-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
06-Nov-2020
ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବା ଲାଗି ଗାଇଡ୍ ଲାଇନ୍ ଜାରି କଲା ୟୁଜିସି । କୌଣସି କ୍ୟାମ୍ପସ୍ ଖୋଲିବା ପୂର୍ବରୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ସମ୍ପୃକ୍ତ ଅଞ୍ଚଳକୁ ନିରାପଦ ଘୋଷଣା କରିବା ଆବଶ୍ୟକ ବୋଲି ଏଥିରେ ପରାମର୍ଶ ଦିଆଯାଇଛି । ସୁରକ୍ଷା ଏବଂ ସ୍ବାସ୍ଥ୍ୟ ପ୍ରତିଷେଧକ ବ୍ୟବସ୍ଥାକୁ କଡାକଡି ପାଳନ କରାଯାଇ ସମ୍ଭବ ହେଲେ ହଷ୍ଟେଲ ଖୋଲାଯାଇପାରେ ବୋଲି ୟୁଜିସି କହିଛି!! ତେବେ ଯେଉଁ ଛାତ୍ର ବା ଶିକ୍ଷକଙ୍କର କରୋନା ଲକ୍ଷଣ ଥିବ ସେମାନଙ୍କୁ କଲେଜ ବା ବିଶ୍ବବିଦ୍ୟାଳୟରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ୟୁଜିସି ନିର୍ଦ୍ଦେଶ ଦେଇଛି । ସେହିପରି କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ର ଏବଂ କର୍ମଚାରୀମାନଙ୍କୁ କଲେଜକୁ ଆସିବାକୁ ଅନୁମତି ମିଳିବ ନାହିଁ । କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ବିଶ୍ବବିଦ୍ୟାଳୟ ଏବଂ କଲେଜଗୁଡିକୁ ଖୋଲିବାକୁ ଅନୁମତି ଦିଆଯିବ । ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରମାନଙ୍କୁ ‘ ଆରୋଗ୍ୟ ସେତୁ ଆପ୍’ ମଧ୍ୟ ଡାଉନଲୋଡ୍ କରିବାକୁ ପଡ଼ିବ!!*