-+91-9937148622 |

prerana_bgr@rediffmail.com |

  Monday 22nd June 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ବ୍ଲକ ରେ ଛଡା ଦରରେ ସାର ବିକ୍ରି ଘଟଣାକୁ କେନ୍ଦ୍ର କରି ତଦନ୍ତ ଆରମ୍ବ କଲା କୃଷି ବିଭାଗ*   (22-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଡୁଡୁକା ପଂଚାୟତ ପରିସରରେ ମିଶନ ଶକ୍ତି ସୁଭଦ୍ରା ମେଳା ଅନୁଷ୍ଠିତ   (22-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ପାଟୁଆପାଲି ପଂଚାୟତ ରେ ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (22-Jun-2026)       ||      .*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହାରଞ୍ଚଳ ଆୟୁଷ୍ମାନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ସୁବର୍ଣ୍ଣପୁର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ* -   (22-Jun-2026)       ||      ବରପାଲି ଥାନା ଅଞ୍ଚଳରେ ମହିଳାଙ୍କ ମୃତଦେହ ଉଦ୍ଧାର , ତଦନ୍ତ ଜାରି   (22-Jun-2026)       ||      ଲୋଇସିଂହା ବ୍ଲକ ପରିସରରେ 12ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ   (22-Jun-2026)       ||      *ଭୀମ ଭୋଇ ସମାଧି ପୀଠ ରେ ବିଶ୍ୱ ଯୋଗ ଦିବସ ପାଳନ*   (21-Jun-2026)       ||      ଶହୀଦ ଶ୍ରୂତି ବିଶ୍ୱାଳଙ୍କ ୧୬୮ତମ ବଳିଦାନ ଦିବସ ପାଳନ ଶହୀଦ ପୀଠର ମାନ୍ୟତା ପାଇଁ ସ୍ମୃତି କମିଟିର ଦାବୀ   (21-Jun-2026)       ||      ଧନୁପାଲି ଗୋପାଳ ଜୀ ମନ୍ଦିର ରଥଯାତ୍ରା ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ କମିଟି ଗଠିତ ହୋଇଯାଛି। ରଥଯାତ୍ରା କମିଟି ଗଠିତ    (21-Jun-2026)       ||      ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ   (21-Jun-2026)       ||      ବରାହ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ପାଳନ   (21-Jun-2026)       ||      ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଟଗାଁ ପରିସରରେ 12ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ    (21-Jun-2026)       ||      ଆଗଲପୁର ବ୍ଲକ ରେ 12 ତମ ବିଶ୍ୱ ଯୋଗ ଦିବସ ମହା ସମରୋହରେ ପାଳିତ   (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ    (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଥିଲା   (21-Jun-2026)       ||      ଗଣ୍ତାବାହାଲିଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      *ସୁବର୍ଣ୍ଣପୁର ଠାରେ ବିଶ୍ଵ ଯୋଗ ଦିବସ ପାଳନ*- *ମଣିଷ ର ପ୍ରକୃତ ବନ୍ଧୁ ହେଉଛି ଶରୀର*- *ମୁଖ୍ୟ ଅତିଥି*-   (21-Jun-2026)       ||      ଦହ୍ୟା ଜୀବନ ବିକାଶ ଡିଗ୍ରୀ କଲେଜ ରେ ବିଶ୍ୱ ଯୋଗ ଦିବସ ପାଳନ -   (21-Jun-2026)       ||      ପ୍ରଶାସନ ର ଦୃଷ୍ଟି ପଡ଼ୁ   (21-Jun-2026)       ||     

HOME   ରାଜ୍ୟ

ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବିତରଣ ଏବଂ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ: ମୋ ପାଇଁ ପ୍ରତ୍ୟକ ଜୀବନ ମୂଲ୍ୟବାନ- ମୂଖ୍ୟମନ୍ତ୍ରୀ

20-Nov-2021



ଢେଙ୍କାନାଳ(ତାପସ ଦାସ) ଆଜି ଢେଙ୍କାନାଳ ଜିଲ୍ଲାରେ ବିଜୁ ସ୍ଵାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନା ସ୍ବାସ୍ଥ୍ୟ ସେବାରେ ସାମିଲ ହୋଇଛି । ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାରେ ' ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ସ୍ମାର୍ଟ ହେଲିଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏଥ୍ ସହ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଜିଲ୍ଲାରେ ୮୭୬ କୋଟି ୨୭ ଲକ୍ଷ ଟଙ୍କାର ୧୯୫ ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ଏବଂ ଏହି ଅବସରରେ ବିଜୁ ସ୍ବାସ୍ଥ୍ୟ ସେବା ସଚେତନତା ରଥକୁ ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଓଡିଶାର ବିକାଶରେ ଢେଙ୍କାନାଳ ଜିଲ୍ଲାର ଅବଦାନ

ବହୁତ ଅଧିକ ରହିଛି ବୋଲି କହିଥିଲେ । ଢେଙ୍କାନାଳ ଜିଲ୍ଲାକୁ ଏକ ସମୃଦ୍ଧ ଜିଲ୍ଲା ଭାବେ ଗଢିବା ଆମର ଲକ୍ଷ୍ୟ । ମୂଖ୍ୟମନ୍ତ୍ରୀ କହିଥିଲେ ମୁଁ ଆଜି ଖୁସି ଯେ ଢେଙ୍କାନାଳ ଜିଲ୍ଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା – ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହୋଇଛି । ଏହା ଦ୍ବାରା ୨ ଲକ୍ଷ ୯୪ ହଜାର ୪୫୫ ପରିବାର ଉପକାର ପାଇବେ । ଏହି ଯୋଜନାରେ ୯ ଲକ୍ଷ ୯୨ ହଜାର ୨୭୪ ହିତାଧିକାରୀ ଉପକୃତ ହେବେ । ନୂଆ ବ୍ୟବସ୍ଥାରେ ଆପଣମାନଙ୍କୁ ଡାକ୍ତରଖାନାରେ କିଛି ଡକୁମେଣ୍ଟ ଦରକାର ନାହିଁ କେବଳ ଏହି ସ୍ମାର୍ଟ କାର୍ଡ ସାଥ୍‌ରେ ନେଇ ଡାକ୍ତରଖାନାକୁ ଯିବାକୁ ହେବ । ୨୦୦ ରୁ ଅଧିକ ବଡ଼ ବଡ ଡାକ୍ତରଖାନାରେ ଏହି କାର୍ଡ ଦ୍ବାରା ଜନସାଧରଣ ସୁବିଧା ପାଇ ପାରିବେ । ଏହି କାର୍ଡରେ ପରିବାରର ପୁରୁଷଙ୍କ ପାଇଁ ୫ ଲକ୍ଷ ଏବଂ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଏପରି ସେବା ଦେବାରେ ଓଡିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ । ଏତଦବ୍ୟତୀତ ମୂଖ୍ୟମନ୍ତ୍ରୀ କହିଥିଲେ ଯେ , ମୋ ପାଇଁ ପ୍ରତିଟି ଜୀବନ ମୁଲ୍ୟବାନ । ସେ ଚାଷୀ ହେଉ , ମୁଲିଆ ହେଉ , ଛୋଟ ଦୋକାନୀ ହେଉ , ରିକ୍ସା ଚାଳକ ହେଉ ଅବା ସାଧାରଣ ଲୋକ ସମସ୍ତଙ୍କର ଜୀବନ ମୋ ପାଇଁ ମୂଲ୍ୟବାନ । ସମସ୍ତେ ସୁସ୍ଥ ରୁହନ୍ତୁ , ସ୍ବାସ୍ଥ୍ୟ ସେବା ସୁବିଧାରୁ କେହି ବଞ୍ଚିତ ନହୁଅନ୍ତୁ । ନିଜ ପରିବାର ଓ ରାଜ୍ୟର ଉନ୍ନତି ପାଇଁ କାମ କରିବାକୁ ମୂଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ସଭାରେ ମୂଖ୍ୟମନ୍ତ୍ରୀ ୫ ଜଣ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ ସେମାନେ ହେଲେ ଆବେଦା ବିବି , ପ୍ରିୟମ୍ବଦା ସାହୁ . ଗୌରି ସିଂହ ,

