-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||     

HOME   ରାଜ୍ୟ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାରଙ୍କ ରାଜନୈତିକ ଅଭିସନ୍ଧି: ହେମନ୍ତ ପଣ୍ଡା, ଗରିବଙ୍କ ସହାୟତା ପାଇଁ ଉଦ୍ଦିଷ୍ଟ ଯୋଜନାରେ ହୀନ ରାଜନୈତିକ ଉଦ୍ଦେଶ୍ୟ

02-Dec-2021



ବଲାଙ୍ଗୀର-(ପ୍ରେରଣା ଖବର) - ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ରେ ରାଜ୍ୟ ମାନଙ୍କୁ ଅର୍ଥ ଆବଣ୍ଟନ ଓ ଅର୍ଥ ପ୍ରଦାନର ତଥ୍ୟକୁ ଅନୁଧ୍ୟାନ କଲେ କେନ୍ଦ୍ର ସରକାରଙ୍କ ରାଜନୈତିକ ଅଭିସନ୍ଧି ଜଳ ଜଳ ହୋଇ ଦିସୁଛି ବୋଲି ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରା)ର ସ୍ଥିତି ଓ ପରିବୃଦ୍ଧି ସମ୍ବନ୍ଧରେ କେତେକ ତଥ୍ୟ ସୂଚନା ଅଧିକାର ଆଇନ ବଳରେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସୂଚନା କର୍ମି ପଣ୍ଡା ମାଗିଥିଲେ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଦାନ କରିଥିବା ତଥ୍ୟରୁ ଜଣାପଡିଛି ଯେ, ଗତ ୫ ବର୍ଷରେ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରା) ପାଇଁ ୨୪ ହଜାର ୫୧୫ କୋଟି ୪୧ ଲକ୍ଷ ୩୧ ହଜାର ୨୬୦ ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ରିଲିଜ କରାଯାଇଥିବା ଅର୍ଥ ରାଶିର ପରିମାଣ ମାତ୍ର ୧୩ ହଜାର ୫୬୦ କୋଟି ୭୩ ଲକ୍ଷ ୪୪ ହଜାର ୯୦୦ ଟଙ୍କା । ଗତ ୫ ବର୍ଷରେ ଓଡିଶା ପାଇଁ ଏହି ଯୋଜନାରେ ଆବଣ୍ଟନ କରାଯାଇଥିବା ଅର୍ଥ ରାଶିର ପରିମାଣ ଠାରୁ ପ୍ରଦାନ କରାଯାଇଥିବା ଅର୍ଥ ରାଶିର ପରିମାଣ ବହୁତ କମ୍  ଅଟେ । ଏପରିକି ସମଗ୍ର ଦେଶ ପାଇଁ ଗତ ୫ ବର୍ଷରେ କରାଯାଇଥିବା ଅର୍ଥ ଆବଣ୍ଟନ ପରିମାଣ ଓ ରିଲିଜ କରାଯାଇଥିବା ଅର୍ଥ ପରିମାଣ ତୁଳନାରେ ଓଡ଼ିଶାକୁ କମ୍ ଅର୍ଥ ପ୍ରଦାନ କରାଯାଇଛି ।  ଏହି ତଥ୍ୟ ଜଣା ପଡିବା ପରେ ରାଜ୍ୟକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଅବହେଳା କରୁଥିବା ସ୍ପଷ୍ଟ ହୋଇଛି ବୋଲି ସୂଚନା କର୍ମି ପଣ୍ଡା କହିଛନ୍ତି । ଗତ ୧୭ -୧୮ ଓ ୧୮-୧୯ଆର୍ଥିକ ବର୍ଷରେ କିନ୍ତୁ ବ୍ୟତିକ୍ରମ ଦେଖାଦେଇ ଅର୍ଥ ଆବଣ୍ଟନ ତୁଳନାରେ ଓଡ଼ିଶାକୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ୧୭-୧୮ ମସିହାରେ ରାଜ୍ୟ ପାଇଁ ୨ ହଜାର ୬୯୧ କୋଟି ୬୪ ଲକ୍ଷ ୩ହଜାର ୧୩୦ ଟଙ୍କା ଓ ୧୮- ୧୯ ବର୍ଷରେ ୨ ହଜାର ୨୩ କୋଟି ୩୫ ଲକ୍ଷ ୬ ହଜାର ୨୫୦ ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ଯଥାକ୍ରମେ ୩ ହଜାର ୧୨୪ କୋଟି ୫ ଲକ୍ଷ ୯୦ ହଜାର ୩୦୦ ଟଙ୍କା ଓ ୩ ହଜାର ୨୯୦ କୋଟି ୩୨ ଲକ୍ଷ ୪୨ ହଜାର ୭୦୦ ଟଙ୍କା ରିଲିଜ କରାଯାଇଛି । ଓଡ଼ିଶା

ବିଧାନସଭା ନିର୍ବାଚନ ବର୍ଷ ଓ ପୂର୍ବ ଆର୍ଥିକ ବର୍ଷରେ ତଥା ୧୭-୧୮ ଓ ୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ପାଇଁ ଆବଣ୍ଟନ କରାଯାଇଥିବା ଅର୍ଥ ରାଶି ପରିମାଣ ଠାରୁ ଅଧିକ ଅର୍ଥ ରିଲିଜ କରାଯାଇଥିବା ଜଣାପଡିଛି । ଏହି ଦୁଇ ବର୍ଷ ବ୍ୟତୀତ ଅନ୍ୟ ବର୍ଷମାନଙ୍କରେ ଅର୍ଥ ପରିମାଣ ଆବଣ୍ଟନ ତୁଳନାରେ କମ୍ ଅର୍ଥ ରିଲିଜ କରାଯାଇଛି । ଓଡିଶାରେ  ୨୧-୨୨ ବର୍ଷ ପାଇଁ 8 ଲକ୍ଷ ୧୭ ହଜାର ୫୧୩ ଟି ଘର ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଗତ ୮ ଅକ୍ଟୋବର ପର୍ଯ୍ୟନ୍ତ ମାତ୍ର ୭୬ ହଜାର ୮୫୮ ଟି ଘର ସମ୍ପୂର୍ଣ୍ଣ ହୋଇଛି ।  ଠିକ ସେହିପରି ପଶ୍ଚିମବଙ୍ଗ ରାଜ୍ୟ ପାଇଁ ମଧ୍ୟ ୨୦-୨୧ ଆର୍ଥିକ ବର୍ଷରେ ଆବଣ୍ଟିତ ଅର୍ଥ ରାଶି ପରିମାଣ ଠାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି । ଚଳିତ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା  ନିର୍ବାଚନ ଅନୁଷ୍ଠିତ ହୋଇଛି । ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଏଭଳି କରାଯାଇଥିବା ଅଭିଯୋଗ ପଣ୍ଡା କରିଛନ୍ତି । ଦଳୀୟ ରାଜନୈତିକ ସ୍ଵାର୍ଥ୍ୟକୁ ଆଧାର କରି ଗରିବଙ୍କ ସହାୟତା ପାଇଁ ଉଦ୍ଦିଷ୍ଟ ଯୋଜନାରେ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରିବା ଏକ ମାରାତ୍ମକ ଘଟଣା ବୋଲି ପଣ୍ଡା କହିଛନ୍ତି । ଏହାକୁ ନେଇ ସୂଚନା କର୍ମି ପଣ୍ଡା ପ୍ରଧାନମନ୍ତ୍ରୀଙ୍କ ଠାରେ ଅଭିଯୋଗ ଉପସ୍ଥାପନ କରିବେ ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026

You Might Also Like