବ ସେ ବିଷୟରେ ଆଲୋଚନା କରା ଯାଇଥିଲା ଓ ଏଥି ନିମନ୍ତେ ଶପଥ ପାଠ କରାଯାଇଥିଲା। ସାମାଜିକ ସେବା କ୍ଷେତ୍ରରେ ସଫଳ ବ୍ୟକ୍ତିତ୍ୱ ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ସଂଗ୍ରାମୀ ରାଜମୋହନ ଦାସ ସେବା ସମ୍ମାନ ରେ ଅଧ୍ୟାପକ ଦିପ୍ତୀରଞ୍ଜନ ମହାଳିକ ଙ୍କୁ ସଂମ୍ମାନିତ କରାଯାଇଥିବାବେଳେ ନାରୀମାନଙ୍କ ପ୍ରତି ହିଂସା ବିରୁଦ୍ଦରେ ସ୍ୱର ଉତ୍ତଳନକରି ଜନମାନସରେ ଏକ ସୁସ୍ଥ ବାତାବରଣ ଗଠନରେ ସହଭାଗିତା ହୋଇଥିବାରୁ ଲୌହ ମାନବି ନନ୍ଦିନୀ ଦେବୀ ସେବା ସମ୍ମାନରେ ଶୁଭଶ୍ରୀ ପାଇଟାଳଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି କରୋନା ମହାମାରୀ ସମୟରେ ପୋରୁହଖୋଜ ସରପଞ୍ଚ ଶୁଭଦର୍ଶିନୀ ପରିଡ଼ା ,ସାମ୍ବାଦିକ ଆଶିଷ ରଞ୍ଜନ ଶତପଥୀ ,ଅଥୟ ସାହୁ ,ପୂର୍ଣ୍ଣଚନ୍ଦ୍ର ସାହୁ ,ଦେବେନ୍ଦ୍ର ସାହୁ ,ଲକ୍ଷ୍ମୀକାନ୍ତ ସାହୁ , ରାକେଶ ବେହେରା ,ସୂର୍ଯ୍ୟକାନ୍ତ ଲେଙ୍କା ,ଦୀପକ ମିଶ୍ର ପ୍ରମୁଖଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କୋରାନ ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରାଯାଇଥିଲା | ଆସୋସିଏସନ ର କୋଷାଧ୍ୟକ୍ଷ ଅକ୍ଷୟ ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ |