-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
24-Nov-2021
ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଡିଜିଟାଲ ପେମେଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଆକାଉଣ୍ଟଧାରୀଙ୍କଠାରୁ ସଂଗ୍ରହ କରିଥିବା ୧୬୪ କୋଟି ଟଙ୍କା ଏଯାଏଁ ଫେରାଇନାହିଁ | ଏହି ଟଙ୍କାକୁ ବ୍ୟାଙ୍କ ପକ୍ଷରୁ ବେନିୟମ ଭାବେ କାଟି ନିଆଯାଇଥିଲା | ଜନ-ଧନ ଆକାଉଣ୍ଟ ସ୍କିମ୍ ଉପରେ ଆଇଆଇଟି-ମୁମ୍ବାଇ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ, ଏହି ରାଶି ଫେରସ୍ତ ପାଇଁ ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ମଧ୍ୟ କେବଳ ୯୦ କୋଟି ଟଙ୍କା ଆକାଉଣ୍ଟଧାରୀଙ୍କୁ ଫେରସ୍ତ କରାଯାଇଛି ଏବଂ ଆହୁରି ୧୬୪ କୋଟି ଟଙ୍କା ଏପର୍ଯ୍ୟନ୍ତ ଫେରସ୍ତ କରାଯାଇ ନାହିଁ। ଏହି ରିପୋର୍ଟ ଅନୁଯାୟୀ, ଏପ୍ରିଲ, ୨୦୧୭ ରୁ ସେପ୍ଟେମ୍ବର, ୨୦୨୦ ମଧ୍ୟରେ ଜନ-ଧନ ଯୋଜନା ଅଧୀନରେ ଖୋଲାଯାଇଥିବା ସାଧାରଣ ସେଭିଙ୍ଗସ ଆକାଉଣ୍ଟରୁ ୟୁପିଆଇ ଚାର୍ଜ ବାବଦରେ ଏସବିଆଇ ମୋଟ ୨୫୪ କୋଟିରୁ ଅଧିକ ଟଙ୍କା କାଟିନେଇଥିଲା | ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ୟୁପିଆଇ କାରବାର ପାଇଁ ପ୍ରତ୍ୟେକ ଆକାଉଣ୍ଟରୁ ୧୭.୭୦ ଟଙ୍କା କାଟି ନିଆଯାଇଥିଲା |
ଏସବିଆଇର ଏହି ପଦକ୍ଷେପ ଯୋଗୁଁ ସରକାରଙ୍କ ଆହ୍ୱାନରେ ଡିଜିଟାଲ କାରବାର କରୁଥିବା ଜନଧନ ଆକାଉଣ୍ଟଧାରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା। ଅଗଷ୍ଟ ୨୦୨୦ରେ ଏସବିଆଇର ଏହି କାର୍ଯ୍ୟକୁ ନେଇ ଅର୍ଥ ମନ୍ତ୍ରଣାଳୟରେ ଅଭିଯୋଗ କରାଯାଇଥିଲା। କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଅଗଷ୍ଟ ୩୦, ୨୦୨୦ରେ ବ୍ୟାଙ୍କଗୁଡିକୁ ଜାନୁଆରୀ ୧, ୨୦୨୦ ଠାରୁ ଆକାଉଣ୍ଟ ଧାରୀଙ୍କ ଠାରୁ ନିଆଯାଇଥିବା ଶୁଳ୍କ ଫେରସ୍ତ କରାଯାଉ ବୋଲି ପରାମର୍ଶ ଦେଇଥିଲେ।