-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
24-Nov-2021
ଭାଲୁମୁଣ୍ଡା(ଆନନ୍ଦ ମୋଟେ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଶ୍ରୀସତ୍ୟସାଇ ଭଜନ ମଣ୍ଡଳୀ ତରଫରୁ ଗତକାଲି ୯୬ ତମ ଜନ୍ମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସଵରେ ଭାଲୁମୁଣ୍ଡାର ଶତାଧିକ ସାଇଁ ଭକ୍ତ ଉପସ୍ଥିତ ରହି ଜନ୍ମ ଦିବସ ପାଳନ କରି ପରେ ବାବାଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା। ଏହି ଉତ୍ସବରେ ୨୦ ଜଣଙ୍କୁ କମଳ ବଣ୍ଟନ ସହ ନାରାୟଣ ସେବା ଏବଂ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ କରାଯାଇଥିଲା । ସାଇଁ ମଣ୍ଡଳୀର ବ୍ରଜେନ୍ଦ୍ର ସାହୁଙ୍କ ସହିତ ପରେସ ସାହୁ , ପ୍ରଶାନ୍ତ ସାହୁ ,ଭବ ସାଗର ମେହେର, ନରେଶ ମେହେର, ନୂଆଦେଇ ସାହୁ ସହିତ ଭାଲୁମୁଣ୍ଡା ର ସତ୍ୟସାଇ ଭଜନ ମଣ୍ଡଳୀର ସମସ୍ତ ଭକ୍ତ ଉପସ୍ଥିତ ଥିଲେ ।