ସିଲକିସ୍ମିତା ବିଶୋଇ ଓ ପୁଷ୍ପଲତା ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ , ଖଣି , ଇସ୍ପାତ ଓ ପୁର୍ତ୍ତ ବିଭାଗ ଶ୍ରୀଯୁକ୍ତ ପ୍ରଫୁଲ କୁମାର ମଲିକ , ମାନ୍ୟବର ଢେଙ୍କାନାଳ ଲୋକସଭା ସାଂସଦ ଶ୍ରୀଯୁକ୍ତ ମହେଶ କୁମାର ସାହୁ , ମାନ୍ୟବର ଢେଙ୍କାନାଳ ସଦର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ , ମାନ୍ୟବର ପରଜ ବିଧାୟକ ଶ୍ରୀଯୁକ୍ତ ଡାଃ ନୃସିଙ୍ଘା ଚରଣ ସାହୁ , ମାନ୍ୟବର ହିନ୍ଦୋଳ ବିଧାୟୀକା ଶ୍ରୀମତୀ ସୀମାରାଣୀ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ ଏବଂ ରାଜ୍ୟ ୫ - ଟି ସଚିବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ , ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଶେଠୀ , ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀଯୁକ୍ତ କେ . ସିବା ସୁବ୍ରମଣି , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶଶାଙ୍କ ଶେଖର ଦାସ , ପ୍ରକଳ୍ପ ନିର୍ଦେଶକ , ଜିଲ୍ଲା ଗ୍ରାମ୍ୟ ଉରନୟନ ସଂସ୍ଥା ଶ୍ରୀଯୁକ୍ତ ସାଫଲ୍ୟ ମଣ୍ଡିତ ପ୍ରଧାନ , ଢେଙ୍କାନାଳ ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗଦ୍ଧା ରାଣୀ ଧଳ , ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ , ପି ଆର ଆଇ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶର ଉପଦେଷ୍ଟା ସୁଲତା ଦେଓ ଏବଂ ଓଡିଶା ସରକାରଙ୍କ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଆକାଶ ଦାସ ନାୟକ ଏହି ସଭାକୁ ପରିଚାଳନା କରିଥିଲେ । ପରିଶେଷରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ବ୍ଲକ ରେ ଛଡା ଦରରେ ସାର ବିକ୍ରି ଘଟଣାକୁ କେନ୍ଦ୍ର କରି ତଦନ୍ତ ଆରମ୍ବ କଲା କୃଷି ବିଭାଗ*   22-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଡୁଡୁକା ପଂଚାୟତ ପରିସରରେ ମିଶନ ଶକ୍ତି ସୁଭଦ୍ରା ମେଳା ଅନୁଷ୍ଠିତ   22-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ପାଟୁଆପାଲି ପଂଚାୟତ ରେ ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   22-Jun-2026
  ଜିଲ୍ଲା  
.*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହାରଞ୍ଚଳ ଆୟୁଷ୍ମାନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ସୁବର୍ଣ୍ଣପୁର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ* -   22-Jun-2026
  ଜିଲ୍ଲା  
ବରପାଲି ଥାନା ଅଞ୍ଚଳରେ ମହିଳାଙ୍କ ମୃତଦେହ ଉଦ୍ଧାର , ତଦନ୍ତ ଜାରି   22-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ପରିସରରେ 12ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ   22-Jun-2026
  ଜିଲ୍ଲା  
*ଭୀମ ଭୋଇ ସମାଧି ପୀଠ ରେ ବିଶ୍ୱ ଯୋଗ ଦିବସ ପାଳନ*   21-Jun-2026
  ଜିଲ୍ଲା  
ଶହୀଦ ଶ୍ରୂତି ବିଶ୍ୱାଳଙ୍କ ୧୬୮ତମ ବଳିଦାନ ଦିବସ ପାଳନ ଶହୀଦ ପୀଠର ମାନ୍ୟତା ପାଇଁ ସ୍ମୃତି କମିଟିର ଦାବୀ   21-Jun-2026
  ଜିଲ୍ଲା  
ଧନୁପାଲି ଗୋପାଳ ଜୀ ମନ୍ଦିର ରଥଯାତ୍ରା ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ କମିଟି ଗଠିତ ହୋଇଯାଛି। ରଥଯାତ୍ରା କମିଟି ଗଠିତ   21-Jun-2026
  ଜିଲ୍ଲା  
ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ   21-Jun-2026
  ଜିଲ୍ଲା  
ବରାହ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ପାଳନ   21-Jun-2026

You Might Also Like