-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
02-Dec-2021
ପାଟଣାଗଡ଼ (ପୂର୍ଣ୍ଣ ଶଶି ଶେଖର ରାଓ) ) ସରକାର କୋଟି କୋଟି ଟଙ୍କା ବିନିମୟ କରି ଲୋକଙ୍କ ଯାତାୟତ ସୁବିଧା ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କରି ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ରାଜନେତା ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଅଣଦେଖା ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଗୁଡ଼ିକ ଦମନୀୟ
ଅବସ୍ଥାରେ ପଡ଼ିରହିଛି। ସରକାର ବାହାଦୁର କହୁଛନ୍ତି ଯେ ବିକାଶ ହିଁ ବିକାଶ କିନ୍ତୁ ତାହା କେତେ କାର୍ଯ୍ୟକାରୀ ହେଉଛି ତାର ନଗ୍ନ ଚିତ୍ର ଆପଣ ମାନଙ୍କୁ ଦେଖାଇବାକୁ ଯାଉଛୁ । ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତ ନିଲଜିବାହାଲ ଓ ବେଲପଡା ବ୍ଳକ କପାଣି ପଞ୍ଚାୟତ ବୁଦା ମୁଣ୍ଡା ମଝିରେ ଥିବା ରାସ୍ତାଟି ଯେଉଁ ଭଲି ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଛି କହିଲେ ନ ସରେ । ନାଁ ବେଲପଡା ବ୍ଳକ ପ୍ରଶାସନ ର ଦୃଷ୍ଟି ପଡୁଛି,ନାଁ ପାଟଣାଗଡ଼ ବ୍ଳକ ପ୍ରଶାସନ ର ଦୃଷ୍ଟି ପଡୁଛି।ଯାହା ଫଳରେ କି ସାଧାରଣ ଜନତା କୁ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି।ବେଲପଡା ରୁ ସାଲେପାଲି ଯିବା ପାଇଁ ରାସ୍ତା କମ ବାଟ ପଡୁଥିବା ହେତୁ ଏହି ରାସ୍ତା ଦେଇ ଦୈନିକ ଶହ ଶହ ମାତ୍ରାରେ ଲୋକ ଯାତାୟତ କରୁଥିବା ଜଣାପଡିଛି। ଏବିଷୟରେ ଅଞ୍ଚଳବାସୀ
ସରପଞ୍ଚ, ବିଡ଼ିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳ ଓ ରାଜନେତା ଙ୍କୁ ଅନେକ ଥର ଆପତ୍ତି ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଶେଷରେ ବାଧ୍ୟହୋଇ ଅଞ୍ଚଳବାସୀ ନିଜ ପାରିଶ୍ରମିକରେ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେଣି।ଏଥି ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଯେକୌଣସି ଯୋଜନା ରେ ଅନ୍ତର୍ଭୁକ୍ତ କରି ନୂତନ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।