-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
24-Nov-2021
ବଲାଙ୍ଗିର (ପ୍ରେରଣା ଖବର) :: ଆଜି ଭୋର୍ ପ୍ରାୟ ୫ ଟା ସମୟରେ ବଲାଙ୍ଗିର ପୁଇଁତଳା ଥାନା ଅନ୍ତର୍ଗତ ରାଣ୍ଡl ଗ୍ରାମ ଛକ ଠାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା l ବଲାଙ୍ଗିର-ସୋନପୁର ରାଜରାସ୍ତାର ରଣ୍ଡା ଛକ ଠାରେ ସଡକ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଓ ୫ ଜଣ ଗୁରୁତର ଅଛନ୍ତି ବୋଲି ଜଣାପଡିଛି lସୂଚନାରୁ ପ୍ରକାଶ ଯେ, ଖଣ୍ଡାଧାରକୁ ପିକନିକ ପାଇଁ ଯାଇଥିଲେ ଆଠଜଣ ସାଂଗ ।
ଫେରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରିଛି । ଗୁରୁତର ମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି ଆଉ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଆଟଜଣ ଯାକ ବଲାଙ୍ଗିର ସଦର ବ୍ଲକ ଝରେଇବାହାଲି, ଚିକଲବାହାଲ, ଚାଣ୍ଡିମୁଣ୍ଡା, ସାନ୍ତମୁଣ୍ଡା,ବିଡିଘାଟ ଗାଁର ବୋଲି ଜଣାପଡିଛି । ତେବେ ସକlଳର କୁହୁଡିଆ ପାଗ ଯୋଗୁଁ ଏହି ରାସ୍ତା ଦୁର୍ଘଟଣା ଘଟିଥାଇ ପlରେ ବୋଲି ଆନୁମାନ କରାଯାଉଛି l