-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
24-Nov-2021
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀ ଏମ୍ସ୍ ପକ୍ଷରୁ ପ୍ରକାଶିତ ହୋଇଥିବା ସର୍ଭେରେ ଉଲ୍ଲେଖ କରାଯାଇଛି ଯେ, ଲକ୍ଷଣ ପ୍ରକାଶ ପାଇଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ କୋଭାକ୍ସିନ୍ ୫୦ ପ୍ରତିଶତ ଫଳପ୍ରଦ।
ଲାନସେଟ ପତ୍ରିକାରେ ପ୍ରକାଶିତ ଭାରତୀୟ ଟିକାକରଣର ରିଅଲ ୱାଲର୍ଡ ଆକସେସରେ ଏହି ଦାବି କରାଯାଇଛି। ଅବଶ୍ୟ, ଲାନସେଟରେ ପୂର୍ବରୁ ପ୍ରକାଶିତ ଏକ ମଧ୍ୟବର୍ତ୍ତୀ ଅଧ୍ୟୟନର ଫଳାଫଳ ଦର୍ଶାଯାଇଥିଲା ଯେ କୋଭାକ୍ସିନ ଦୁଇଟି ଡୋନ୍ ବିବିଭି-୧୫୨ ଲକ୍ଷଣ ପ୍ରକାଶ ପାଇଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ୭୭.୮ ପ୍ରତିଶତ ପ୍ରଭାବଶାଳୀ। କିନ୍ତୁ ବର୍ତ୍ତମାନ ଭାରତରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ୫୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ବୋଲି ଜଣାପଡିଛି।
ଏହି ନୂତନ ଅଧ୍ୟୟନରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)ରେ ୧୫ ଏପ୍ରିଲ୍ରୁ ମେ‘ ୧୫ ମଧ୍ୟରେ ୨,୭୧୪ ହସ୍ପିଟାଲ କର୍ମଚାରୀଙ୍କ ମୂଲ୍ୟାଙ୍କନ ଆଧାରରେ କରାଯାଇଛି। ଗବେଷକମାନେ ସୂଚାଇ ଦେଇଛନ୍ତି ଯେ ଭାରତରେ ଡେଲ୍ଟା ଭାରିଆଣ୍ଟ ଅଧିକ ପ୍ରଭାବ ବିସ୍ତାର କରିଛି। ଏହା ମୋଟ ଚିହ୍ନଟ ମାମଲାର ପ୍ରାୟ ୮୦ ପ୍ରତିଶତ।
ନୂଆଦିଲ୍ଲୀ, ଏମ୍ସ୍ର ମେଡିସିନ ର ଅତିରିକ୍ତ ପ୍ରଫେସର ମନୀଷ ସୋନେଜା କହିଛନ୍ତି, ଆମର ଅଧ୍ୟୟନ ବିବିଭି-୧୫୨(କୋଭାକ୍ସିନ୍) କିପରି କାର୍ଯ୍ୟ କରୁଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି। ଦ୍ରୁତ ଟିକା ଟିକାକରଣ କାର୍ଯ୍ୟକ୍ରମ ମହାମାରୀ ନିୟନ୍ତ୍ରଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି।
ଏହା ସହିତ ସାଧାରଣ ଜନସ୍ବାସ୍ଥ୍ୟ ନୀତି ଅନ୍ତର୍ଗତ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ବେଶ୍ ପ୍ରଭାବଶାଳୀ ହୋଇ ପାରିଛି ବୋଲି ସେ ସୂଚନା ଦେଇଛନ୍ତି।